Home > ରାଷ୍ଟ୍ରୀୟ
ପାଣିପାଗ ବିଭାଗର ପୂର୍ବାନୁମାନ, ୫ ଦିନ ବିଳମ୍ବରେ ଜୁନ ୬ରେ କେରଳ ପହଞ୍ଚିବ ମୌସୁମୀ
Khabar Odisha:National-odisha-monsoon-to-be-delayed-by-five-days-to-hit-kerala-on-june-6
ନୂଆଦିଲ୍ଲୀ,ମେ୧୫(ଖବର ଓଡ଼ିଶା):

 ପାଣିପାଗ ବିଭାଗ ଚଳିତ ବର୍ଷ ଦେଶରେ ମୌସୁମୀ ପାଞ୍ଚ ଦିନ ବିଳମ୍ବରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି। ବିଭାଗ କହିଛି ଯେ, ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ୬ରେ କେରଳ ପହଞ୍ଚିବ। ଏଥର ଜୁନ ୪ରେ ମୌସୁମୀ କେରଳ ଛୁଇଁବ ବୋଲି ଏହା ପୂର୍ବରୁ ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍ ପୂର୍ବାନୁମାନ କରିଥିଲା। 

ସାଧାରଣତଃ  ଏହି ମୌସୁମୀ ପ୍ରତ୍ୟୋକ ବର୍ଷ ଜୁନ ୧ରେ କେଳରେ ପହଞ୍ଚିଥାଏ। ଏଥର ପଞ୍ଚ ଦିନ ବିଳମ୍ବରେ ମୌସୁମୀ ପହଞ୍ଚୁଥିବା ପାଣିପାଗ ବିଭାଗ କହିଛି। ମାତ୍ର ଏଥର ସ୍ଵାଭାବିକଠୁ କମ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି। ଏହା ସହ ମୌସୁମୀର ଗତି ସ୍ଵାଭାବିକ ରହିବ ନାହିଁ। ମୌସୁମୀ ସ୍ଵାଭାବିକଠୁ କମ ୯୩ ପ୍ରତିଶତ ରହିବାର ସମ୍ଭାବନା ରହିଛି।

ଗତକାଲି ସ୍କାଇମେଟ୍ ସିଇଓ ଜତିନ ସିଂହ କହିଥିଲେ ଯେ, ଆଣ୍ଡାମାନ ନିକୋବର ଦ୍ଵୀପ ପୁଞ୍ଜରେ ମୌସୁମୀ ମେ ୨୨ରେ ପହଞ୍ଚିବ। ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ୪ରେ କେରଳ ପହଞ୍ଚିବ। ଏଥର ଦେଶର ସମସ୍ତ ଚାରି କ୍ଷେତ୍ରରେ ସ୍ଵାଭାବିକଠୁ କମ ବର୍ଷା  ହେବ। ପୂର୍ବ ଓ ପୂର୍ବାଞ୍ଚଳ ଭାରତ ଓ କେନ୍ଦ୍ରାଞ୍ଚଳ ତୂଳନାରେ ଉତ୍ତର ପଶ୍ଚିମ ଭାରତ ଓ ଦକ୍ଷିଣରେ ମୌସୁମୀ ଖରାପ ସ୍ଥିତିରେ ରହିବ।