Home > ରାଷ୍ଟ୍ରୀୟ
କେନ୍ଦ୍ର ସରକାରଙ୍କ ବଡ ବୟାନ-“ସର୍ଭିସ ଚାର୍ଜ ଆଳରେ ଗ୍ରାହକଙ୍କୁ ଆଉ କେହି ଲୁଟି ପାରିବେନି”
Khabar Odisha:National-news-ram-vilas-paswan-on-consumer-protection-bill
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡିଶା):

ସର୍ଭିସ ଚାର୍ଜ ଆଳରେ ଗ୍ରାହାକମାନଙ୍କୁ ଲୁଟିବା ମାମଲା ଉପରେ ସରକାର କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାସ ପାସୱାନ ସାମ୍ୱାଦିକ ସମ୍ମଳନୀକରି ଏହି ସମ୍ପର୍କରେ ରିପୋର୍ଟମାନଙ୍କୁ ଏନେଇ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଖାଉଟି ବିଲକୁ ନେଇ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମଧ୍ୟ ମିଳି ସାରିଛି ଏବେ ଏହା ଆଇନରେ ପରିଣତ ହୋଇ ସାରିଛି । ଖାଉଟି ସଂରକ୍ଷଣ ବିଲ(consumer protection bill 2019)ରେ CCPA (Central Consumer Protection Authority)  ଗଠନ କରାଯାଇଛି । ଏହାରି ସାହାଯ୍ୟରେ ଖାଉଟି କୋର୍ଟ ଏବଂ ଫୋରମର ନାଁ ପରିବର୍ତ୍ତନ କରାଯାଇ consumer commission କରାଯିବ । ପ୍ରଥମେ କୋର୍ଟ ଅବ ଫୋରମ ସେହି ମାମଲା ଗୁଡିକର ବିଚାର କରିବ ଯାହା କୋର୍ଟରେ ଯାଇ ଅଭିଯୋଗ ହୋଇଥିବ । ଏହା ଛଡା CCPA ପାଖରେ ସୋ-ମୋଟୋ ଜାରି କରିବାର ଅଧିକାର ରହିବ ।

ଜିନିଷ ନ କିଣି ମଧ୍ୟ କରିପାରିବେ ଅଭିଯୋଗ

ପୂର୍ବରୁ CCPAର ପ୍ରବଧାନ ନଥିଲା । CCPA ଖାଉଟି ମାନଙ୍କୁ ଏହି ଅଧିକାର ଦେଉଛି ଯେ, ଯଦି କେହି ସାମାନ କିଣି ନଥାଏ କିମ୍ୱା ସାମାନ କିଣିବା ପୂର୍ବରୁ ମଧ୍ୟ କୌଣସି ବ୍ୟକ୍ତି ଅଭିଯୋଗ କରି ପାରିବେ । ଏହାର ମାନେ କୌଣସି ବ୍ୟକ୍ତି ଯଦି କିଛି କିଣିବା ପୂର୍ବରୁ ସେଥିରେ ତ୍ରୁଟି ଥିବା ଜଣିବାକୁ ପାଇଥାନ୍ତି ତେବେ ସେ ଜିନିଷ କିଣିବା ପୂର୍ବରୁ ଏହା ବିରୋଧରେ ଅଭିଯୋଗ କରିପାରିବେ । ଏହାର ତଦନ୍ତ କରିବା ପାଇଁ ଇନଭେଷ୍ଟିଗେସନ ଟିମ ମଧ୍ୟ ରିହବ ଯେଉଁଥିରେ CCPAର ଅଧିକାର ରହିବ, ଏହାସହ ବିଭିନ୍ନ ସେକ୍ଟର ପ୍ରତିନିଧି ସାମିଲ ରହିବେ । 

ସବୁ ସମସ୍ୟାର ସମାଧାନ କରିବ CCPA

ଅଧିକାଂଶ ଗ୍ରାହାକଙ୍କ ପାଖରେ ସୂଚନା ନଥାଏ ଯେ ଠକାମି ବିରୋଧରେ କେଉଁଠାରେ ଅଭିଯୋଗ କରିବେ । ଏହି ସମସ୍ୟାକୁ CCPA ସାହାଯ୍ୟରେ ଦୂର କରାଯାଇଛି । ଏହାସହ ନ୍ୟାୟିକ ପ୍ରକ୍ରିୟାକୁ ସରଳ କରାଯାଇଛି । ପୂର୍ବେ ସାମାନ କିଣୁ ଥିବା ସ୍ଥାନରେ ଅଭିଯୋଗ ହେଉଥିଲା କିନ୍ତୁ ବର୍ତ୍ତମାନ ଯେକୌଣସି ସ୍ଥାନରୁ ଅଭିଯୋଗ କରିପାରିବେ । ଏଥିପାଇଁ ଓକିଲଙ୍କ ଅବଶ୍ୟକ ଦରକାର ପଡିବନି । 

ମିଡିଆକୁ ନେଇ ଖାସ ନିୟମ

ଏହାଛଡା ଏହି ଆଇନରେ ମିଡିଆକୁ ନେଇ ମଧ୍ୟ ଅନେକ ପ୍ରବଧାନ କରାଯାଇଛି । ମିଡିଆକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯେତିକି ଲିଖିତ ଆକାରରେ ଦିଆଯାଇଛି ସେତେକି ହି ପ୍ରସାରିତ କରିବେ । ଏହାଛଡା କିଛି କରିବାକୁ ହେବନି । ସୂଚନାଯୋଗ୍ୟ ଯେ ସେଲିବ୍ରିଟିଙ୍କ ପାଇଁ ଜେଲର ପ୍ରବଧାନ ନାହିଁ । କିନ୍ତୁ ମେନ୍ୟୁଫେକଚରିଂ ଡିଫେକ୍ଟ ମାମଲାରେ ଆଜୀବନ କାରାବାସର ପ୍ରବଧାନ ରହିଛି ।