Home > ରାଷ୍ଟ୍ରୀୟ
ପୁଲୱାମା ଆକ୍ରମଣକୁ ପୂରିଲା ବର୍ଷେ, ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ
Khabar Odisha:State-Odisha-Pratap-sarandi-and-Dharmendra-Pradhan-tweet-on-Pulwamaattack
ଭୁବନେଶ୍ୱର, ଫେବୃଆରୀ ୧୪ (ଖବର ଓଡ଼ିଶା):

ପୁଲଓ୍ୱାମା ଆକ୍ରମଣକୁ ପୂରିଲା ବର୍ଷେ । ୧୪ ଫେବ୍ରୁଆରୀ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା ।  ସହିଦ ହୋଇଯାଇଥିଲେ ୪୪ ଜଣ ଭାରତୀୟ ଯବାନ । ଆଜି ବି ସେଦିନର ଘଟଣା ଆଖିରେ ଲୁହ ଆଣି ଦେଉଛି । ତେବେ ସେହି ବୀର ଯବାନଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଇଟ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । 

ପ୍ରତାପ ଷଡ଼ଙ୍ଗୀ ଟ୍ୱିଇଟ କରି କହିଛନ୍ତ ଯେ, ଦେଶର ମାଟି, ପାଣି, ପବନ କେବଳ ସାହସୀ ଓ ବଳିଦାନ ଦେଉଥିବା ବୀର ଯବାନଙ୍କ ପାଇଁ ବଞ୍ଚିଛି । ଭାରତ ଆଜି ଶ୍ରେଷ୍ଠ ରାଷ୍ଟ୍ର ହେବାରେ ଯବାନଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ ନିଜର ବର୍ତମାନକୁ ବଳିଦାନ ଦେଇ ଭବିଷ୍ୟତର ସୁରକ୍ଷା କରୁଛନ୍ତି। ଯାହାର ଉଦାହରଣ ହେଉଛନ୍ତି ଓଡ଼ିଶାର ସହିଦ ବୀର ଯବାନ ମନୋଜ ବେହେରା ଓ ପ୍ରସନ୍ନ କୁମାର ସାହୁ।

ସେମାନଙ୍କ ବଳିଦାନ ଭାରତୀୟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେଇ ରହିବ । ସହିଦ ଦିବସ ଅବସରରେ ଓଡିଶାର ଦୁଇ ବୀର ସୁପୁତ୍ର ମାନଙ୍କୁ ମୋର ସଂଗ୍ରାମୀ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବୀର ସହିଦ ଯବାନଙ୍କୁ ଟ୍ୱିଇଟ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଦେଶ ପାଇଁ ବୀର ଯବାନଙ୍କ ତ୍ୟାଗ ସର୍ବଦା ସ୍ମରଣୀୟ ହୋଇ ରହିବ ।

  • Tags: