Home > ରାଷ୍ଟ୍ରୀୟ
ହିନ୍ଦୁ ଛାଡି ଖ୍ରୀଷ୍ଟିଆନ ହୋଇଯାଅ, ଚାକିରିରେ ରହିଛି ବିଶେଷ ସୁଯୋଗ: କେରଳ ସରକାରଙ୍କ “ସେକ୍ୟୁଲାର” ବିଜ୍ଞପ୍ତି
Khabar Odisha:National-news-kerala-has-a-separate-welfare-deptt-company-to-look-after-converts-out-of-hinduism
ଭୁବନେଶ୍ୱର,ଅକ୍ଟୋବର ୧୮ (ଖବର ଓଡିଶା) :

କେରଳ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏକ ରାଜପତ୍ରର ଅଧିସୂଚନା ସୋସିଆଲ ମିଡିଆରେ ଏବେ ନିଜର ହିଁ ଛି ଛା କରୁଛି । 2019 ଅଗଷ୍ଟ ମାସରେ ଜାରି ହୋଇଥିବା ଏହି ରାଜପତ୍ରରେ ଆସିଷ୍ଟାଣ୍ଟ ସର୍ଜନ ଏବଂ କ୍ୟାଜୁଆଲିଟି ମେଡିକାଲ ଅଧିକାରୀ ପଦ ପାଇଁ ଆବେଦନ ମଗାଯାଇଛି-କେବଳ ସେହି ଅନୁସୂଚିତ ଜାତିର ଲୋକଙ୍କ ପାଇଁ, ଯେଉଁମାନେ ଖ୍ରୀଷ୍ଟିଆନ ଧର୍ମ ଆପଣାଇଛନ୍ତି । [Scheduled Caste Converts to Christianity (SCCC)]

ପଦବୀ ପୂରଣ ପାଇଁ ତୃତୀୟ ପ୍ରୟାସ, ମୋଟା ଦରମା-କାହିଁକି ହ୍ରାସ ହେବେନି ହିନ୍ଦୁ?

ଏହା ପ୍ରଥମ ଥର ହୋଇଥିବ, ଏହା ମଧ୍ୟ ନୁହେଁ । ଏହି (SCCC) ଶ୍ରେଣୀ ପାଇଁ ସ୍ୱତନ୍ତ୍ରଭାବେ ଜାରି ହୋଇଥିବା ତୃତୀୟ ବିଜ୍ଞପ୍ତି-କାରଣ SCCC ବର୍ଗର ଲୋକଙ୍କ ପାଇଁ, ଅର୍ଥାତ ଆଦିବାସୀ ଏବଂ ଜନଜାତୀୟ ଲୋକଙ୍କ ପାଇଁ ଯେଉଁମାନେ ଖୀଷ୍ଟିଆନ ଆପଣାଇଛନ୍ତି, ସେତିକି ଲୋକ ହିଁ ନାହାନ୍ତି ଯେତେକି ସରକାର ଚାହୁଁଛନ୍ତି । ଏହା ପୂର୍ବରୁ ମଧ୍ୟ, ଏହି ପଦବୀ ଗୁଡିକୁ ପୂରଣ କରିବା ପାଇଁ ସରକାର ଦୁଇ ଥର ଅଧିସୂଚନା ଜାରି କରିସାରିଛନ୍ତି । ଏବଂ ସେହି ସମୟରେ ମଧ୍ୟ ସେ ଏହି ବିଷୟ ବିନ୍ଦୁର ଉଲ୍ଲେଖ କରିଥିଲେ ଯେ- ଆବେଦନକାରୀ ହିନ୍ଦୁ ଛାଡି ଖ୍ରୀଷ୍ଟିଆନ ହୋଇଥିବ । ଏହି ପଦବୀ ପୂରଣ କରିବା ପାଇଁ 2014 ମସିହା ଡିସେମ୍ୱର ମାସରେ ପ୍ରଥମ ବିଜ୍ଞପ୍ତି ଜାରି ହୋଇଥିଲା, 2016 ମସିହାରେ ଦ୍ୱିତୀୟ ଏବଂ ଏବେ ପୁଣି ଥରେ 2019 ଅଗଷ୍ଟ ମାସରେ ତୃତୀୟଥର ପାଇଁ ଜାରି ହୋଇଛି । 

ହିନ୍ଦୁ ଧର୍ମ ଛାଡି ଇସାଇ ହୋଇଥିବା ଲୋକଙ୍କ ପାଇଁ ବିଶେଷକରି ସଂରକ୍ଷିତ ଥିବା ଏହି ପଦବୀର ବେତନ 45,800ଟଙ୍କାରୁ 89000 ରହିଛି ।  

ବିଭାଗ ନାଁ କମ୍ପାନୀ ?

