Home > ରାଷ୍ଟ୍ରୀୟ
ହିନ୍ଦୁତ୍ୱ ନାଁରେ ଉଦ୍ଧର ଭାଙ୍ଗିଲେ ଭୋଟରର ବିଶ୍ୱାସ, ଥାନାରେ ମାମଲା ରୁଜୁ
Khabar Odisha:National-news-uddhav-breaks-voter-s-trust-in-the-name-of-hindutva-fir-lodged
ନୂଆଦିଲ୍ଲୀ,ନଭେମ୍ବର ୨୨(ଖବର ଓଡିଶା):

ମହାରାଷ୍ଟ୍ରରେ ନଭେମ୍ୱର 24 ତାରିଖରେ ଆସିଥିବା ଜନାଦେଶରେ ଗୋଟିଏ ପଟେ ବିଜେପିକୁ 105, ଶିବସେନାକୁ 56 ଆସନ ମିଳିଥିଲା । ଅନ୍ୟପଟେ କଂଗ୍ରେସ ଏବଂ ଏନସିପି ମେଣ୍ଟକୁ ଯଥାକ୍ରମେ 44 ଏବଂ 54 ଆସନ ମିଳିଥିଲା । ମହାରାଷ୍ଟ୍ରରେ ବିଜେପି ସହ ଶିବସେନା ନିର୍ବାଚନ ଲଢିଥିବା ବେଳେ କଂଗ୍ରେସ ସହ ମିଶି ଏନସିପି ନିର୍ବାଚନ ଲଢିଥିଲା । କିନ୍ତୁ ନିର୍ବାଚନ ପରେ ଶିବସେନାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଦଳିଥିବା ଆଭିମୁଖ୍ୟ ପରେ ରାଜ୍ୟରେ ସରକାର ଗଠନର ନୂଆ ସମୀକରଣ ସୃଷ୍ଟି ହୋଇଥିଲା । ବର୍ତ୍ତମାନ କଂଗ୍ରେସ, ଏନସିପି ଏବଂ ଶିବସେନା ଦ୍ୱାରା ସରକାର ଗଠନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ନିର୍ବାଚନ ପୂର୍ବରୁ ବିଜେପି ଏବଂ ଶିବସେନା ମେଣ୍ଟ ନିର୍ବାଚନୀ ରାଲିରେ ପରସ୍ପର ପାଇଁ ଭୋଟ ମାଗିଥିଲେ । କିନ୍ତୁ ପରିଣାମ ପରର ସମୀକରଣ ଜଣେ ଭୋଟରଙ୍କୁ କ୍ଷୁବ୍ଧ କରିଛି । ଶିବସେନାର ଆଭିମୁଖ୍ୟରେ ପରିବର୍ତ୍ତନରେ ଅସନ୍ତୋଷ ହୋଇ ଜଣେ ଭୋଟର ଶିବସେନା ବିରୋଧରେ ଗୁରୁବାର ଦିନ ମାମଲା ରୁଜୁ କରିବା ପାଇଁ ଥାନାରେ ପହଞ୍ଚିଛନ୍ତି । 

ଶିବସେନାର ଏହି ନିଷ୍ପତ୍ତିରେ ମହାରାଷ୍ଟ୍ରର ଔରଙ୍ଗାବାଦର ଜଣେ ଭୋଟର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୁଲିସ ଥାନାରେ ପହଞ୍ଚିଥିଲେ । ଉଦ୍ଧବ ଠାକରେଙ୍କ ବିରୋଧରେ ଔରଙ୍ଗାବାଦର ବେଗମପୁରା ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । 

ଔରାଙ୍ଗାବାଦର ବାସିନ୍ଦା ରତ୍ନାକର ଅଭିଯୋଗ କରିଛନ୍ତି ଯେ ଶିବସେନା ତାଙ୍କର ଏବଂ ତାଙ୍କ ପରିବାରର ଭୋଟକୁ ଧୋକା ଦେଇଛି । ରତ୍ନାକରଙ୍କ ଅଭିଯୋଗ ଅନୁସାରେ ନିର୍ବାଚନ ସମୟରେ ଶିବସେନା ବିଧାୟକ ପ୍ରଦୀପ ଜାୟସୱାଲ, ପୂର୍ବତନ ସାଂସଦ ଚନ୍ଦ୍ରକାନ୍ତ ଖୈରେ ଏବଂ ଉଦ୍ଧବ ଠାକରେ ନିର୍ବାଚନ ସମୟରେ ତାଙ୍କୁ ଭୋଟ ପାଇଁ ଅନୁରୋଧ କରିଥିଲେ । ଉଭୟ (ଶିବସେନା-ବିଜେପି)କୁ ଗୋଟିଏ ଭାବି ନା କେବଳ ନିଜର ବରଂ ପରିବାର ଅନ୍ୟ ସଦସ୍ୟଙ୍କ ଭୋଟ ମଧ୍ୟ ଦଳକୁ ଦେବାରେ ସଫଳ ହୋଇଥିଲେ । କିନ୍ତୁ ଏବେ ସେ ଠକାମିର ଶିକାର ହୋଇଥିବା ଅନୁଭବ କରୁଛନ୍ତୁ । ରତ୍ନାକର ବିଧାନସଭା ନିର୍ବାଚନରେ ହିନ୍ଦୁତ୍ୱ ନାଁରେ ଧୋକାଦେଇ ଭୋଟ ନେବାର ଅଭିଯୋଗ କରିଛନ୍ତି ।