Home > ରାଷ୍ଟ୍ରୀୟ
ବର୍ଷାରେ ବେହାଲ କେରଳ: ଗଲାଣି ୨୬ ଜଣଙ୍କ ଜୀବନ, ସ୍କୁଲ, ଅଫିସ ସବୁ ବନ୍ଦ
Khabar Odisha:kerala-people-trapped-in-a-resort-in-munnar
ତିରୁବନନ୍ତପୁରମ, ଅଗଷ୍ଟ୧୦(ଖବର ଓଡ଼ିଶା):

କେରଳରେ ଲଗାତାର ବର୍ଷାଜନିତ ବନ୍ୟାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ଷା ଓ ଝଡ଼ ତୋଫାନ ତାଣ୍ଡବଲୀଳା ମଚାଇ ଚାଲିଛି। ବର୍ଷାରେ ବେହାଲ ହୋଇଛି ପୂରା ରାଜ୍ୟ। ଏହା ମଧ୍ୟରେ ପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳ ମୁନ୍ନାରରେ ୬୦ ଲୋକ ଫସି ରହିଥିବାର ଖବର ମିଳିଛି। ବନ୍ୟା କାରଣରୁ ଇଡକ୍କୀ ଡ୍ୟାମର ୫ଟି ଗେଟ୍ ଖୋଲାଯାଇଛି।  ଅନ୍ୟ ପଟେ ରିଲିଫ୍ ଓ ଉଦ୍ଧାରକାର୍ୟ୍ୟ ପାଇଁ ଆର୍ମିର ମୋଟ୍ ୮ଟି ଦଳକୁ ନିୟୋଜିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଗତ ୨୪ ଘଣ୍ଟା ହେବ ରାଜ୍ୟର ଅନେକ ଜାଗାରେ କ୍ରମାଗତ ବର୍ଷା ଜାରି ରହିଛି। ଏଥିରେ ଏ ପର୍ୟ୍ୟନ୍ତ ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଲୋକ ନିଖୋଜ ଅଛନ୍ତି। ପରିସ୍ଥିକୁ ଦୃଷ୍ଟିରେ ରଖି ପ୍ରଭାବିତ ଇଲାକାର ସ୍କୁଲ, କଲେଜ ସବୁ ବନ୍ଦ କରାଯାଇଛି.

ସୂଚନା ମୁତାବକ ଇଡକ୍କୀ ଡ୍ୟାମର କ୍ଷମତା ୨୪୦୩ ଫୁଟ୍ ଏବଂ ଶୁକ୍ରବାରଳ ସକାଳ ୧୦ଟା ସୁଦ୍ଧା ଡ୍ୟାମରେ ୨୪୦୧.୩୪ ଫୁଟ୍ ପର୍ୟ୍ୟନ୍ତ ପାଣି ପ୍ରବେଶ କରି ସାରିଛି। ଇଡକ୍କୀ ଜିଲ୍ଲା ପ୍ରଶାସନ ପର୍ୟ୍ୟଟକଙ୍କୁ ପାହାଡି ଇଲାକାକୁ ଯିବା ଏବଂ ଭାରୀ ସାମଗ୍ରୀ ପରିବହନ କରୁଥିବା ବାହାନର ଯାତାୟାତ ଉପରେ ରୋକ୍ ଲଗାଇଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ୪୦ ବର୍ଷରେ ପ୍ରଥମ ଥର ଇଡକ୍କୀ ଡ୍ୟାମର ୫ଟି ଗେଟ୍ ଖୋଲା ଯାଇଛି। ଯଦ୍ଵାରା ରାଜ୍ୟରେ ବନ୍ୟା ସ୍ଥିତି ଭୟାବହ ହୋଇଛି।

ବନ୍ୟାରେ ଏର୍ଣ୍ଣାକୁଲମରେ ୬,୫୦୦ ଓ ଇଡକ୍କୀର ୭୫୦୦ ପରିବାର ପ୍ରଭାବିତ ହେବାର ଆଶଙ୍କା ରହିଛି।  ମୁନ୍ନାର ରିସର୍ଟରେ ପ୍ରାୟ ୬୦ ପର୍ୟ୍ୟଟକ  ଫସି ରହିଛନ୍ତି।  ଆଶଙ୍କା କରାଯାଉଛି ଯେ ଏଥିରୁ ଅନେକ ବିଦେଶୀ ମଧ୍ୟ ଅଛନ୍ତି। କୁହାଯାଉଛି ଯେ ରିସର୍ଟକୁ ସଂଯୋଗ କରୁଥିବା ରାସ୍ତା ଭୂସ୍ଖଳନରେ ଧସି ଯିବାରୁ ଯାତାୟାତ ସଂପୂର୍ଣ୍ଣ ଠପ୍ ରହିଛି। ପର୍ୟ୍ୟଟକଙ୍କ ବାହାର କରିବା ପାଁ ସେନାର ସାହାଯ୍ୟ ନିଆଯାଉଛି। ଉଲ୍ଲେଖଯୋଗ୍ୟ ସ୍ଥିତିକୁ ଦେଖି ଆମେରିକା ପୂର୍ବରୁ ମଧ୍ୟ ନିଜର ପର୍ୟ୍ୟଟକଙ୍କୁ କେରଳ ନଯିବାକୁ  ପରାମର୍ଶ ଦେଇସାରିଛି। ତଳ ଇଲାକାରେ ରହୁଥିବା ଅତି କମରେ ୪୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟର ପ୍ରଭାବିତ ଇଲାକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି। 

ଅପର ପକ୍ଷେ ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ପ୍ରବଳ ବର୍ଷାରେ ପ୍ରଭାବିତ କେରଳକୁ କେନ୍ଦ୍ର ପକ୍ଷରୁ ଯଥା ସମ୍ଭବ ସହଯାଗ ଯୋଗାଇ ଦିଆଯିବ। 

  • Tags: