Home > ରାଷ୍ଟ୍ରୀୟ
ଯେଉଁ ହତ୍ୟାକାଣ୍ଡର ଶୋକ ପାଳନ କରୁଛନ୍ତି ମମତା, ସେହି ଘଟଣା ପାଇଁ ଦାୟୀ ଲୋକକୁ ପଠାଇଛନ୍ତି ରାଜ୍ୟସଭା !
Khabar Odisha:National-news-mamta-observes-shaheed-diwas-but-the-man-responsible-for-this-attack-is-rajya-sabha-mp-from-tmc
ନୂଆଦିଲ୍ଲୀ,ଜୁଲାଇ ୨୧ (ଖବର ଓଡିଶା)

 ଜୁଲାଇ 21, 1993ରେ ପଶ୍ଚିମବଙ୍ଗ ପୁଲିସ ଯୁବ କଂଗ୍ରେସର 13 ଜଣ କର୍ମୀଙ୍କୁ ଗୁଳିମାରି ହତ୍ୟା କରିଥିଲା । ସେହି ମାନଙ୍କ ସ୍ମୃତିରେ ଆଜି ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ଟିଏମସି ସହିଦ ଦିବସ ପାଳନ କରୁଛି । ଏହି ଶୋକ ସଭାରେ ଟିଏମସିର ରାଜ୍ୟସଭା ସାଂସଦ ମନୀଷ ଗୁପ୍ତା ମଧ୍ୟ ସାମିଲ ହୋଇଥିଲେ । ଘଟଣାର ତଦନ୍ତ କରୁଥିବା କମିଶନ ଗୁପ୍ତାଙ୍କ କାର୍ଯ୍ୟପ୍ରଣାଳି ଉପରେ ଆଙ୍ଗୁଠି ଉଠାଇଥିଲେ । କମିଶନ ଗୁପ୍ତାଙ୍କ  ବୟାନ ବିଭ୍ରାନ୍ତିକର ଥିଲା ଜାଣିବାକୁ ପାଇଥିଲା । ମନୀଷ ମମତା ସରକାରରେ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି ।    

 ଜାଣନ୍ତୁ କଣ ଥିଲା ପୁରା ମାମଲା

1991 ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଲେଫ୍ଟ ପ୍ରଣ୍ଟକୁ ପ୍ରଚଣ୍ଡ ବହୁମତ ମିଳିଥିଲା । କିନ୍ତୁ ବିରୋଧୀଙ୍କ କହିବା ଅନୁସାରେ ଏହି ନିର୍ବାଚନ ଗୁଣ୍ଡାଗର୍ଦ୍ଦିର ପରିଣାମ ଥିଲା । ରାଜ୍ୟ ଯୁବ କଂଗ୍ରେସ, ଯାହାର ମୁଖିଆ ସେହି ସମୟରେ ଥିଲେ ନିଜେ ମମତା ବାନାର୍ଜୀ, ରାସ୍ତାକୁ ଓହ୍ଲାଇ ଏହାର ବିରୋଧ ପ୍ରଦର୍ଶନ କରିଥିଲେ । ଯୁବ କଂଗ୍ରେସର ଦାବି ଥିଲା ଯେ ନିର୍ବାଚନରେ ଫଟୋ ଥିବା ପରିଚୟ ପତ୍ର ବ୍ୟବହାର କରାଯାଉ । କର୍ମୀମାନେ ଯେତେବେଳେ ପ୍ରଦର୍ଶନ କରି ବାମପନ୍ଥୀ ସରକାର ଶକ୍ତି ସ୍ଥଳ ରାଇଟର୍ସ ବିଲ୍ଡିଂ ଆଡକୁ ମାଡି ଆସୁଥିଲେ, ସେତେବେଳେ ଗୋଟିଏ କିମି ପୂର୍ବରୁ ମେଟ୍ରୋ ସିନେମା, ମାୟା ରୋଡ ଠାରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ପୁଲିସର ଗୁଳି ମାଡରେ 13 ଜଣଙ୍କ ମୃତ୍ୟୁ ହୋଇଥିଲା । ରାଇଟର୍ସ ବିଲ୍ଡିଂର ଅନ୍ୟପଟୁ ଘେରିବା ପାଇଁ ଅନ୍ୟ ଏକ ଦଳର ନେତୃତ୍ୱ ନେଇ ବିଟିଏମ ସାରଣୀ ରୋଡ ଆଡେ ମାଡି ଆସୁଥିବା ମମତା ବାନାର୍ଜୀ ମଧ୍ୟ ପୁଲିସ ଆକ୍ରମଣରେ ଆହତ ହୋଇଥିଲେ । ଏହାପରେ ମମତା ବାମପନ୍ଥୀ ବିରୋଧୀ ଚେହାର ପାଲଟିଥିଲେ । 

2011 ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ମମତା ବାନାର୍ଜୀ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ଜଜ ସୁଶାନ୍ତ ଚାଟାର୍ଜୀଙ୍କ ଏକ ସଦସ୍ୟ ବିଶିଷ୍ଠ କମିଶନ ଗଠନ କରି ମାମଲାର ତଦନ୍ତ ଭାର ଦେଇଥିଲେ । ଏଥିରେ ହତ୍ୟାକଣ୍ଡ ସମୟରେ ରାଜ୍ୟର ଗୃହ ସଚିବ ଥିବା ମନୀଷ ଗୁପ୍ତାଙ୍କ କାରନାମା ଖୋଲିବା ଆରମ୍ଭ ହୋଇଥିଲା । ଚାଟର୍ଜୀ କମିଶନ କୌଣସି ନେତା ଏବଂ ସରକାରୀ ଅଧିକାରୀଙ୍କ ମୁଣ୍ଡରେ ଏହି ଦୋଷୀ ତଦିବା ବଦଳରେ ପୁଲିସ ଏବଂ ପ୍ରଶାସନର ବିଫଳତାକୁ ଦାୟୀ କରିଥିଲେ । ଏହି ସବୁ ପରେ ମଧ୍ୟ ଚାଟର୍ଜୀ କମିଶନ ମନୀଷ ଗୁପ୍ତାଙ୍କ ବୟାନ ବିଭ୍ରାନ୍ତିକର ଥିବା ଜାଣିବାକୁ ପାଇଥିଲା । 

ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ପିଏମଓ ଅଫିସକୁ ଜବାବ ଦେଇ ମନୀଷ ଗୁପ୍ତା ଯେ ମମତା ବାନାର୍ଜୀଙ୍କ ଅଭିଯୋଗକୁ ଭିତ୍ତିହୀନ କହିଥିଲେ । ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ ଯୁବ କଂଗ୍ରେସର କର୍ମୀଙ୍କ ଉପରେ ବିନାକାରଣରେ ଆକ୍ରମଣ ହୋଇଥିବା ତାଙ୍କ ବିରୋଧ ଶାନ୍ତିପୂର୍ଣ୍ଣ ଥିଲା । କିନ୍ତୁ ଚାଟର୍ଜୀ କମିଶନଙ୍କୁ ବୟାନ ଦେଇ ଗୁପ୍ତା ନିଜ ପୂର୍ବ କଥାରୁ ଓହରି କହିଥିଲେ ଯେ ଗୃହ ସଚିବ ଭାବେ ସେ କେବଳ ସରକାରଙ୍କ ଦାବି ଉପରେ ହସ୍ତାକ୍ଷରକର୍ତ୍ତା ଥିଲେ । 

ଏପରି ସ୍ଥିତିରେ ପ୍ରଶ୍ନ ଏହା ଉଠୁଛି ଯେ ମମତା ବାନାର୍ଜୀ ଏହି ପ୍ରସଙ୍ଗ ଉପରେ ନୈତିକ ଆଧାରରେ କେଉଁଠି ଠିଆ ହୋଇଛନ୍ତି ? ଯେଉଁ ପାର୍ଟିରେ ରହି ସେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ, ତାକୁ ସେ କେବେଠାରୁ ଛାଡି ସାରିଛନ୍ତି, ରାଜ୍ୟରେ ସେହି ଦଳର ଅସ୍ତିତ୍ୱ ମାଟିରେ ମିଶାଇବାର ଭୂମିକା ମଧ୍ୟ ଗ୍ରହଣ କରିଛନ୍ତି । ଯେଉଁ ଲୋକ ଏହି ଘଟଣା ସମୟରେ ବିଭାଗର ମୁଖିଆ ଥିଲା, ଏହାପରେ ମଧ୍ୟ ପଦରେ ରହି ମମତା ବାନାର୍ଜୀଙ୍କୁ ଏକ ପ୍ରକାର ମିଛୁଆ ପ୍ରମାଣିତ କରିଥିଲେ,ସେହିପରି ଲୋକକୁ ମମତା ପ୍ରଥମେ ମନ୍ତ୍ରୀ ପଦ ଦେଇଥିଲେ ପରେ ରାଜ୍ୟସଭାକୁ ପଠାଇଥିଲେ । ଏପରି ସ୍ଥିତିରେ ମମତା ବାନାର୍ଜୀଙ୍କ ଟ୍ୱିଟରେ କରିଥିବା ପୋଷ୍ଟକୁ ଲୋକ ଦେଖାଣିଆ ଛଡା ଅନ୍ୟ କିଛି ଦୃଷ୍ଟିରେ ଦେଖାଯାଇ ପାରିବ କି ?