Home > ରାଷ୍ଟ୍ରୀୟ
କ୍ଷମତା ପାଇଁ ଶିବସେନା ଏଜେଣ୍ଡା ସହ ବଦଳାଇଲା “ମାତୋଶ୍ରୀ” କେନ୍ଦ୍ରୀତ ରାଜନୀତି
Khabar Odisha:National-politics-Shivsena-Comes-Out-Of-Matoshree-For-Making-Shivsainik-A-Chief-Minister-For-The-First-Time
ଭୁବନେଶ୍ୱର,ନଭେମ୍ଵର ୧୪ (ଖବର ଓଡିଶା)

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଶିବସେନା ପାଇଁ ବହୁତ କିଛି ବଦଳି ଯାଇଛି । ପାର୍ଟି ନିର୍ବାଚନ ପରେ ନା କେବଳ ନିଜର ଏଜେଣ୍ଡାରେ ପରିବର୍ତ୍ତନ କରିଛି ବରଂ ଏବେ ନିଜର କାମ କରିବା ଶୈଳୀରେ ମଧ୍ୟ ପରବର୍ତ୍ତନ କରିଛି । ପ୍ରଥମ ଥର ଠାକରେ ପରିବାରକୁ କେହି ନିର୍ବାଚନକୁ ଓହ୍ଲାଇଥିଲେ । ଏବେ ଶିବସେନା କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମିଶି ସରକାର ଗଠନ କରିବା ପାଇଁ ଚେଷ୍ଟା ଜାରି ରଖିଛି । 

ଏବେ ସେହି ଦିନ ମଧ୍ୟ ବିତି ଯାଇଛି ଯେତେବେଳେ ଲାଲକୃଷ୍ଣ ଆଡଭାନୀ, ଶରଦ ପାୱାର, ସୁଷମା ସ୍ୱରାଜ, ଅରୁଣ ଜେଟଲୀ, ପ୍ରମୋଦ ମହାଜନ, ବିଲାସରାଓ ଦେଶମୁଖ ଏବଂ ରଜନୀକାନ୍ତଙ୍କ ପରି ଟାଣୁଆ ନେତା “ମାତୋଶ୍ରୀ”  ଯାଇ ବାଲା ସାହବ ଠାକରେଙ୍କୁ ଭେଟୁଥିଲେ । ସେହି ସମୟରେ “ମାତୋଶ୍ରୀ”  ରାଜନୀତିର ପାୱାର ସେଣ୍ଟର ହୋଇ ରହିଥିଲା । 2012 ର ରାଷ୍ଟ୍ରପତି ନିର୍ବାଚନରେ ପ୍ରଣବ ମୁଖାର୍ଜୀ ଏନସିପି ନେତା ଶରଦ ପାୱାରଙ୍କ ସହ ମାତୋଶ୍ରୀ ଯାଇ ନିଜ ପାଇଁ ସମର୍ଥନ ମାଗିଥିଲେ । 

ଗତ ସପ୍ତାହରେ ବିଜେପି ଏବଂ ଏନଡିଏରୁ ସମ୍ପର୍କ ଛିନ୍ନ କରିବା ପରେ ପରିସ୍ଥିତିରେ ଅନେକ ପରିବର୍ତ୍ତନ ହୋଇଥିବା ନଜରକୁ ଆସୁଛି । ଶିବସୈନିକକୁ ମୁଖ୍ୟମନ୍ତ୍ରୀ କରିବା ଚେଷ୍ଟାରେ ଲାଗିଥିବା ଶିବସେନା ନିଜର ଘୋର ବିରୋଧୀ କଂଗ୍ରେସ ଏବଂ ଏନସିପି ସହ କଥାବର୍ତ୍ତା ଜାରି ରଖିଛି । ମୁଖ୍ୟମନ୍ତ୍ରୀ ଆସନ ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜେ “ମାତୋଶ୍ରୀ” ରୁ ବାହାରି ହୋଟେଲ ଯାଇ କଂଗ୍ରେସ ନେତାଙ୍କ ସହ ସାକ୍ଷାତ କରିଛନ୍ତି । 

ସୋମବାର ଦିନ ଉଦ୍ଧବ ଠାକରେ ବାନ୍ଦ୍ରା ସ୍ଥିତ ହୋଟେଲ ତାଜ ଲେଡ୍‌ସରେ ଶରଦ ପାୱାରଙ୍କୁ ସାକ୍ଷାତ କରି ନୂଆ ମେଣ୍ଟ ସରକାରର ସମ୍ଭାବନା ଉପରେ ଚର୍ଚ୍ଚା କରିଥିଲେ । ଶିବସେନାର ରାଜନୀତି ଉପରେ ଜ୍ଞାନ ରଖୁଥିବା ଅବା ଶିବସେନାର ରାଜନୀତିକୁ ପୂର୍ବରୁ ଦେଖି ଆସୁଥିବା ଲୋକଙ୍କ କହିବା ଅନୁସାରେ ଶିବସେନା-ବିଜେପି ମେଣ୍ଟରେ ଏପରି କେବେ ମଧ୍ୟ ହୋଇ ନଥିଲା ଯେତେବେଳେ ଉଦ୍ଧବ “ମାତୋଶ୍ରୀ” ରୁ ବାହାରକୁ ଯାଇ କାହାକୁ ଭେଟିଥିବେ । 

ଏହା ହିଁ ନୁହେଁ ଶିବସେନାର ଦୂତମାନେ ଏବେ ଦିଲ୍ଲୀ ଯାଇ ଅହମଦ ପଟେଲ ଏବଂ ଅମିତ ଶାହାଙ୍କ ପରି ନେତାଙ୍କୁ ସାକ୍ଷାତ କରୁଛନ୍ତି । ଶିବସେନା ଉପରେ ଲେଖା ଲେଖୁଥିବା ଜଣେ ସାମ୍ୱାଦିକଙ୍କ କହିଛନ୍ତି ଯେ, ଦାଦର (ଶିବସେନା ଅଫିସ)ରୁ ଦିଲ୍ଲୀ ପର୍ଯ୍ୟନ୍ତ ଠାକରେ ବହୁତ ଆଗକୁ ବଢି ସାରିଛନ୍ତି । ବୁଧବାର ଦିନ ମଧ୍ୟ ଉଦ୍ଧବ ଠାକରେ ଅହମଦ ପଟେଲ ଏବଂ ଅଶୋକ ଚୌହ୍ୱାନ ସରୀଖେ କଂଗ୍ରେସର ବରିଷ୍ଠ ନେତାଙ୍କୁ ହୋଟେଲରେ ଭେଟିଥିଲେ । 

କଂଗ୍ରେସର 44 ବିଧାୟକଙ୍କ ସମର୍ଥନ ହାସଲ କରିବା ପାଇଁ ଉଦ୍ଧବ ଠାକରେ କଂଗ୍ରେସର ମଧ୍ୟବର୍ତ୍ତିକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇଥିଲେ । କହିବା ବାହୁଲ୍ୟ ଯେ ଦୀର୍ଘ ଦିନ ପର୍ଯ୍ୟନ୍ତ ନିଜେ ବାଲା ସାହବ ଠାକରେ ଏବଂ ଶିବସେନାର ମୁଖପତ୍ର ସାମନା ସୋନିଆ ଗାନ୍ଧୀଙ୍କୁ ଇଟାଲୀର ହୋଇଥିବାରୁ ବାରମ୍ୱାର ଟାର୍ଗେଟ କରିଥିଲେ । ଏବେ ସେହି ସୋନିଆଙ୍କ ସମର୍ଥନ ପାଇଁ ନିଜେ ମାତୋଶ୍ରୀରୁ ବାହାରକୁ ଆସିଛନ୍ତି ।