Home > ରାଷ୍ଟ୍ରୀୟ
କର୍ଣ୍ଣାଟକ: ଆସ୍ଥା ଭୋଟରେ ଭାଗ ନେବେନି ବିଏସପି ବିଧାୟକ, କହିଲେ –ମାୟାବତୀଙ୍କ ନିର୍ଦ୍ଦେଶ
Khabar Odisha:National-politics-BSP-MLA-N-Mahesh-Will-Not-Attend-Floor-Test-As-Per-Direction-Of-Mayawati
ବେଙ୍ଗାଲୁରୁ,ଜୁଲାଇ ୨୧ (ଖବର ଓଡିଶା) :

କର୍ଣ୍ଣାଟକରେ ଚାଲିଥିବା ହାଇ ଭୋଲଟେଜ ରାଜନୈତିକ ଡ୍ରାମା ମଧ୍ୟରେ ଆଉ ଏକ ଡ୍ରାମା ଦେଖିବାକୁ ମିଳିଛି । କିଛି ଦିନ ମଧ୍ୟରେ ମେଣ୍ଟ ସରକାରରୁ ପ୍ରାୟ 15 ଜଣ ବିଧାୟକ ନିଜ ସମର୍ଥନ ଫେରାଇ ନେବା ସହ ବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ବିଧାୟକଙ୍କ ତ୍ୟାଗପତ୍ର ଗ୍ରହଣ କରି ନାହାନ୍ତି । ଯାହାପରେ ଏହି ମାମଲା ସୁପ୍ରିମକୋର୍ଟ ମଧ୍ୟ ପହଞ୍ଚିଥିଲେ । 

ଗତ ଗୁରୁବାର ଏବଂ ଶୁକ୍ରବାର ଦିନ ବିଧାନସଭାରେ ଆସ୍ଥା ଭୋଟ ଉପରେ ଚର୍ଚ୍ଚା ହୋଇଥିଲା । ଏହା ଉପରେ କିଛି ନିଷ୍କର୍ସ ବାହାରି ପାରିନଥିଲା । ଏହାପରେ ବାଚସ୍ପତି ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବି କରିଥିଲେ । ସୋମବାର ଦିନ ଗୃହରେ ବହୁମତ ସାବ୍ୟସ୍ତ କରିବେ କୁମାରସ୍ୱାମୀ । ଏହା ପୂର୍ବରୁ ରାଜ୍ୟ ସରକାରକୁ ଲାଗିଛି ଆଉ ଏକ ବଡ ଝଟକା । ବିଏସପି ବିଧାୟକ ଏନ ମହେଶ ଆସ୍ଥା ଭୋଟ ସମୟରେ ଗୃହରେ ଉପସ୍ଥିତ ନରହିବା ନେଇ ନିଷ୍ପତ୍ତି ନେଇଛନ୍ତି ।

ଏନ ମହେଶ କହିଛନ୍ତି, ମୁଁ ମାୟବତୀଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ହେବାକୁ ଥିବା କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟରେ ଭାଗ ନେବି ନାହିଁ । ବିଧାୟକଙ୍କ ଏହି ନିଷ୍ପତ୍ତି ସରକାର ଏଥିପାଇଁ ବଡ ଝଟକା କାରଣ ପୂର୍ବରୁ ସରକାର ସଂଖ୍ୟା ଖେଳରେ ପଛରେ ରହିଛି । ଏପରି ସ୍ଥିତିରେ ସରକାର ପାଇଁ ଗୋଟିଏ ଗୋଟିଏ ଭୋଟ ମୂଲ୍ୟବାନ । ଯଦି କୁମାରସ୍ୱାମୀ ଗୃହରେ ବହୁମତ ସାବ୍ୟସ୍ତ ନ କରିପାରନ୍ତି ତେବେ ମେଣ୍ଟ ସରକାର ଭାଙ୍ଗିଯିବ । କଂଗ୍ରେସ ଏବଂ ଜେଡିଏସ ନେତାମାନେ ସରକାରକୁ ରକ୍ଷା କରିବା ପାଇଁ ସବୁ କଳ ବଳ ଲଗାଇ ଶେଷ ପ୍ରୟାସ ଜାରି ରଖିଛନ୍ତି ।