Home > ରାଷ୍ଟ୍ରୀୟ
ରାଫେଲ ପ୍ରସଙ୍ଗରେ ମିଛ ପ୍ରଚାର କରିଛି କଂଗ୍ରେସ, ଦେଶକୁ କ୍ଷମା ମାଗନ୍ତୁ ରାହୁଲ-ରବିଶଙ୍କର ପ୍ରସାଦ
Khabar Odisha:National-politics-bjp-leader-ravi-shankar-prasad-says-rahul-gandhi-should-apologize-on-rafale-matter-congress
ନୂଆଦିଲ୍ଲୀ,ନଭେମ୍ଵର ୧୪ (ଖବର ଓଡିଶା)

ରାଫେଲ ବିମାନ ଚୁକ୍ତି ସହ ଜଡିତ ଥିବା ଅପରାଧିକ ଅବମାନନା ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ୱାୟନାଡର ସାଂସଦ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ କ୍ଷମାକୁ ସ୍ୱିକାର କରିଛନ୍ତି । ଏହାସହ ଜାରିନାମା ସହ ଜଡିତ ଥିବା ସମସ୍ତ ପୁନର୍ବିଚାର ମାମଲାକୁ ଖାରଜ କରିଛନ୍ତି । ଏହି ନିଷ୍ପତି ପରେ ବିଜେପି ନେତା ରବିଶଙ୍କର ପ୍ରସାଦ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଟାର୍ଗେଟ କରି କହିଛନ୍ତି, ରାଫେଲ ମାମଲରେ କଂଗ୍ରେସ ମିଛ ପ୍ରଚାର କରିଛି । ରାହୁଲ ଗାନ୍ଧୀଙ୍କୁ ଦେଶକୁ କ୍ଷମା ମାଗିବା ଦରକାର । ଏହାସହ ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତି ସତ୍ୟର ବିଜୟ ଅଟେ । 

ବିଜେପି ନେତା ରଶିଶଙ୍କର ପ୍ରସାଦ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯାହାର ହାତ ଭଷ୍ଟ୍ରାଚାରରେ ରଞ୍ଜିତ ହୋଇଛି । ଦେଶର ସୁରକ୍ଷା ସହ ଯିଏ ଖେଳ ଖେଳିଛି । ସେମାନେ ନିଜର ପ୍ରାୟୋଜିତ ରାଜନୈତିକ କାର୍ଯ୍ୟକ୍ରମକୁ କୋର୍ଟରେ ନ୍ୟାୟ ପାଇଁ ଅନୁରୋଧ ଭାବେ ପ୍ରସ୍ତୁତ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟ ରାଫେଲ ମାମଲାରେ ସମସ୍ତ ପ୍ରକ୍ରିୟାକୁ ତଦନ୍ତକୁ ପରଖିଥିଲେ ଏବଂ ଏହାକୁ ସଠିକ କହିଥିଲେ । ଦାମର ପ୍ରକ୍ରିୟାକୁ ମଧ୍ୟ ପରଖିଥିଲେ ଏବଂ ସଠିକ କହିଥିଲେ । ସୁପ୍ରିମକୋର୍ଟ ଅଫସେଟ ପ୍ରକ୍ରିୟାକୁ ସଠିକ ଦର୍ଶାଇଥିଲେ । ରବିଶଙ୍କର ପ୍ରସାଦ କହିଛନ୍ତି ରାହୁଲ ଗାନ୍ଧୀ ନିଜର ମିଛରେ ଫ୍ରାନ୍ସର ପୂର୍ବତନ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ନାଁ ମଧ୍ୟ ସାମିଲ କରିଥିଲେ । 

ରବିଶଙ୍କର ପ୍ରସାଦ କହିଛନ୍ତି, ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦେଶ ଆଗରେ କ୍ଷମା ପ୍ରାର୍ଥନା କରିବା ଦରକାର କାହିଁକି ନା ସୁପ୍ରିମକୋର୍ଟ ଆଜି ମାନହାନୀ ମାମଲାରେ କ୍ଷମା ମାଗିବାରୁ ତାଙ୍କୁ ଛାଡିଦେଲେ । ସେ କହିଛନ୍ତି କୋର୍ଟରୁ ବଞ୍ଚିବା ପାଇଁ  ରାହୁଲ ଗାନ୍ଧୀ କ୍ଷମା ମାଗିଥିଲେ । କୋର୍ଟ କ୍ଷମା ମାଗିବା ପରେ ଛାଡିଦେଲେ କିନ୍ତୁ କଣ ଦେଶର ଜନତାଙ୍କ ଆଖିରେ ଆଖି ମିଳାଇବା ପାଇଁ କ୍ଷମା ମାଗିବେ ? ସେ କହିଛନ୍ତି, ଆଜି ଦେଶ ଏହା ଜାଣିବାକୁ ଚାହୁଁଛି ଯେ ସେ କେଉଁ ଶକ୍ତି ଥିବା, ଯାହା ରାହୁଲ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିଲା ।