Home > ରାଷ୍ଟ୍ରୀୟ
ପିଏମସି ବ୍ୟାଙ୍କ ସ୍କାମ: ଥମିବାର ନାଁ ନେଉନି ମୃତ୍ୟୁ ଘଟଣା, ଆଉ ଜଣେ ଗ୍ରାହକଙ୍କ ହୃଦଘାତରେ ମୃତ୍ୟୁ
Khabar Odisha:National-news-pmc-bank-account-holder-muralidhar-dhara-passed-away-today-due-to-heart-attack
ନୂଆଦିଲ୍ଲୀ,ଅକ୍ଟୋବର ୧୮ (ଖବର ଓଡିଶା) :

ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ବ୍ୟାଙ୍କର ଆଉ ଜଣେ ଗ୍ରାହକଙ୍କ ମୃତ୍ୟୁ ହୋଇଛି । ପିଏମସିର ଆକାଉଣ୍ଟ ହୋଲ୍ଡର ମୁରଲୀଧର ଧରାଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ବ୍ୟାଙ୍କର ଅନ୍ୟ ଦୁଇ ଜଣ ଆକାଉଣ୍ଟ ହୋଲ୍ଡର ଗୁଲାଟି ଏବଂ ଫତ୍ତୋମଲ ପଞ୍ଜାବୀଙ୍କୁ ହୃଦଘାତରୁ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ କହିବା ଅନୁସାରେ ପିଏମସି ବ୍ୟାଙ୍କର ଘୋଟାଲାର ଖୁଲାସା ପରଠାରୁ ସେ ଚାପରେ ରହିଥିଲେ । 

ଉଲ୍ଲେଖଯୋଗ୍ୟ ଯେ ପିଏମସି ବ୍ୟାଙ୍କରୁ ନଗଦ ଟଙ୍କା ବାହାର କରିବା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ଦାବି କରିଥିବା ପିଏମସି କର୍ମଚାରୀଙ୍କ ଯାଚିକା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ମନା କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଥିବା ଖଣ୍ଡପୀଠ ଅନୁଚ୍ଛେଦ 32(ରିଟ ଅଧିକାର କ୍ଷେତ୍ର) ଅନୁସାର ଏହି ଯାଚିକାର ଶୁଣାଣି କରିବାକୁ ଚାହିଁନାହାନ୍ତି । ଆବେଦନକାରୀ ଉଚିତ ରିହାତି ପାଇଁ ସମ୍ୱନ୍ଧିତ ମାମଲାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇପାରିବେ 

ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ ସରକାର ଏହି ପରିସ୍ଥିତିର ଗମ୍ଭୀରତା ସହ ପରିଚିତ ଅଛନ୍ତି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଦୋଷୀଙ୍କ ବିରୋଧରେ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । 

ଆବେଦନକାରୀ ବେଜୋନ କୁମାର ମିଶ୍ରଙ୍କ ପକ୍ଷକାର ଶଶାଂକ ସୁଧୀ କହିଛନ୍ତି, ସେ ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ବ୍ୟାଙ୍କର 500 ଆକାଉଣ୍ଟ ହୋଲ୍ଡରଙ୍କ ତରଫରୁ ଏହି ଯାଚିକା ଦାଖଲ କରାଯାଇଛି । ଏହି ଯାଚିକାରେ ନଗଦ ଟଙ୍କା ବାହାର କରିବା ଉପରେ ଆରବିଆଇ ଦ୍ୱାରା ଜାରି ହୋଇଥିବା ପ୍ରତିବନ୍ଧକକୁ ହଟାଇବାକୁ ଅନୁରୋଧ କରାଯାଇଥିଲା ।  

ଉଲ୍ଲେଖଯୋଗ୍ୟ ଯେ 4355 କୋଟି ଟଙ୍କାର ପିଏମସି ଘୋଟାଲା ସାମ୍ନାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା । ବ୍ୟାଙ୍କର ଗ୍ରାହକମାନେ ଛଅ ମାସର ମଧ୍ୟରେ ବ୍ୟାଙ୍କରୁ 40 ହଜାର ଟଙ୍କା ବାହାର କରିପାରିବେ ।