Home > ରାଷ୍ଟ୍ରୀୟ
କେବଳ ପ୍ରଧାନମନ୍ତ୍ରୀଙ୍କୁ ମିଳିବ SPG ସୁରକ୍ଷା, ସରକାର ଆଗତ କରିବେ ବିଧେୟକ
Khabar Odisha:National-news-family-of-ex-pms-may-soon-be-out-of-spg-act-as-centre-plans-to-introduce-amendment-bill-in-parl-next-wee
ନୂଆଦିଲ୍ଲୀ,ନଭେମ୍ବର ୨୨(ଖବର ଓଡିଶା):

ଏବେ କେବେଳ ପ୍ରଧାନମନ୍ତ୍ରୀଙ୍କୁ ହିଁ ମିଳିବ ଏସପିଜି ସୁରକ୍ଷା । ନିୟମ ବଦଳାଇବେ ସରକାର । କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଏସପିଜି ଅଧିନିୟମରେ ଯେଉଁ ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରିଛି, ତାହା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିଜନଙ୍କୁ ଏବେ ବିଶେଷ ସୁରକ୍ଷା ସମୂହ( ଏସପିଜି) କମାଣ୍ଡୋ ସୁରକ୍ଷା ପ୍ରଦାନ କରିବେ ନାହିଁ । ଏହି ବିଧେୟକ ଏସପିଜି ସୁରକ୍ଷାକୁ କେବଳ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସୀମିତ ରଖିବା ଉପରେ କେନ୍ଦ୍ରୀତ ହେବ । ଅଧିକାରୀମାନେ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି । 

ସରକାର କିଛି ଦିନ ପୂର୍ବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ତାଙ୍କ ପୁଅ ରାହୁଲ ଗାନ୍ଧୀ, ଝିଆ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦିଆଯାଇଥିବା ଏସପିଜି ସୁରକ୍ଷାକୁ ଫେରାଇ ନେଇଥିଲେ । ଏହା ପୂର୍ବରୁ 28 ବର୍ଷ ପର୍ଯ୍ୟନ୍ତ ଗାନ୍ଧୀ ପରିବାରକୁ ଏସପିଜି ସୁରକ୍ଷା ମିଳିଥିଲା । 

ଏହି ସମ୍ୱନ୍ଧରେ ଏସପିଜି ଆଇନରେ ସଂଶୋଧନର ବିଧେୟକ ଆସନ୍ତା ସପ୍ତାହରେ ଲୋକସଭାରେ ଆଗତ କରାଯିବ । ସଂସଦୀୟ ବ୍ୟାପାର ରାଜ୍ୟମନ୍ତ୍ରୀ  ଅର୍ଜୁନାରାମ ମେଘୱାଲ ଶୁକ୍ରବାର ଦିନ ଲୋକସଭାରେ ସୂଚନା ଦେଇଛନ୍ତି ଯେ ଆସନ୍ତା ସପ୍ତାହର କାର୍ଯ୍ୟସୂଚୀରେ ଏସପିଜି ସଂଶୋଧନ ବିଧେୟକ ସୂଚୀବଦ୍ଧ ହୋଇଛି । 

ଏହି ଆଇନ ଅନୁସାରେ ଏପିଜିର କମାଣ୍ଡୋ ପ୍ରଧାନମନ୍ତ୍ରୀ, ତାଙ୍କର ନିକଟତମ ପରିଜନ, କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀ ଅବା ତାଙ୍କ ପରିଜନଙ୍କ ସଦସ୍ୟଙ୍କ ସୁରକ୍ଷାର ଦାୟିତ୍ୱ ତାଙ୍କ ପଦ ଗ୍ରହଣ କରିବାର ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏବଂ ବିପଦର ଆଶଂକାର ସ୍ତର ହିସାବରେ ଅଧିକ ସମୟ ପର୍ଯ୍ୟନ୍ତ ସମ୍ଭାଳିବେ । ଅଧିକାରୀଙ୍କ ସୂଚନା ଅନୁସାରେ ପ୍ରସ୍ତାବିତ ଆଇନ ଅନୁସାରେ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାରର ସଦସ୍ୟଙ୍କୁ ଏସପିଜି ସୁରକ୍ଷା ପ୍ରଦାନ କରାଯିବନି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 1991 ମଇ 21 ତାରିଖରେ  ହତ୍ୟା ପରେ ତାଙ୍କ ପରିବାରର ସଦସ୍ୟଙ୍କୁ ଏପିଜି ସୁରକ୍ଷା ପ୍ରଦାନ କରାଯାଇଥିଲା ।