Home > ରାଷ୍ଟ୍ରୀୟ
ମୁର୍ଖାମୀର ଶେଷ ସୀମାରେ ପାକିସ୍ତାନ, ବିନା କୌଣସୀ ଯାତ୍ରୀରେ ଉଡିଲା ୮୨ ବିମାନ, ୧୮ କୋଟିର କ୍ଷତି
Khabar Odisha:international-odisha-pakistan-airlines-were-lying-without-any-passengers-loss-of-18-crores
ଇସଲାମବାଦ, ସେପ୍ଟେମ୍ବର ୨୧(ଖବର ଓଡିଶା):

ପାକିସ୍ତାନର ଆର୍ଥିକ ସ୍ଥିତି ଦ୍ରୁତ ଗତିରେ ଖରାପ ହେବାରେ ଲାଗିଛି । ଏହି ସମୟରେ ପାକିସ୍ତାନର ଏକ ବହୁତ ବଡ ମୁର୍ଖାମି ଅଡିଟ ରିପୋର୍ଟରେ ସାମ୍ନାକୁ ଆସିଛି । ପାକିସ୍ତାନର ସରକାରୀ ବିମାନ ସେବା, ପାକିସ୍ତାନ ଇଂଟରନ୍ୟାଶନାଲ ଏୟାରଲାଇନ୍ସ କିଛିଦିନ ତଳେ ବିନା କୌଣସୀ ଯାତ୍ରୀରେ ଉଡାଣ ଭରିଛି । ପିଆଇଏର ଗୋଟିଏ କିମ୍ବା ଦୁଇଟି ନୁହେଁ ୮୨ଟି ବିମାନ ବିନା କୌଣସୀ ଯାତ୍ରୀରେ ଉଡାଣ ଭରିଛି । ବିମାନ କମ୍ପାନୀଙ୍କ ଏହି କାମ ଯୋଗୁଁ ସରକାରଙ୍କର ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ରିପୋର୍ଟରେ କୁହାଯାଇଛି ଯେ, ରାଷ୍ଟ୍ରୀୟ ବିମାନ ସେବା ଇସଲାମବାଦରୁ ଉଡାଣ ଭରିଥିଲା । ତେବେ ଆକାଶରେ ଉଡିଉଡି ପୁଣି ଇସଲାମବାଦ ବିମାନ ବନ୍ଦରକୁ ଫେରି ଆସିଥିଲା । ପିଆଇଏ ଗୋଟିଏ ନୁହେଁ ୮୨ଟି ବିମାନକୁ ଏପରି ଉଡାଇଛି । ରିପୋର୍ଟ ଅନୁସାରେ ୨୦୧୬ରୁ ୨୦୧୭ ମଧ୍ୟରେ ପିଆଇଏ ଏପରି ୪୬ଟି ବିମାନକୁ ଉଡାଇଥିଲା । ଯେଉଁଥିରେ ଗୋଟିଏ ହେଲେ ଯାତ୍ରୀ ନଥିଲେ । ଆହୁରି ଏପରି ୩୬ଟି ବିମାନକୁ ପରେ ଉଡାଯାଇଥିଲା । ଫଳରେ ଦେଶର ୧୮ କୋଟି ଟଙ୍କା  କ୍ଷତି ହୋଇଛି । ଏହି ମାମଲାରେ ପ୍ରଶାସନକୁ ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ପାକିସ୍ତାନର କରଜ ୬ ଆରବ ଡଲାରରେ ପହଁଚିଛି । ମୁଡିଜର ୩୯ ମାସ ବ୍ୟତୀତ ଆହୁରି ବିଭିନ୍ନ ଦେଶଠୁ ପାକିସ୍ତାନ ଲୋନ ନେଇଛି । ଫଳରେ ଏହାର ବିଦେଶୀ ଆକାଉଂଟ ଓ ଖାତାରେ କାରବାର ହ୍ରାସ ପାଇଛି । ଦେଶର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଭାବେ ଭୁଶୁଡି ପଡିଛି ।

  • Tags: