Home > ରାଷ୍ଟ୍ରୀୟ
ମହାରାଷ୍ଟ୍ର: ଉଦ୍ଧବ ଠାକରେ ଏବଂ ସଞ୍ଜୟ ରାଉତ ମଧ୍ୟରୁ ମୁଖ୍ୟମନ୍ତ୍ରୀ କିଏ ? ସଂଧ୍ୟା ବୈଠକରେ ହେବ ନିଷ୍ପତ୍ତି
Khabar Odisha:National-news-mumbai-shiv-sena-leader-sanjay-raut-said-shiv-sena-chief-minister-will-be-in-maharashtra-for-full-five-years
ମୁମ୍ବାଇ, ନଭେମ୍ବର ୨୨(ଖବର ଓଡିଶା):

ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟର ରାସ୍ତା ସରଳ ହେବା ପରେ ଏବେ ମୁଖ୍ୟମନ୍ତ୍ରୀ ଆସନ ପାଖରେ ପେଞ୍ଚ ଅଟକି ରହିଛି । ଶିବସେନାର କହିବା ଅନୁସାରେ ମହାରାଷ୍ଟ୍ର ଜନତାଙ୍କ ଇଚ୍ଛା ଯେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଏହାରି ମଧ୍ୟରେ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଯଦି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାକୁ ମନା କରିନ୍ତି, ତେବେ ସଞ୍ଜୟ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ । ସୂତ୍ରରୁ ଏହା ମଧ୍ୟ ସୂଚନା ମିଳିଛି ଯେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାର ଶିବସେନା ମୁଖ୍ୟପାତ୍ର ସଂଜୟ ରାୱାତଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ ରାଉତ ମୁଖ୍ୟମନ୍ତ୍ରୀ ହେବା ନେଇ ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚୂଡାନ୍ତ ନିଷ୍ପତ୍ତି ଆଜି ସଂଧ୍ୟା 4 ଟାରେ ନିଆଯିବ । 4ଟାରେ ମୁମ୍ୱାଇରେ ଶିବସେନା, କଂଗ୍ରେସ ଏବଂ ଏନସିପି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । 

ଏହା ପୂର୍ବରୁ ସଞ୍ଜୟ ରାଉତ କହିଥିଲେ ମହାରାଷ୍ଟ୍ରର ନୂଆ ସରକାର ଗଠନ ଶିବସେନା ନେତୃତ୍ୱରେ ହେବ । ଅନ୍ୟପଟେ ସରକାର ଗଠନକୁ ନେଇ ଦାବି ଉପସ୍ଥାନ କରିବ ପ୍ରଶ୍ନର ଉତ୍ତରରେ କହିଛନ୍ତି କଂଗ୍ରେସ, ଏନସିପି ଏବଂ ଶିବସେନାର ବରିଷ୍ଠ ନେତାଙ୍କ ବୈଠକ ହେବାକୁ ଯାଉଛି । ଏହି ବୈଠକ ପରେ ସରକାର ଗଠନକୁ ନେଇ ରାଜ୍ୟପାଳଙ୍କ ଆଗରେ କେବେ ଦାବି ଉପସ୍ଥାନ କରିବୁ ସେନେଇ ନିଷ୍ପତ୍ତି ନେବ । 

ଉଲ୍ଲେଖଯୋଗ୍ୟେ ଯେ, ବିଜେପି ସହ ନିର୍ବାଚନ ଲଢିଥିବା ଶିବସେନା କ୍ଷମତାରେ ସମାନ ଅଧିକାର ଏବଂ ଅଢେଇ-ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦର ଦାବିକୁ ନେଇ ଉଭୟ ଦଳ ମଧ୍ୟରେ ସହମତି ହୋଇ ପାରି ନଥିଲା । ଏବେ ଏନସିପି ଏବଂ କଂଗ୍ରେସ ସହ ମିଶି ଶିବସେନା ସରକାର ଗଠନ କରିବାକୁ ଚେଷ୍ଟା ଜାରି ରଖିଛି । ଗତ 24 ତାରିଖରେ ରାଜ୍ୟର ନିର୍ବାଚନ ପରିଣାମ ଆସିଥିଲା । ବର୍ତ୍ତମାନ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛ ।