Home > ରାଷ୍ଟ୍ରୀୟ
ରେଳ ଯାତ୍ରୀଙ୍କ ସାହାଯ୍ୟକର ହେବ “ସହଯାତ୍ରୀ”, ଏବେ ଚଳନ୍ତା ଟ୍ରେନରୁ କରି ପାରିବେ ଅପରାଧର ଏଫଆଇଆର
Khabar Odisha:National-news-indian-railway-passengers-will-be-helpful-by-sahyatri-now-every-crime-will-be-done-in-the-moving-train-itself
ମୁମ୍ୱାଇ,ଅକ୍ଟୋବର ୧୦ (ଖବର ଓଡ଼ିଶା):

ରେଳ ଯାତ୍ରୀଙ୍କୁ ସୁବିଧା ଯୋଗାଇବା ଏବଂ ରେଳ ସେବାରେ ପାରଦର୍ଶିତା ଆଣିବା ପାଇଁ ଭାରତୀୟ ରେଳ ବିଭାଗ ନିକଟରେ ଅନେକ କାର୍ଯ୍ୟକ୍ରମମାନ ଗ୍ରହଣ କରଛି । ଏହି ଖିଅରେ ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ଆଉ ଏକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଟ୍ରେନରେ ଚୋରି-ଲୁଟ ପରି ଘଟଣାର ଏଫଆଇଆର ସମସ୍ତ ରେଳ ଯାତ୍ରୀ ଏବେ ଚଳନ୍ତା ଟ୍ରେନରୁ କରିପାରିବେ । ଏହି କାରଣରୁ ଆଜି ଅର୍ଥାତ ଗୁରୁବାର ଦିନ "ସହଯାତ୍ରୀ" ନାମକ ଏକ ଆପ ଲଞ୍ଚ କରାଯିବ । ଏଥିରେ ଯାତ୍ରୀମାନେ ଜିଆରପି ଦିଲ୍ଲୀ ସହ ସମ୍ୱନ୍ଧିତ ମାମଲା ଗୁଡିକୁ ରୁଜୁ କରିପାରିବେ । ଏହାସହ ରେଳବାଇ ସମ୍ପର୍କିତ ନିଜର ମତାମତ ମଧ୍ୟ ଦେଇ ପାରିବେ । ଏହା ସହ ସାରା ଦେଶର ଜିଆରପି ପୁଲିସ ପାଇଁ ଏକ ୱେବସାଇଟ ମଧ୍ୟ ଆରମ୍ଭ ହେବ ଯେଉଁଥିରେ ସମସ୍ତ ରାଜ୍ୟର ଜିଆରପି ପୁଲିସ ନିଜ-ନିଜର ରାଜ୍ୟର ମୋଷ୍ଟ ୱାଣ୍ଟେଣ୍ଡ ଏବଂ ଅନ୍ୟ ଅପରାଧିଙ୍କ ତଥ୍ୟ ସେୟାର କରିପାରିବେ । 

ପୁଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଅକ୍ଟୋବର 10ରେ ସହଯାତ୍ରୀ ନାମକ ଏକ ମୋବାଇଲ ଆପ ଲଞ୍ଚ  କରାଯିବ । ଏହାଛଡା ଖୁବଶୀଘ୍ର www.railwaysdelhipolice.gov.in ୱେବସାଇଟ ମଧ୍ୟ ଲଞ୍ଚ କରାଯିବ । ଏହି ଦୁଇ ସୁବିଧା କେବଳ ରେଳ ଯାତ୍ରୀଙ୍କ ପାଇଁ ରହିବ । ଏହାକୁ ଦିଲ୍ଲୀ ଜିଆରପି ତିଆରି କରିଛି । ୱେବସାଇଟ ଦେଶର ସମସ୍ତ ଜିଆରପି ପାଇଁ ନିର୍ମାଣ କରାଯାଇଛି । ଅନ୍ୟ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଏହି ଆପ ପରେ ରେଳ ଯାତ୍ରୀଙ୍କୁ ଏଫଆଇଆର ରୁଜୁ କିବା ପାଇଁ ପୁଲିସ ଥାନାକୁ ଆଉ ଯିବାକୁ ପଡିବନି । ଯାତ୍ରୀମାନେ ଚଳନ୍ତା ଟ୍ରେନରୁ "ସହଯାତ୍ରୀ" ଆପ ମାଧ୍ୟମରେ ଏଫଆଇଆର ରୁଜୁ କରିପାରିବେ । 

ସୂଚନା ଅନୁସାରେ, ଗୃହ ରାଜ୍ୟମନ୍ତ୍ରୀ କିଷନ ରେଡ୍ଡୀ ଜିଆରପି ୱେବସାଇଟ ଏବଂ ସହଯାତ୍ରୀ ଆପର ଉଦଘାଟନ କରିବେ । ଏହି ଆପ ମାଧ୍ୟମରେ ଟ୍ରେନରେ ହେଉଥିବା ଅପରାଧୀକ ମାମଲା ଗୁଡିକୁ ରୁଜୁ କରି ପାରିବେ । ଏହାସହ ଏହି ଆପ ସାହାଯ୍ୟରେ ଦୁଇ ଥାନା ମଧ୍ୟରେ ହେଉଥିବା ବିବାଦ ମଧ୍ୟ ଶେଷ ହୋଇଯିବ ।