Home > ରାଷ୍ଟ୍ରୀୟ
ମୁଁ କେବଳ ଗୋଟିଏ ଗାଁର ମୁଖ୍ୟମନ୍ତ୍ରୀ... ପୂରା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ଅଧିକ ଖର୍ଚ୍ଚାନ୍ତ !
Khabar Odisha:National-news-k-chandrashekar-rao-cm-of-his-village-not-for-telangana
ହାଇଦ୍ରାବାଦ,ଜୁଲାଇ ୨୩ (ଖବର ଓଡ଼ିଶା):

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର  ରାଓ ନିଜ ପୈତୃକ ଗାଁ ଚିନ୍ତାମଡାକାରେ ରହୁଥିବା ପ୍ରତ୍ୟେକ ପରିବାରକୁ 10 ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏହାର ଲାଭ ଗାଁର ପ୍ରାୟ ଦୁଇ ହଜାର ପରିବାକୁ ମିଳିବ । ସୋମବାର (ଜୁଲାଇ 22,2019) ଦିନ ଗାଁରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମରେ କେସିଆର କହିଛନ୍ତି ସିଦ୍ଧିପେଟ ଜିଲ୍ଲାରର ଚିନ୍ତାମଡାକା ଗାଁରେ ଜନ୍ମ ଗ୍ରହଣ କରିଛି । କେସିଆ ଗାଁର ଲୋକମାନଙ୍କ କୃତଜ୍ଞତା ଜଣାଇଛନ୍ତି । ସେ ଏହି ସମୟରେ ଘୋଷଣା କରି କହିଥିଲେ ଯେ ଗାଁର ପ୍ରତ୍ୟେ ପରିବାରକୁ ସରକାରଙ୍କ ତରଫରୁ  10 ଲକ୍ଷ ଲେଖାଏଁ ଦିଆଯିବ । ଏହି ଟଙ୍କାରେ ସେ କିଛି ବି କିଣି ପାରିବେ । ଏହି ଟଙ୍କାରେ ଗାଁର ଲୋକେ ଟ୍ରାକ୍ଟର, ଜମି ଏବଂ ଚାଷ ପାଇଁ ଆବଶ୍ୟକ ହେଉଥିବା ଉପକରଣ କିଣି ପାରିବେ । 

ମୁଖ୍ୟମନ୍ତ୍ରୀ ଏହି ଘୋଷଣା ପରେ ସରକାରୀ ରାଜକୋଷ ଉପରେ 200 କୋଟିର ବୋଝ ପଡିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅତିଶୀଘ୍ର ଏହି ରାଶିକୁ ମଞ୍ଜୁରୀ ପ୍ରଦାନ କରାଯିବ ଏବଂ ପରିବାର ଲୋକେ ଏହାର ଲାଭ ଉଠାଇ ପାରିବେ । ଏହାସହ ମୁଖ୍ୟମନ୍ତ୍ରୀ ବିଧାୟକ ଏବଂ ଜିଲ୍ଲାପାଳଙ୍କୁ ଗାଁ ଲୋକଙ୍କ ସ୍ୱାସ୍ଥ୍ୟର ପ୍ରୋଫାଇଲ ମଧ୍ୟ କରିବାକୁ କହିଛନ୍ତି । ସେ କହିଛନ୍ତି ଆମେରିକା ପରି ଏଠାରେ ମଧ୍ୟ ଗାଁର ସବୁ ନାଗରିକଙ୍କ ବ୍ଲଡ ଟେଷ୍ଟର ରିପୋର୍ଟର ଡାଟା ଗୋଟିଏ ମାଉସର କ୍ଲିକରେ ଆସିବା ଦରକାର ଫଳରେ ସେମାନଙ୍କୁ ସଠିକ ଚିକିତ୍ସା ପ୍ରଦାନ କରାଯିବ । ରାଓ କାର୍ଯ୍ୟକ୍ରମରେ ଗାଁ ଲୋକଙ୍କୁ ସମ୍ୱୋଧିତ କରି କହିଛନ୍ତି ଯେ ସେ ଲୋକଙ୍କ ପୁରୁଣା ଘରକୁ ଭାଙ୍ଗି ନୂଆ ଘର ତିଆରି କରିବେ । 

ମୁଖ୍ୟମନ୍ତ୍ରୀ କହିବା ଅନୁସାରେ ଏହି ସହାୟତା ସ୍ୱ-ରୋଜଗାର ପାଇଁ କରାଯାଇଛି । କେସିଆର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଗାଁର ଯୁବକ ମାନେ ଯେଉଁ କାମରେ ଟଙ୍କା କମାଇବାକୁ ଚାହୁଁଛନ୍ତି, ସେଥିରେ ତାଙ୍କୁ ସାହାଯ୍ୟ କରାଯାଉ । ସେ କହିଛନ୍ତି ଯେ ଜୀବିକାର ସନ୍ଧାନରେ ବାହାରକୁ ଯାଇଥିବା ଯୁବକମାନଙ୍କୁ ଗାଁକୁ ଫେରାଇ ଅଣାଯିବ । ନିକଟରେ ଦଳର ବରିଷ୍ଠ ନେତା ଟି ରାମା ରାଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କହିଥିଲେ ଯେ ରାଜ୍ୟ ଏବଂ ତାଙ୍କ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଏବଂ ଯେକୌଣସି ରାଜନୈତିକ ଦଳ ସହ ଲଢିପାରିବେ । 

ଉପର ସ୍କ୍ରିନସଟକୁ ଧ୍ୟାନର ସହ ଦେଖିଲେ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଏଥିରେ ତେଲେଙ୍ଗାନାର ଗ୍ରାମୀଣ ପରିସ୍ଥିତିର ସଂଖ୍ୟାନକୁ ଦର୍ଶାଉଛି । ଚିନ୍ତାମଡାକା ଗାଁର ଭାଗ୍ୟ ଭଲଯେ ସେଠାରେ ରାଜ୍ୟର ଶ୍ରୀମାନ ମୁଖ୍ୟମନ୍ତ୍ରୀ ଜନ୍ମ ଗ୍ରହଣ କରିଥିଲେ । ରାଜ୍ୟ ଅନ୍ୟ ସବୁ ଗାଁ ନିଜ ଭାଗ୍ୟକୁ କୋଶୁଛନ୍ତି । ମୁଖ୍ୟମନ୍ତ୍ରୀ କେସିଆର ଯଦି ଚାହିଁଥାନ୍ତେ ତେବେ ଅନ୍ୟ ଗାଁ ସହ ସାବତ ବ୍ୟବହାର ନକରି ସାରା ରାଜ୍ୟ ପାଇଁ ଏହିପରି ଘୋଷଣା କରି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ଦାବି କରିପାରିବେ । 

ଯେଉଁ ପର୍ଯ୍ୟନ୍ତ ଚନ୍ଦ୍ରଶେଖର ରାଓ ଏହି ବଜେଟ ପାସ କରିନ୍ତି...ସେହି ସମୟ ପୂର୍ବରୁ ତାଙ୍କୁ ଚିନ୍ତାମଡାକା ଗାଁର ମୁଖ୍ୟମନ୍ତ୍ରୀ ଘୋଷଣା କରିବା ଦରକାର । ଏହି ଘୋଷଣା ପରେ ତ ନଶ୍ଚିତଭାବେ ସେ ରାଜ୍ୟର ରାଜ୍ୟପାଳ ହୋଇ ନପାରନ୍ତି !