Home > ରାଷ୍ଟ୍ରୀୟ
କର୍ଣ୍ଣାଟକ ଉପ-ନିର୍ବାଚନ: କଂଗ୍ରେସ-ଜେଡିଏସର 13 ବିଦ୍ରୋହୀ ବିଧାୟକଙ୍କୁ ଟିକେଟ ଦେଲା ବିଜେପି
Khabar Odisha:National-politics-Karnataka-Assembly-By-Election-Bjp-Released-The-List-Of-13-Candidates
ନୂଆଦିଲ୍ଲୀ,ନଭେମ୍ଵର ୧୪ (ଖବର ଓଡିଶା)

ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ ଉପ ନିର୍ବାଚନ ପାଇଁ ନିଜର 13 ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ଲିଷ୍ଟରେ ଯେଉଁ ପ୍ରମୁଖ ନାଁକୁ ସ୍ଥାନ ମିଳିଛି ସେଥିରେ ସୁଧାକର, ବିସି ପାଟିଲ, ଶିବରାମ ହେବ୍ବର, ଆନନ୍ଦ ସିଂହ, ଏସଟି ସୋମଶେଖର ଆଦି ସାମିଲ ରହିଛନ୍ତି । ଏହି ସମସ୍ତ ପ୍ରାର୍ଥୀ କଂଗ୍ରେସ ଏବଂ ଜେଡିଏସର ବିଦ୍ରୋହୀ ବିଧାୟକ ଥିଲେ ଏବଂ ଆଜି ସକାଳେ ଏହି ସମସ୍ତ ବିଧାୟକ ବିଜେପିରେ ସାମିଲ ହୋଇଥିଲେ । ଆସନ୍ତା ଡିସେମ୍ୱର 5 ତାରିଖରେ ରାଜ୍ୟରେ ଉପ-ନିର୍ବାଚନ ହେବ । ଏହା ପୂର୍ବରୁ ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକଙ୍କୁ ନିର୍ବାଚନ ଲଢିବା ନେଇ କ୍ଲିନ ଚିଟ ଦେଇଥିଲେ । 

ବିଜେପି ପାଇଁ ବଢିପାରେ ଅଡୁଆ

ଆସନ୍ତା ଉପ-ନିର୍ବାଚନରେ ୟେଦିୟୁରପ୍ପା ସରକାରଙ୍କୁ ଯେକୌଣସି ପରିସ୍ଥିତିରେ ଅଛଟି ଆସନରେ ବିଜୟୀ ହେବାକୁ ପଡିବ । ଯଦି ଏପରି ନହୁଏ ତେବେ ବିଜେପି ସରକାର ବହୁମତ ଠାରୁ ପଛରେ ରହିଯିବ । ବର୍ତ୍ତମାନ ସମୟରେ ବିଧାନସଭାରେ ବହୁମତ ପାଇଁ 104 ବିଧାୟକଙ୍କ ଆବଶ୍ୟକତା ରହିଛି ଯେତେବେଳେ କି ବିଜେପି ପାଖରେ 106 ବିଧାୟକଙ୍କ ସମର୍ଥନ ଅଛି । 

ଆସନ୍ତା 15 ବିଧାନସଭା ଆସନ ଉପରେ ହେବାକୁ ଥିବା ଉପ ନିର୍ବାଚନ ପରେ ବହୁମତର ସଂଖ୍ୟା 112 ହୋଇଯିବ । ବିଜେପିକୁ ନିଜର ସରକାର ବଞ୍ଚାଇବା ପାଇଁ ଅନ୍ୟ ଅଛ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିବ ।