Home > ରାଷ୍ଟ୍ରୀୟ
ଦିଲ୍ଲୀ ପୋଲିସର ଥାନାରେ ହୋଇପାରେ ଆତ୍ମଘାତି ଆକ୍ରମଣ, ଆଲର୍ଟ ଜାରି
Khabar Odisha:National-news-alert-of-terror-attack-in-delhi-police-station-tighten-security-after-inputs-of-ib
ନୂଆଦିଲ୍ଲୀ,ଅକ୍ଟୋବର ୧୮ (ଖବର ଓଡିଶା) :

ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ ପୁଲିସର ଥାନା । ଦିଲ୍ଲୀ ପୁଲିସର ଥାନା ଉପରେ ଆତ୍ମଘାତୀ ଆକ୍ରମଣ ହୋଇପାରେ । ଆତଙ୍କୀମାନେ ପୁଲିସ ଲାଇନକୁ ମଧ୍ୟ ଟାର୍ଗେଟ କରିପାରନ୍ତି । ଏହାକୁ ନେଇ ଗୁଇନ୍ଦା ବିଭାଗ ପୁଲିସକୁ ଆଲର୍ଟ ଜାରି କରିଛି । ଗୁଇନ୍ଦା ଇନପୁଟ ଅନୁସାରେ, ଆତଙ୍କୀମାନେ ଗାଡିରେ ଆସି ଆତ୍ମଘାତି ଆକ୍ରମଣ କରିପାରନ୍ତି । ଆଲର୍ଟ ପରେ ଦିଲ୍ଲୀର ପ୍ରାୟ 200 ପୁଲିସ ଥାନ ଭିତରକୁ ଆସୁଥିବା ସମସ୍ତ ଗାଡି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଏହି ଆଲର୍ଟ ପରେ ଦିଲ୍ଲୀ ପୁଲିସର ଥାନ ଗୁଡିକର ଗେଟ ବନ୍ଦ ରଖାଯାଇଛି । ଦିଲ୍ଲୀ ପୁଲିସ ନିଜର ସବୁ ପୁଲିସ ଷ୍ଟେସନର ଗେଟରେ ଆଧୁନିକ ଅସ୍ତ୍ରଶସ୍ତ୍ରରେ ଭରପୁର ଥିବା ଯବାନଙ୍କୁ ସଜାଗ ରହିବାକୁ କୁହାଯାଇଛି । ଅଜଣା ବ୍ୟକ୍ତି କିମ୍ୱା କୌଣସି ପ୍ରାଇଭେଟ ଗାଡକୁ ଥାନା ଭିତରେ ନପୁରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ସୂତ୍ର ଅନୁସାରେ, ଆଲର୍ଟରେ ସୂଚନା ଦିଆଯାଇଛି ଯେ ଆତଙ୍କୀମାନେ ପୁଲିସ ଥାନାକୁ ଟାର୍ଗେଟ କରିପାରନ୍ତି ଏବଂ ଯେକୌଣସି ରାସ୍ତାରେ ବାହାନରେ ବସି ଥାନା ଭିତରେ ପଶି ଏହି ଘଟଣା ଘଟାଇ ପାରନ୍ତି । ଏହାସହ ଆଲର୍ଟରେ କୁହାଯାଇଛି ଯେ ଆତଙ୍କୀଙ୍କ ସଂଖ୍ୟା 4 କିମ୍ୱା ଏହାଠରୁ ଅଧିକ ହୋଇପାରେ ।