Home > ରାଷ୍ଟ୍ରୀୟ
ମହାରାଷ୍ଟ୍ରର ଗୋଟିଏ ପରିବାରର 5 ଜଣ ବ୍ୟକ୍ତିଙ୍କୁ କରୋନା, 112ରେ ପହଁଞ୍ଚିଲା ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
Khabar Odisha:Total-number-of-positive-cases-in-Maharashtra-rise-to-112
ମହାରାଷ୍ଟ୍ର, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

ସାରା ବିଶ୍ୱରେ ଦେଖା ଦେଇଥିବା କରୋନା ଆତାଙ୍କ ବର୍ତ୍ତମାନ ସୁଦ୍ଧା ନିଜ କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 550 ଅତିକ୍ରମ କରିସାରି ଥିବା ଜଣାପଡିଛି। କରୋନା ଦ୍ୱାରା ସବୁଠାରୁ ଅଧିକ ମହାରାଷ୍ଟ୍ର ଓ କେରଳ ପ୍ରଭାବିତ ହୋଇଥିବା ଜଣାପଡିଛି।

ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଗୋଟିଏ ପରିବାରର 5 ଜଣ ସଦସ୍ୟଙ୍କୁ କରୋନା ହୋଇଥିବା ନେଇ ସ୍ପଷ୍ଟ ହୋଇଛି। ପରିବାରର 5 ଜଣଙ୍କ ରକ୍ତ ନମୂନା କରୋନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ପଜଟିଭ ଆସିଥିବା ସୂଚନା ମିଳିଛି। ଗୋଟିଏ ପରିବାରର 5 ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ପୂରା ମହାରାଷ୍ଟ୍ରରେ ହଇ ଚଇ ଖେଳିଯାଇଛି।

ଏହା ସହ ଏହି 5 ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ମହାରାଷ୍ଟ୍ରରେ 112 ଜଣ ଲୋକଙ୍କ ନିକଟରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ନେଇ ଜଣାପଡିଛି।

  • Tags: