Home > ରାଷ୍ଟ୍ରୀୟ
ସିପିଆଇ ରାଷ୍ଟ୍ରୀୟ ମହାସଚିବ ହେଲେ ବରିଷ୍ଠ ନେତା ଡି ରାଜା, ଏସ ସୁଧାକରଙ୍କ ନେବେ ଜାଗା
Khabar Odisha:National-politics-D-Raja-Has-Been-Elected-As-The-New-General-Secretary-Of-Communist-Party-Of-India
ନୂଆଦିଲ୍ଲୀ,ଜୁଲାଇ ୨୧ (ଖବର ଓଡିଶା)

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ଡି.ରାଜାଙ୍କୁ ପାର୍ଟିର ନୂଆ ରାଷ୍ଟ୍ରୀୟ ମହାସଚିବ ନିଯୁକ୍ତ କରାଯାଇଛି । ଏସ ସୁଧାକରଙ୍କ ସ୍ଥାନ ଗ୍ରହଣ କରିବେ ରାଜା । ସିପିଏମର ସୂତ୍ରରୁ ସୂଚନା ଅନୁସାରେ ଶନିବାର ଦିନ ଦଳର ରାଷ୍ଟ୍ରୀୟ ପରିଷଦର ବୈଠକରେ ରାଜାଙ୍କୁ ମହାସଚିବ ନିଯୁକ୍ତ କରିବା ନେଇ ମିଳିଥିବା ପ୍ରସ୍ତାବକୁ ମିଞ୍ଜୁରୀ ମିଳିଥିଲା । ରବିବାର ଦିନ ବର୍ତ୍ତମାନର ମହାସଚିବ ଏସ ସୁଧାକର ରେଡ୍ଡୀ ଏହି ଘୋଷଣା କରିଛନ୍ତି । 

ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ରାଜାଙ୍କୁ ମହାସଚିବ କରିବା ପାଇଁ ପ୍ରସ୍ତାବକୁ ଶୁକ୍ରବାର ଦିନ ସିପିଏମର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ମଞ୍ଜୁରୀ ପ୍ରଦାନ କରି ଏହା ଉପରେ ମୋହର ମାରିବା ପାଇଁ ରାଷ୍ଟ୍ରୀୟ ପରିଷଦରେ ଆଗତ କରିଥିଲା । ଯାହା ପରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । 

କହିବା ବାହୁଲ୍ୟ ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ସିପିଏମର ଶୋଚନୀୟ ପରାଜୟ ପରେ ରେଡ୍ଡୀ ମହାସଚିବ ପଦରୁ ଇସ୍ତଫା ଦେଇଥିଲେ । ରେଡ୍ଡୀ ଇସ୍ତଫା ପଛରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିଲେ ।