Home > ରାଷ୍ଟ୍ରୀୟ
ପିଓକେ: ମୁଜଫରବାଦରେ ପ୍ରଦର୍ଶନକାରୀଙ୍କ ଉପରେ ଲାଠି ଚାର୍ଜ, ଦୁଇ ମୃତ
Khabar Odisha:National-news-Two-Dead-And-Several-Injured-As-Police-Lathicharged-Protesters-In-Muzaffarabad-Of-Pakistan-Occupied-Kashmir
ନୂଆଦିଲ୍ଲୀ, ଅକ୍ଟୋବର ୨୨ (ଖବର ଓଡ଼ିଶା):

ଅସ୍ତ୍ରବିରତି ଉଲ୍ଲଂଘନ କରି ନିଜର ଖରାପ ସ୍ଥିତିକୁ ଲୁଚାଇବାକୁ ଚେଷ୍ଟା କରୁଥିବା ପାକିସ୍ତାନର ଅସଲ ମୁଖା ଉଜାଗର ହୋଇଛି । ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ମୁଜଫରାବାଦରେ ମଙ୍ଗଳବାର ଦିନ ଅଲ ଇଣ୍ଡିପେଣ୍ଡେଣ୍ଟ ପାର୍ଟିଜ ଏଲଏନ୍ସର ବ୍ୟାନର ତଳେ ଅନେକ ରାଜନୈତିକ ଦଳର ଏକ ଜନସଭାର ଆୟୋଜନ କରିଥିଲେ । ଏହି ସମୟରେ ସେଠାରେ ବିରୋଧ ପ୍ରଦର୍ଶନ ହୋଇଥିଲା, ଯାହାପରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଲାଠି ଚାର୍ଜ କରିଥିଲା ।  ଏହି ଘଟଣାରେ ଦୁଇ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ଅନେକ ଲୋକ ଆହତ ହୋଇଛନ୍ତି । 

ଘଟଣା ସହିତ ଜଡିତ ଥିବା ଭିଡିଓରେ ସ୍ପଷ୍ଟ ଜଣା ପଡୁଛି ଯେ ପୁଲିସ ଦ୍ୱାରା ଲାଠିଚାର୍ଜ ପରେ ରାଲି ସ୍ଥଳରେ ଦୌଡାଦୌଡି ଆରମ୍ଭ ହୋଇଥିଲା । ନିଜର ଜୀବନ ବଞ୍ଚାଇବା ପାଇଁ ଲୋକମାନେ ଏଣେ ତେଣେ ଦୌଡିବା ଆରମ୍ଭ କରିଥିଲେ । 

ଏହା ପୂର୍ବରୁ ପାକିସ୍ତାନର ପିପିଲ୍ପ ପାର୍ଟିର ଅଧ୍ୟକ୍ଷ ବିଲାବଲ ଭୁଟ୍ଟ ଜରଦାରୀ ରବିବାର ଦିନ ଜେପିଏସସିର ନିଜର ଗସ୍ତ ସମୟରେ କହିଥିଲେ ଯେ ସଂଘୀୟ ସରକାର ଦେଶକୁ ସଠିକ ଦିଗରେ ନେବାରେ ସକ୍ଷମ ନୁହଁନ୍ତି ।