Home > ରାଷ୍ଟ୍ରୀୟ
ଲାଲୁ ଯାଦବ, ପପ୍ପୁ ଯାଦବ, ସଙ୍ଗୀତ ସୋମ, ଚିରାଗ ପାସଓ୍ଵାନଙ୍କ ସୁରକ୍ଷା ହ୍ରାସ କଲେ କେନ୍ଦ୍ର ସରକାର
Khabar Odisha:National-odisha-security-cover-lalu-prasad-yadav-suresh-rana-rajiv-pratap-rudy-removed-from-central-list
ନୂଆଦିଲ୍ଲୀ,ଜୁଲାଇ୨୩(ଖବର ଓଡ଼ିଶା):

ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଦେଶର ଅନେକ ବଡ଼ ନେତାଙ୍କୁ ଯୋଗାଇ ଦେଉଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛି। ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶ ମୁତାବକ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ, ବିଏସପି ସାଂସଦ ସତୀଶ ଚନ୍ଦ୍ର ମିଶ୍ର, ୟୁପି ବିଜେପି ନେତା ସଙ୍ଗୀତ ସୋମ, ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡୀଙ୍କ ସୁରକ୍ଷା ପରିଧିକୁ ହ୍ରାସ କରାଯାଇଛି। ଏହା  ବ୍ୟତୀତ କେନ୍ଦ୍ର ଉତ୍ତର ପ୍ରଦେଶ ସରକାରର ମନ୍ତ୍ରୀ ସୁରେଶ ରାଣା, ଏଲଜେପି ସାଂସଦ ଚିରାଗ ପାସଓ୍ଵାନ, ପୂର୍ବତନ ସାଂସଦ ପପ୍ପୁ ଯାଦବଙ୍କ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ହ୍ରାସ କରିଛି।

ଗୃହ ମନ୍ତ୍ରଣାଳୟ ସିଆରପିଏଫର ସୁରକ୍ଷା ପାଉଥିବା ନେତାଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛି। ନିଷ୍ପତ୍ତି ଅନୁଯାୟୀ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାକୁ କମାଇ ଦିଆଯାଇଛି। ଫଳରେ ଲାଲୁଙ୍କୁ ଏବେ କେନ୍ଦ୍ରର ସୁରକ୍ଷା ମିଳିବ ନାହିଁ। ଲାଲୁଙ୍କ ବ୍ୟତୀତ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀଙ୍କ ମଧ୍ୟ ସୁରକ୍ଷା କମାଇ ଦିଆଯାଇଛି। ତାଙ୍କୁ ମଧ୍ୟ ଏବେ କେନ୍ଦ୍ରୀୟ ସୁରକ୍ଷା ମିଳିବ ନାହିଁ। ଏହା ବ୍ୟତୀତ ରାଜ୍ୟସଭା ସାଂସଦ ସତୀଶ ଚନ୍ଦ୍ର ମିଶ୍ରଙ୍କ ସୁରକ୍ଷାରେ ମଧ୍ୟ ହ୍ରାସ କରାଯାଇଛି।

ୟୁପି ସରକାରର ମନ୍ତ୍ରୀ ସୁରେଶ ରାଣାଙ୍କୁ କେନ୍ଦ୍ର ଦ୍ଵାରା ଦିଆଯାଉଥିବା ସୁରକ୍ଷା କାଢି ନିଆଯାଇଛି। ବିଜେପି ବିଧାୟକ ସଙ୍ଗୀତ ସୋମଙ୍କ ସୁରକ୍ଷାକୁ ମଧ୍ୟ କମାଇ ଦିଆଯାଇଛି। ଏଲଜେପି ସାଂସଦ ଚିରାଗ ପାସଓ୍ଵାନଙ୍କଠୁ କେନ୍ଦ୍ରୀୟ ସୁରକ୍ଷା କାଢି ନିଆଯାଇଛି। ଏବେ ତାଙ୍କୁ ଓ୍ଵାଇ କାଟାଗୋରୀରର ସୁରକ୍ଷା ମିଳିବ। ରାଜେଶ ରଞ୍ଜନ ଓରଫ ପପ୍ପୁ ଯାଦବଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯାଇଛି।