Home > ରାଷ୍ଟ୍ରୀୟ
ଦଳୀୟ ନେତାଙ୍କ ଉପରେ ରାଗିଲେ ଦିଗୁ, କହିଲେ- ଧାରା 370 କ’ଣ ଅଧା କଂଗ୍ରେସୀଙ୍କୁ ଜଣା ନାହିଁ
Khabar Odisha:National-politics-Digvijay-Singh-Says-More-Than-Half-The-Congressmen-Dont-Know-About-Article-370
ନୂଆଦିଲ୍ଲୀ,ନଭେମ୍ଵର ୧୪ (ଖବର ଓଡିଶା)

କେନ୍ଦ୍ର ସରକାରଙ୍କ ଦ୍ୱାରା ଧାରା 370କୁ ଉଚ୍ଛେଦ କରିବା ନିଷ୍ପତିକୁ ସମର୍ଥନ କରିବା ଅବା ବିରୋଧ, ଏହା ଉପରେ ଏବେ ମଧ୍ୟ କଂଗ୍ରେସ ଭ୍ରମିତ ଥିବା ନଜର ଆସୁଛି । ଗୁରୁବାର ଦିନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଧାର 370 ଉଚ୍ଛେଦର ସମର୍ଥନ କରୁଥିବା କଂଗ୍ରେସୀଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା କହିଛନ୍ତି, ଅଧା କଂଗ୍ରେସୀ ଏହା ମଧ୍ୟ ଜାଣି ନାହାନ୍ତି ଯେ, ଧାରା 370 କ’ଣ  ? ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଜନ୍ମ ଜୟନ୍ତୀ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦିଗବିଜୟ କହିଛନ୍ତି,” ଅଧାରୁ ଅଧିକ କଂଗ୍ରେସୀଙ୍କୁ ଜଣା ହିଁ ନାହିଁ ଯେ 370 କ’ଣ । ସେମାନେ କହୁଛନ୍ତି ଯେ କେନ୍ଦ୍ର ସରକାର ଭଲ କାମ କରିଛନ୍ତି, କଣ ଭଲ କାମ କରିଛନ୍ତି ? କଂଗ୍ରେସର ବରିଷ୍ଠ ନେତା କହିଛନ୍ତି କାଶ୍ମୀର ଆମ ହାତରୁ ଖସି ଚାଲିଛି । ଯଦି ଆମକୁ କାଶ୍ମୀର ଦରକାର ତେବେ ପୁଣି ଥରେ କାଶ୍ମୀରୀମାନଙ୍କୁ ସାଙ୍ଗରେ ଆଣିବାକୁ ପଡିବ । 

ଉଲ୍ଲେଖଯୋଗ୍ୟ ଯେ ଦିଗବିଜୟ ସିଂହଙ୍କ ପ୍ରତିଦ୍ୱଦ୍ୱୀ ଧାରାଯାଉଥିବା ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିଆଦିତ୍ୟ ସିନ୍ଧିଆ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସମର୍ଥନ କରିଥିଲେ । ଏହା ଛଡା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମଧ୍ୟ ପ୍ରତିକ୍ରିୟା ଦେଇ କହିଥିଲେ, ଯେତେବେଳେ 370 ଉଚ୍ଛେଦ କରିବା ବିଲ ସଂସଦକୁ ଆସିଥିଲା ସେତେବେଳେ ଆମେ ଏହାର ସମର୍ଥନ କରିଥିଲୁ, କିନ୍ତୁ ଉଚ୍ଛେଦ କରିବାର ପ୍ରଣାଳିକୁ ବିରୋଧ କରିଥିଲୁ । ଏହା ହିଁ ନୁହେଁ ହରିୟାଣାର ଦିପେନ୍ଦ୍ର ସିଂହ ହୁଡ୍ଡା ଏବଂ ମୁମ୍ୱାଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ମିଲିନ୍ଦ ଦେୱଡା ପରି ଯୁବ ନେତାମାନେ ମଧ୍ୟ ଏହି ନିଷ୍ପତି ଉପରେ କେନ୍ଦ୍ର ସରକାରଙ୍କ ସମର୍ଥନ କରିଥିଲେ ।