Home > ରାଷ୍ଟ୍ରୀୟ
ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଲେ କୁମାରସ୍ୱାମୀ, ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ କଲା ବିଜେପି !
Khabar Odisha:National-politics--HD-Kumaraswamy-submits-his-resignation-to-Karnataka-Governor-Vajubhai-Vala
ନୂଆଦିଲ୍ଲୀ,ଜୁଲାଇ ୨୩ (ଖବର ଓଡ଼ିଶା):

ଆସ୍ଥା ଭୋଟରେ ହାରିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ରାଜ୍ୟପାଳ ବାଜୁଭାଇ ବଲା କୁମାରସ୍ୱାମୀଙ୍କ ଇସ୍ତଫାକୁ ଗୃହିତ କରିଛନ୍ତି । ଏହାପରେ ସାରା ଦେଶର ନଜର ଏବେ କର୍ଣ୍ଣାଟକ ରାଜ୍ୟପାଳଙ୍କ ଉପରେ ରହିଛି । ରାଜ୍ୟପାଳ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଉଛନ୍ତି ନାଁ ବିଜେପିକୁ ସରକାର ଗଢିବାକୁ ଦେଉଛନ୍ତି ଏହାରି ଉପରେ ରହିଛି ସମସ୍ତଙ୍କ ନଜର । ରାଜନୈତିକ ମହଳରେ ହେଉଥିବା ଚର୍ଚ୍ଚା ଏବଂ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି ଅତିଶୀଘ୍ର ରାଜ୍ୟରେ ସରକାର ଗଢିବା ଦାବି ନେଇ ରାଜ୍ୟପାଳ ଭେଟିପାରେ । 

ଅନ୍ୟପଟେ ଇସ୍ତଫା ଦେଇଥିବା ବିଧାୟକଙ୍କୁ ନେଇ ମଧ୍ୟ ଅନିଶ୍ଚତା ଲାଗି ରହିଛି । ଇସ୍ତଫା ଦେଇଥିବା 13 ଜଣଙ୍କ ଇସ୍ତଫା ବର୍ତ୍ତମାନ ସୁଦ୍ଧା ବାଚସ୍ପତିଙ୍କ ଦ୍ୱାରା ଗୃହିତ ହୋଇନି । ଏପରି ସ୍ଥିତିରେ ବିଧାୟକମାନେ ଯଦି ବିଜେପିରେ ସାମିଲ ହୁଅନ୍ତି ତେବେ ତାଙ୍କ ବିରୋଧରେ ଦଳ ବିରୋଧୀ ଆଇନ ଲାଗୁ କରାଯିବ । ଯଦି ବାଚସ୍ପତି ସେମାନଙ୍କ ଇସ୍ତଫା ଗ୍ରହଣ କରନ୍ତି ସେହି ସ୍ଥଳେ ବିଜେପି ସେହି ବିଧାୟକଙ୍କୁ ନିଜ ଦଳରେ ସାମିଲ କରୁଛି କି ନାହିଁ ତାହା ମଧ୍ୟ ଦେଖିବାକୁ ରହିଛି । ଯଦି ରାଜ୍ୟରେ ବିଜେପି ସରକାର ଗଠନ କରେ ତେବେ ଇସ୍ତଫା ଦେଇଥିବା ବିଧାୟକଙ୍କ ନିର୍ବାଚନୀ ମଣ୍ଡଳୀରେ ଉପ ନିର୍ବାଚନ ହେବା ସ୍ୱାବାବିକ ସେପରି ସ୍ଥଳେ ବିଜେପି ଏହି ବିଦ୍ରୋହୀ ବିଧାୟକଙ୍କୁ ଟିକେଟ ଦେଉଛି କି ଅନ୍ୟ କାହାକୁ ଛିଡା କରାଇବା ତାହା ମଧ୍ୟ ଦେଖିବାକୁ ବାକି ରହିଛି । ଏହି ତମାମ ଘଟଣାକୁ ଯଦି ନଜରରେ ରଖାଯାଏ ତେବେ କର୍ଣ୍ଣାଟକର ରାଜନୈତିକ ନାଟକ ଆହୁରୀ ଲମ୍ୱା ସମୟ ପର୍ଯ୍ୟନ୍ତ ଜାରି ରହିବ ।