Home > ରାଷ୍ଟ୍ରୀୟ
ଅକ୍ଟୋବର ୩୧ ପରେ ବନ୍ଦ ହୋଇଯିବ ୭ କୋଟି ମୋବାଇଲ ନମ୍ବର
Khabar Odisha:aircel-number-will-not-work-from-October-31
ନୂଆଦିଲ୍ଲୀ, ଅକ୍ଟୋବର ୧୮ (ଖବର ଓଡ଼ିଶା):

ଖୁବ୍ ଶୀଘ୍ର ଏୟାରସେଲ୍ ଗ୍ରାହକମାନଙ୍କ ମୋବାଇଲ୍ ନମ୍ବର ବନ୍ଦ ହେବାକୁ ଯାଉଛି । ଯଦି ଆପଣ ଏୟାରସେଲ୍ ଗ୍ରାହକ ହୋଇଥାଆନ୍ତି ତାହା ହେଲେ ଅକ୍ଟୋବର ୩୧ ପୂର୍ବରୁ ନମ୍ବରକୁ ବଦଳାଇ ଦିଅନ୍ତୁ । କାରଣ ଏହା ପରଠାରୁ ଏୟାରସେଲ୍ ନମ୍ବର ଆଉ କାମ କରିବ ନାହିଁ । ତେଣୁ ଅନ୍ୟ ନେଟ୍‌ୱାର୍କକୁ ନମ୍ବର ବଦଳାଇବାକୁ ଟ୍ରାଇ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ପ୍ରାୟ ୭ କୋଟି ଏୟାରସେଲ୍ ଗ୍ରାହକ ଅଛନ୍ତି ।

୨୦୧୬ରେ ରିଲିୟାନ୍ସ ଜିଓ ଟେଲିକମ୍ ଦୁନିଆକୁ ଆସିଥିଲା । ଏହା ପରଠାରୁ ଏୟାରସେଲ୍ ମାନ୍ଦାବସ୍ଥା ଦେଖାଯାଇଥିଲା । ଯେଉଁଥିପାଇଁ ଦୁଇ ବର୍ଷ ସଂଘର୍ଷ କରି ସେ ନିଜର ଅପରେସନ୍‌କୁ ବନ୍ଦ କରି ଦେଇଥିଲା । ଏୟାରସେଲ୍ ଟ୍ରାଇର ସହାୟତାରେ ଆଡିସିନାଲ୍ ୟୁପିସି ଜରିଆରେ ଗ୍ରାହକ ସର୍ଭିସ୍ ଜାରି ରଖିଥିଲା । କିନ୍ତୁ ଏବେ ଏୟାରସେଲ୍ ନମ୍ବରକୁ ପୋର୍ଟାବଲ୍ କରିବାକୁ ଟ୍ରାଇ ପରାମର୍ଶ ଦେଇଛି । ଅକ୍ଟୋବର ୩୧ ପରେ ପ୍ରାୟ ୭ କୋଟି ଏୟାରସେଲ୍ ନମ୍ବର ଆଉ କାମ କରିବ ନାହିଁ ।

୨୦୧୮ରେ ଏୟାରସେଲ୍‌ର ୯ କୋଟି ଗ୍ରାହକ ଥିଲେ । ୨୦୧୮ ଫେବୃୟାରୀ ୨୮ରୁ ୨୦୧୯ ଅକ୍ଟୋବର ୩୧ ଯାଏଁ ପ୍ରାୟ ୨ କୋଟି ଲୋକ ନିଜ ନମ୍ବରକୁ ଅନ୍ୟ ନେଟ୍‌ୱାର୍କକୁ ବଦଳାଇ ସାରିଲେଣି । ଏବେବି ୭ କୋଟି ଲୋକ ଏୟାରସେଲ୍ ନମ୍ବର ବ୍ୟବହାର କରୁଛନ୍ତି । ସେମାନଙ୍କର ପାଖରେ ଏବେ ଶେଷ ସୁଯୋଗ ରହିଛି ।

  • Tags: