Home > ରାଷ୍ଟ୍ରୀୟ
ଶରଦ ପାୱାରଙ୍କ ଘୋଷଣା, ମୁଖ୍ୟମନ୍ତ୍ରୀ ପାଇଁ ଉଦ୍ଧବ ଠାକରେଙ୍କ ନାଁରେ ସହମତି
Khabar Odisha:National-politics-Ncp-Chief-Sharad-Pawar-Said-All-Parties-Agree-On-Uddhav-Thackeray-Leadership
ମୁମ୍ୱାଇ,ନଭେମ୍ବର ୨୨(ଖବର ଓଡିଶା):

ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସର ମେଣ୍ଟ ସରକାରର ସ୍ୱରୁପକୁ ନେଇ ଅନ୍ତିମ ନିଷ୍ପତ୍ତି ଶନିବାର ପର୍ଯ୍ୟନ୍ତ ଟଳିଛି । ମୁମ୍ୱାଇର ନେହରୁ ସେଣ୍ଟରରେ ତିନି ଦଳର ନେତାଙ୍କ ମଧ୍ୟରେ ପ୍ରାୟ 2 ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ମିଳିଛି । ବୈଠକ ପରେ ବାହାରକୁ ଆସି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦ୍ୱିମତ ନାହିଁ । ଉଦ୍ଧବ ଠାକରେ ହିଁ ସରକାରର ନେତୃତ୍ୱ ନେବା ଦରକାର । ଏହାଛଡା ଅନ୍ୟ ମାମଲା ଉପରେ ଚର୍ଚ୍ଚା ଜାରି ରହିଛି । ପାୱାର କହିଛନ୍ତି ଶନିବାର ଦିନ ମିଳିତ ସାମ୍ୱାଦିକ ସମ୍ମିଳନୀ କରି ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ । 

ପାୱାର କହିଛନ୍ତି ଉଦ୍ଧବ ଠାକରେଙ୍କ ପାଖରେ ଏହି ସରକାରର ନେତୃତ୍ୱ ରହିଛି । ଏହାସହ ଏନସିପି ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ନେବା ପ୍ରଶ୍ନର ଜବାବରେ ସେ କହିଛନ୍ତି ଯେ ନେତୃତ୍ୱକୁ ନେଇ କୌଣସି ପ୍ରକାର ବିବାଦ ଆମର ଆଗରେ ନାହିଁ । ଏହାସହ ସେ ଆଗକୁ କହିଛନ୍ତି ଯେ ରାଜ୍ୟପାଳଙ୍କୁ କେବେ ଭେଟିବୁ ଏହା ଉପରେ ଶନିବାର ଦିନ ନିଆଯିବ ।  ଶୁକ୍ରବାର ଦିନ କଂଗ୍ରେସ ଏବଂ ଏନସିପିର ନେତାମାନେ ସାଧାରଣ ସର୍ବନିମ୍ନ କର୍ଯ୍ୟକ୍ରମ ଏବଂ ସରକାରେ ପାର୍ଟି ଗୁଡିକ ଭୂମିକା ଉପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ସହ କଥା ହୋଇଛନ୍ତି । ଏହି ମାହା ବୈଠକରେ ଉଦ୍ଧବ ଠାକରେଙ୍କ ପାର୍ଟିର ନେତୃତ୍ୱରେ ନୂଆ ସରକାରକୁ ଚୂଡାନ୍ତ ରୁପରେଖ ଦିଆଯାଇଛି ।