Home > ରାଷ୍ଟ୍ରୀୟ
ବାଜପେୟୀଙ୍କ ସମକକ୍ଷ ହେବେ ମୋଦୀ, କ୍ରମାଗତ ଷଷ୍ଠ ଥର ସ୍ଵାଧୀନତା ଦିବସରେ ଲାଲକିଲ୍ଲାରୁ ଦେବେ ଭାଷଣ
Khabar Odisha:National-odisha-pm-narendra-modi-to-deliver-speech-sixth-consecutive-time-on-independence-day
ନୂଆଦିଲ୍ଲୀ, ଅଗଷ୍ଟ ୧୪(ଖବର ଓଡ଼ିଶା):

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କ୍ରମାଗତ ଷଷ୍ଠ ଥର ସ୍ଵାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଚଣ୍ଡ ଜନାଦେଶ ପରେ ଦ୍ଵିତୀୟଥର କ୍ଷମତାକୁ ଫେରିବା ପରେ ଏହା ତାଙ୍କର ଲାଲକିଲ୍ଲାରୁ ପ୍ରଥମ ଭାଷଣ ହେବ। ଆଶା କରାଯାଉଛି ଯେ, ଜାମ୍ମୁ-କାଶ୍ମୀର ଉପରେ ନିଆଯାଇଥିବା ଐତିହାସିକ ନିର୍ଣ୍ଣୟଠୁ ନେଇ ଅର୍ଥବ୍ୟବସ୍ଥାର ସ୍ଥିତି ପର୍ଯ୍ୟନ୍ତ ସେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିବେ। ମୋଦୀ ଅଗଷ୍ଟ ୧୫ରେ ନିଜର ସମ୍ବୋଧନରେ ସରକାରଙ୍କ ମହତ୍ଵକାଂକ୍ଷୀ ପ୍ରକଳ୍ପ ଯେପରି ସ୍ଵଚ୍ଛ ଭାରତ, ଆୟୁଷ୍ମାନ ଭାରତ ଓ ଭାରତର ଅନ୍ତରୀକ୍ଷରେ ପ୍ରଥମ ମାନବ ମିଶନ ପରି ଘୋଷଣା  କରି ଆସିଛନ୍ତି। ସେ ନିଜର ସମ୍ବୋଧନରେ ତାଙ୍କ ନେତୃତ୍ଵରେ ହେଉଥିବା ବିକାଶକୁ ରେଖାଙ୍କିତ କରିବା ଓ ନିଜ ସରକାରର ବିକାଶମୂଳକ କାମ ବିଷୟରେ ମଧ୍ୟ ଉଲ୍ଲେଖ କରିଥାନ୍ତି।

ଏଥର ସମ୍ବୋଧନରେ କଣ ରହିବ ଖାସ୍

ପାର୍ଟି ନେତାଙ୍କ କହିବା କଥା ନିକଟରେ ସଂପନ୍ନ ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଥିବା ଉଲ୍ଲେଖନୀୟ ସଫଳତା ଓ ଏହା ପରେ ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପଦକ୍ଷେପକୁ ସଂସଦରେ ମଞ୍ଜୁରୀ ଦେବା ଆଦି ପ୍ରଧାନମନ୍ତ୍ରୀଙ୍କ ଭାଷନରେ ଉଦଭାସିତ ହୋଇପାରେ। 

ବାଜପେୟୀଙ୍କ ସମକକ୍ଷ ହେବେ ମୋଦୀ

ମୋଦୀ ଗୁରୁବାର ଲାଲିକିଲ୍ଲାର ପ୍ରାଚୀରରୁ ସ୍ଵାଧୀନତା ଦିବସ ଅବସରରେ ଭାଷଣ ଦେବା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମକକ୍ଷ ହୋଇଯିବେ। ବାଜପେୟୀ ବିଜେପିର ପ୍ରଥମ ନେତା ଥିଲେ ଯିଏ ୧୯୯୮ ରୁ ୨୦୦୩ ପର୍ଯ୍ୟନ୍ତ ଛଅ ଥର ଲାଲ କିଲ୍ଲାର ପ୍ରାଚୀରରୁ ସ୍ଵାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହା ପରେ ବିଜେପି ୨୦୧୪ରେ ସ୍ପଷ୍ଟ ବହୁମତ ସହ ସରକାରକୁ ଫେରିଥିଲା। ଅନେକ ଲୋକଙ୍କ ମାନିବା କଥା ଏଥର ସ୍ଵାଧୀନତା ଦିବସ ଅବସରରେ ମୋଦୀ ସୁଧାର କିମ୍ବା ସମାଜର ବିଭିନ୍ନ ବର୍ଗଙ୍କୁ ଆଶ୍ଵସ୍ତି ଦେବା ପରି କିଛି ଘୋଷଣା କରି ପାରନ୍ତି। 

ଏହା ମଧ୍ୟ ବିଚାରଯୋଗ୍ୟ ଯେ ମୋଦୀ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ହେଉଥିବା ଚିନ୍ତା ପ୍ରକଟ ଉପରେ କହି ପାରନ୍ତି। ଏହା ସହିତ ଜଳ ସଂରକ୍ଷଣର ବିଷୟକୁ ପ୍ରମୁଖତାର ସହ ଉଠାଇ ପାରନ୍ତି, ଯାହା ତାଙ୍କ ଦ୍ଵିତୀୟ କାର୍ଯ୍ୟାଳୟରେ ପ୍ରାଥମିକତା ପ୍ରସଙ୍ଗ ରହିଛି।