Home > ରାଷ୍ଟ୍ରୀୟ
ଭାରତୀୟ ସେନାରୁ କମିବେ ୨୭ ହଜାର ସୁରକ୍ଷାବାହିନୀ !
Khabar Odisha:army-may-trim-27000-from-non-core-units-as-part-of-reformation
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡ଼ିଶା):

ଭାରତୀୟ ସେନାକୁ ଆହୁରି ସୁଦୃଢ଼ କରିବାକୁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଆର୍ମି । ଏଥିପାଇଁ ପ୍ରାୟ ୨୭ ହଜାର ସୈନିକଙ୍କ ଛଟେଇ କରାଯିବାର ଯୋଜନା ପ୍ରସ୍ତୁତ କରାଯାଉଛି । ଏହା ଦ୍ୱାରା ସେନାର ପ୍ରାୟ ୧୬ ଆରବ ଟଙ୍କା ସଞ୍ଚୟ ହୋଇପାରିବ ।

ଏକ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଆର୍ମି ମୂଖ୍ୟାଳୟର ଡାଇରେକ୍ଟର୍‌ ଜେନେରାଲଙ୍କ ଅଧ୍ୟକ୍ଷତାରେ ଏକ ଅଧ୍ୟୟନ କରାଯାଇଛି । ଭାରତୀୟ ସେନା ଏବେ ୧୨.୫୦ ଲକ୍ଷ ଫୋର୍ସ ଅଛି । ପ୍ରାୟ ୧.୭୫ ଲକ୍ଷ ସେନା ମିଲିଟାରୀ ଇଞ୍ଜିନିୟର, ନାସନାଲ କ୍ୟାଡେଟ୍, ବର୍ଡର୍‌ ରୋଡ୍ସ ଅର୍ଗାନାଇଜେସନ୍‌, ଟେରିଟୋରିଆଲ୍‌ ଆର୍ମି ଓ ସୈନିକ ସ୍କୁଲ ଆଦିରେ ନିୟୋଜିତ ଅଛନ୍ତି । ସେହିପରି ଆସାଲ ରାଇଫଲ୍ସ, ରାଷ୍ଟ୍ରୀୟ ରାଇଫଲ୍ସ ଓ ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡରେ ମଧ୍ୟ ଅଛନ୍ତି । ଏହି ସଙ୍ଗଠନ ଗୁଡ଼ିକରୁ ପ୍ରାୟ ୨୭ ହଜାର ଫୋର୍ସଙ୍କୁ କମାଇବାକୁ ଯୋଜନା କରାଯାଉଛି । ଏହା ଦ୍ୱାରା ସଙ୍ଗଠନ ଗୁଡ଼ିକ ଅଧିକ କ୍ରୀୟାଶୀଳ ହୋଇପାରିବ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଆଗାମୀ ୬ ରୁ ୭ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଫୋର୍ସକୁ କମାଇବାକୁ ଯୋଜନା କରାଯାଉଛି । ଯାହା ଦ୍ୱାରା ସେନାର ୬୦ ରୁ ୭୦ ଆରବ ଟଙ୍କା ସଞ୍ଚୟ ହୋଇପାରିବ ।

  • Tags: