Home > ରାଷ୍ଟ୍ରୀୟ
ପୋକ୍ସୋ କାନୁନରେ ବଡ଼ ପରିବର୍ତ୍ତନ: ପିଲାଙ୍କ ଅଶ୍ଳୀଳ ଫଟୋ ଉପରେ ମଧ୍ୟ ହେବ କଡ଼ା ସଜା
Khabar Odisha:National-odisha-photographs-digital-pornographic-material-punishable-under-pocso
ନୂଆଦିଲ୍ଲୀ,ଜୁଲାଇ୧୧(ଖବର ଓଡ଼ିଶା):

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଚାଇଲ୍ଡ ଲାଇନ କାମଉତ୍ତେଜକ ପ୍ରଦର୍ଶନର ପରିଭାଷାର ବିସ୍ତାର କରିଛୀ। ଏହି ପରିବର୍ତ୍ତନ ସଂସଦରେ ରଖାଯାଇଥିବା ନୂତନ ପୋକ୍ସୋ ବିଲରେ କରାଯାଇଛି। ମନ୍ତ୍ରଣାଳୟ ଏଥିରେ ଫଟୋ, ଡିଜିଟାଲ ଓ କମ୍ପ୍ୟୁଟର ଜନିତ କାମପ୍ରକ୍ରିୟା ପ୍ରଦର୍ଶକକୁ ମଧ୍ୟ ଏହାର ପରିଭାଷାରେ ସାମିଲ କରିଛି। ଯଦି ଏହି ବିଲ୍ ପାସ୍ ହୋଇଯାଏ ତେବେ ସବୁ ଜିନିଷ ପୋକ୍ସୋ କାନୁନ ଅନୁସାରେ ଦଣ୍ଡନୀୟ ହେବ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଶ୍ଳୀଳ କାର୍ଟୁନ ଓ ଅଶ୍ଳୀଳ ଏନିମେଟେଡ ଫଟୋକୁ ମଧ୍ୟ ଝିଅଙ୍କ ବିରୋଧରେ ଶିଶୁ ଯୌନ ଅପରାଧ ସଂରକ୍ଷଣ କାନୁନ(ପୋକ୍ସୋ) ଅନ୍ତର୍ଗତ ଦଣ୍ଡନୀୟ ଅପରାଧ ଶ୍ରେଣୀରେ ସାମିଲ କରିଛି। ଏହା ହିସାବରେ ଅପରାଧୀଙ୍କୁ କଡ଼ା ସଜାରେ ଦଣ୍ଡିତ କରାଯିବ। 

ବାଳିକାଙ୍କ ନକଲ କରୁଥିବା ପର୍ଣ୍ଣ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ନୂତନ ପୋକ୍ସୋ ଆକ୍ଟ ଅନୁସାରେ ଯଦି କୌଣସି ବ୍ୟକ୍ତି କୌଣସି ଅଶ୍ଳୀଳ ଭିଡ଼ିଓ କିମ୍ବା ଫଟୋରେ ବାଳିକାର ନକଲ  କରି କୌଣସି ଅଶ୍ଳୀଳ କାମ କରେ ତେବେ ବି ବାଳିକାଙ୍କ ପ୍ରତି ଯୌନ ଅପରାଧ ସଂରକ୍ଷଣ କାନୁନ(ପୋକ୍ସୋ) ଆଧାରରେ ଦଣ୍ଡନୀୟ ଅପରାଧ ଶ୍ରେଣୀରେ ଆସିବ।

ସରକାରଙ୍କ ପାଖରେ ରହିବ ଶିଶୁଙ୍କ ପ୍ରତି ଯୌନ ଅପରାଧ କରୁଥିବା ସବୁ ଅପରାଧୀଙ୍କ ତଥ୍ୟ

ମନ୍ତ୍ରଣାଳୟ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋକୁ ଏହା ମଧ୍ୟ କହିଛି ଯେ, ସେମାନେ ଏବେଠୁ ପିଲାଙ୍କ ପ୍ରତି ଯୌନ ଅପରାଧ ମାମଲାରେ ଡାଟାକୁ ନୂତନ ସୁଧାର ହିସାବରେ ସ୍ଥିର କରନ୍ତୁ। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ଏହି ଧରଣ ପିଲାଙ୍କ ପ୍ରତି ଯୌନ ଅପରାଧ କରୁଥିବା ଲୋକଙ୍କ ବିଷୟରେ ସୂଚନା ରଖନ୍ତୁ ଯେ, ଏହି ମାମଲାରେ ମୋଟ୍ କେତେ ଅପରାଧୀ ଅଛନ୍ତି ଏବଂ ସେମାନଙ୍କ ଅପରାଧ କେତେ ଜଘନ୍ୟ। ଏହି ଆଧାରରେ ଅପରାଧୀଙ୍କୁ କଡ଼ା ସଜାରେ ଦଣ୍ଡିତ କରାଯିବ।