Home > ରାଷ୍ଟ୍ରୀୟ
ଆଶ୍ଚର୍ଯ୍ୟ, ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଯୁବକଙ୍କୁ ମିଳିଲା ୧୮୯ଟି ଚାଲାଣ
Khabar Odisha:National-news-Youth-From-Chandigarh-Shocked-To-Find-189-Challans
ଚଣ୍ଡିଗଡ,ସେପ୍ଟେମ୍ବର ୨୧ (ଖବର ଓଡିଶା) :

ହରିୟାଣାର ଚଣ୍ଡିଗଡର ବାସିନ୍ଦା 21 ବର୍ଷୀୟ ସଞ୍ଜୁଙ୍କ ନାଁରେ କଟିଛି 189ଟି ଚାଳାଣ । ସଞ୍ଜୁଙ୍କୁ ସେହି ସମୟ ଝଟକା ଲାଗିଥିଲା ଯେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାଁରେ 189 ମାମଲାରେ ଟ୍ରାଫିକ ଚାଲାଣ ପଇଠ କରିବା ବାକି ରହିଛି । ଏହି ସବୁ ଚାଳାଣ 2017 ମସିହାରୁ 2019 ମଧ୍ୟରେ ଜାରି କରାଯାଇଛି । ଏଥିରୁ ମଧ୍ୟରେ ଶେଷ ଚାଲାଣ ଚଳିତ ବର୍ଷ ଜୁଲାଇ 26 ତାରିଖରେ ଭୁଲ ୟୁ-ଟର୍ଣ୍ଣ ନେବା ପାଇଁ ଜାରି କରାଯାଇଛି । 

ସଞ୍ଜୁ ଚଣ୍ଡିଗଡର ସେକ୍ଟର 39ରେ ବାସ କରୁଛନ୍ତି ଏବଂ ଏକ ବୀମା କମ୍ପାନୀରେ କାମ କରୁଛନ୍ତି । ଜୁଲାଇ 26 ତାରିଖରେ ଟ୍ରାଫିକ ପୁଲିସ ସେକ୍ଟର 33-34 ନିକଟରେ ଭୁଲ ୟୁ-ଟର୍ଣ୍ଣ ନେବା ସମୟରେ ଧରିଥିଲା, ଯାହାପରେ ତାଙ୍କ ନାଁରେ 300 ଟଙ୍କାର ଚାଲାଣ କଟାଯାଇଥିଲା । 

ସଞ୍ଜୁଙ୍କ ଚାଲାଣ ଚଣ୍ଡିଗଡ ଜିଲ୍ଲା କୋର୍ଟରେ ପହଞ୍ଚିବା ପରେ ରେକର୍ଡରୁ ଜଣା ପଡିଥିଲା ଯେ ଏହି ବ୍ୟକ୍ତି ଜଣଙ୍କ ମୋଟର ସାଇକେଲ ଉପରେ 189ଟି ଚାଲାଣ ବକେୟା ରହିଛି । ଏହି ସମସ୍ତ ଚାଲାଣ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ 2017 ମସିହାରୁ 2019 ମଧ୍ୟରେ ଜାରି କରାଯାଇଛି । ଏହି ସବୁ ଚାଲାଣ ବିଷୟରେ ଜାଣି ନଥିବା ସଞ୍ଜୁ ନିକ ସଫେଇରେ କହିଛନ୍ତି ।