ଏବେ ଏହି ମାମଲା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ଯେ, କିପରି କେରଳ ସରକାର ଆସ୍ଥା ଏବଂ ଉପସନା-ପଦ୍ଧିତି ଆଧରରେ ଭେଦଭାବ କରୁଛି ଏବଂ କିପରି ଚାକିରିର ଭର୍ତ୍ତିରେ ସେହି ଲୋକଙ୍କୁ ପ୍ରାଥମିକାତ ଦେଉଛି, ଯେଉଁମାନେ ହିନ୍ଦୁରୁ ଖ୍ରୀଷ୍ଟିଆନ ହୋଇଛନ୍ତି । କିନ୍ତୁ ଯଦି ଏହାର ଗଭିରତାକୁ ଯିବା ପରେ ଜଣାପଡୁଛି ଯେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବା ପରି ହିଁ ନାହିଁ, କାରଣ କେରଳ ସରକାରରେ ଏହିପରି ଲୋକଙ୍କ କଲ୍ୟାଣ ପାଇଁ ପୁରା ଗୋଟିଏ ବିଭାଗ ରହିଛି ଯେଉଁମାନେ ହିନ୍ଦୁ ଧର୍ମ ଛାଡି ଖ୍ରୀଷ୍ଟିଆନ ହୋଇଛନ୍ତି । ଏହି ବିଭାଗ ନାଁ କେରଳ ରାଜ୍ୟ ଅନୁସୂଚିତ ଜାତି ଏବଂ ଅନୁଶାଂସତି ସମୁଦାୟରୁ ଇସାଇ ବିକାଶ ନିଗମ । ନିଗମ-ଅର୍ଥାତ କମ୍ପାନୀ, ଯେପରି NTPC ସରକାରୀ ନିଗମ, ONGC ସରାକରୀ ତେଲ କମ୍ପାନୀ ।

ହଁ ଆପଣ ଯାହା ପଡିଛନ୍ତି ଠିକ- କେରଳ ସରକାର ହିନ୍ଦୁରୁ ଖ୍ରୀଷ୍ଟିଆନ ହୋଇଥିବା ଲୋକଙ୍କ ବିଶେଷ ଦେଖରେଖ ପାଇଁ ଗୋଟିଏ କମ୍ପାନୀ ଖୋଲିଛନ୍ତି । 

କେରଳର କୋଟୟ୍ୟମରେ 1980ରେ କମ୍ପାନୀ ଆକ୍ଟ 1956 ଅନ୍ତର୍ଗତ କେରଳ ରାଜ୍ୟ ଅନୁସୂଚିତ ଜାତି ଏବଂ ଅନୁଶାଂସିତ ସମୁଦାୟରୁ ଇସାଇ ବିକାଶ ନିଗମର ସ୍ଥାପନା କରାଯାଇଥିଲା । ଯଦିଓ, ଏହି ବିଭାଗ ଗୋଟିଏ ସରକାରୀ ଉପକ୍ରମ, କିନ୍ତୁ ଏହାର ସ୍ଥାପନା କମ୍ପାନୀ ଅଧିନିୟମ 1956 ଅନୁସାରେ କରିବା ପ୍ରଶ୍ନ ସୃଷ୍ଟି କରୁଛି । ସାଧାରଣତଃ ଏହିପରି ବିଭାଗକୁ ସୋସାଇଟି ଆକ୍ଟ ଏବଂ ସ୍ପେସାଲ ଆକ୍ଟର ଅଧିନରେ ସ୍ଥାପନା କରାଯାଇଥାଏ । କାହିଁକି ଏହି ବିଭାଗକୁ କେରଳ ସରକାର ସୋସୋଇଟିର ଅନ୍ତର୍ଗତରେ ନରଖି କମ୍ପାନୀ ଆକ୍ଟରେ  ରଖିଛନ୍ତି ? ଏପରି କଣ ବ୍ୟବସାୟ ରହିଛି, ଯାହାଦ୍ୱାରା ଏହି ବିଭାଗ କମ୍ପାନୀ ଆକ୍ଟ ଅନୁସାରେ କମ୍ପାନୀ ହୋଇଛି ?

ଏନେଇ ରାଜ୍ୟ ସରକାରଙ୍କ ପୋର୍ଟଲରେ ମଧ୍ୟ ସୂଚନା ରହିଛି । ୱେଟସାଇଟ ଅନୁସାରେ ଏହି ବିଭାଗର ଯୋଜନା ଗୁଡିକ ହେଲା :

ଅର୍ଥାତ ଜମି କିଣିବା ହେଉ ଅବା ବିଦେଶୀ ରୋଜଗାରର, ବାହାଘର ପାଇଁ ଲୋନ ହେଉ ଅବା ବ୍ୟକ୍ତିଗତ ଲୋନ-ହିନ୍ଦୁରୁ ଖ୍ରୀଷ୍ଟିଆନ ହେବାକୁ ପ୍ରୋତ୍ସାହିତ କରିବା ପାଇଁ କେରଳ ସରକାର ଅନେକ ଯୋଜନା ଚଲାଉଛନ୍ତି । 2010 ମସିହାରେ SCCC ଶ୍ରେଣୀର ଲୋକଙ୍କ ପାଇଁ 159 କୋଟି ଟଙ୍କାର ଋଣଛାଡ କରିଥିଲେ । ଦ’ ହନ୍ଦୁର ରିପୋର୍ଟ ଅନୁସାରେ କେରଳ ଏସସି-ଏସଟି ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଏକେ ବାଲନ ଏନେଇ ସାର୍ବଜାନୀନ ଭାବେ ଘୋଷଣା କରିଥିଲେ । 

କେରଳରେ ଏହି SCCC ଏକ ସ୍ୱତନ୍ତ୍ର ବର୍ଗ, ଯାହାକୁ କେରଳ ସରକାର ସ୍ୱତନ୍ତ୍ର ଭାବେ ଆରକ୍ଷଣ ଦେଉଛନ୍ତି । 

କେରଳର ପଛୁଆ ବର୍ଗ ବିକାଶ ଆୟୋଗର ୱେବ ସାଇଟ ଅନୁସାରେ ହିନ୍ଦୁର ଖ୍ରୀଷ୍ଟିଆନ ହୋଇଥିବା ଲୋକମାନେ ପଛୁଆ ବର୍ଗ ଭିତରୁ ଏକ ଅଲଗା ବର୍ଗ, ଯାହାଙ୍କୁ ରାଜ୍ୟ ସରକାରଙ୍କ ଚାକିରିରେ ସ୍ୱତନ୍ତ୍ର ଆରକ୍ଷଣ ମିଳିଥାଏ । 

ଅନେକ ପଦ କେବଳ ହିନ୍ଦୁ ଧର୍ମକୁ ଛାଡିବାକୁ ପ୍ରୋତ୍ସାହିତ କରିବା ପାଇଁ-

ଗୋଟିଏ ନୁହେଁ, ଅନେକ-ଅନେକ, ଅନେକ-ଅନେକ ଥର ହିନ୍ଦୁରୁ ଖ୍ରୀଷ୍ଟିଆନ ହୋଇଥିବା ଲୋକଙ୍କ ପାଇଁ କେରଳ ସରକାର ସ୍ୱତନ୍ତ୍ରଭାବେ ସଂରକ୍ଷିତ ରଖିଥାନ୍ତି । 2019 ମସିହା ଜୁନ ମାସରେ ମଧ୍ୟ ସହାୟକ ଜେଲ ଅଧିକାରୀ ପଦ ପାଇଁ ହିନ୍ଦୁରୁ ଖ୍ରୀଷ୍ଟିଆନ ହୋଇଥିବା ଅନୁସୂଚିତ ଜାତିର ଲୋକଙ୍କଠାରୁ ହିଁ ଆବେଦନ ମଗାଯାଇଥିଲା । ଏହାଛଡା ଲେକ୍ଚର ପାଇଁ ମଧ୍ୟ SCCC ବର୍ଗର ଲୋକଙ୍କ ଆବେଦନ ମଗାଯାଇଥିଲା ।

କୁଆଡେ ଗଲା ସେକ୍ୟୁଲାରିଜମ ?

ଏପରି ସ୍ଥିତିରେ ଏହି ପ୍ରଶ୍ନ ଉଠୁଛି ଯେ, ଗୋଟିଏ ସେକ୍ୟୁଲାର ସମ୍ୱିଧାନ, ସେଥିରୁ ପରିଚାଳିତ ହେଉଥିବା ସେକ୍ୟୁଲାର ସରକାର କିପରି ଗୋଟିଏ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତ୍ତନ ହେବା ପାଇଁ ପ୍ରୋତ୍ସାହିତ କରି ପାରିବ । କିପରି ଆସ୍ଥା ଆଧାରରେ ଭେଦଭାବ କରାଯାଇ ପାରିବ ଯେ ନା କେବଳ ଗୋଟିଏ ଧର୍ମର ଲୋକେ ଆବେଦନ କରିବେ, ବରଂ ସେହି ଧର୍ମରେ ମଧ୍ୟରୁ ବି ଯେଉଁ ମାନେ ନୂଆ ନୂଆ ଆସିଥିବା ଲୋକେ ଆବେଦନ କରିବେ, ପୁରୁଣା ନୁହେଁ । କେରଳ ସରକାରଙ୍କ ଏହି ନୀତି  ସେକ୍ୟୁଲାରିଜମ, ଅନୁସୂଚିତ ଜନଜାତି ସହ ସାମାଜିକ ନ୍ୟାୟ ଆଦି ଅନେକ ସିଦ୍ଧାନ୍ତର ଉଲ୍ଲଂଘନ କରୁଛି ।