Home > ରାଷ୍ଟ୍ରୀୟ
ଗୁଜୁରାଟ ପରେ ଟ୍ରାଫିକ ଜୋରିମାନା କୋହଳ କରିବେ ଏହି ସବୁ ରାଜ୍ୟ, ଓଡ଼ିଶା ମଧ୍ୟ ସାମିଲ !
Khabar Odisha:national-Odisha-new-mv-act-2019-gujarat-govt-reduce-heavy-challan-fines-9-other-states-could-give-relief-soon-too
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ସଂଶୋଧିତ ନୂଆ ମୋଟର ଯାନ ଆକ୍ଟ ଲାଗୁ ହୋଇଛି । ନୂଆ ନିୟମ ଅନୁସାରେ ଟ୍ରାଫିକ ନିୟମ ଉଲଂଘନ ଓ ଜରୁରୀ କାଗଜପତ୍ର ପାଇଁ ମୋଟା ଅଙ୍କର ଫାଇନ ଲାଗୁଛି । କିନ୍ତୁ ଗୁଜୁରାଟ ଏହି ନିୟମ ଲାଗୁ କରିଥିବା ସହ ଜୋରିମାନାକୁ କୋହଳ କରିଥିବା ପ୍ରଥମ ରାଜ୍ୟ ହୋଇଛି । ଗୁଜୁରାଟରେ ମୋଟରଯାନ ଆଇନ ଜୋରିମାନା ପ୍ରାୟ ୫୦ପ୍ରତିଶତ କମ କରାଯାଇଛି । ବର୍ତ୍ତମାନ କିଛି ରାଜ୍ୟ ମଧ୍ୟ ଏହି ଫାଇନକୁ କୋହଳ କରିବାକୁ ତର୍ଜମା କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ସଂଶୋଧିତ ନୂଆ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ସାଧାରଣ ଗାଡ଼ି ଚାଳକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।  ଟ୍ରାଫିକ ନିୟମ ଉଲଂଘନ ଉପରେ ଅତ୍ୟଧିକ ଜୋରିମାନାକୁ ନେଇ ଲୋକଙ୍କ ମନରେ ଅସେନ୍ତାଷ ଦେଖାଦେଉଛି । ସାମାନ୍ୟ ଟ୍ରାଫିକ ନିୟମ ଉଲଂଘନ କଲେ ଦେବାକୁ ପଡ଼ୁଛି ପୂର୍ବ ଅପେକ୍ଷା ବହୁତ ଅଧିକ ଜୋରିମାନା । ଦେଶରେ ନୂଆ ମୋଟର ଯାନ ଆକ୍ଟ ଲାଗୁ କରିବା ସହ ସମସ୍ତ ରାଜ୍ୟର ପରିବହନ ମନ୍ତ୍ରୀଙ୍କୁ ଏକ ସୁଯୋଗ ଦିଆଯାଇଛି । ଯେଉଁଥିରେ କି ରାଜ୍ୟ ପରିବହନ ବିଭାଗ ଓ ରାଜ୍ୟ ସରକାର ଏହି ନୂଆ ନିୟମ ଲାଗୁ କରିବେ ନା ନାହିଁ ଏବଂ ଯଦି ଏହି ନୟମ ଲାଗୁ କରୁଛନ୍ତି ଏହି ଜୋରିମାନାକୁ କୋହଳ ମଧ୍ୟ କରିପାରିବେ । 

ଦେଶର ୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଂଚଳରେ ଏହି ନୂତନ ମୋଟରଯାନ ଆକ୍ଟ ଲାଗୁ ହୋଇନାହିଁ । ତେଣୁ ବର୍ତ୍ତମାନ ଏହି ନୂତନ ନିୟମ ଲାଗୁ ହୋଇଛି କିଛି ରାଜ୍ୟ ମାତ୍ରାଧିକ ଜୋରିମାନାକୁ କୋହଳ କରିବାକୁ ଚେଷ୍ଟା ଜାରି କରିଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ରାଜସ୍ଥାନ, ପଞ୍ଜାବ ଓ ହିମାଚଳ ପ୍ରଦେଶ ସହ ୩ଟି କେନ୍ଦ୍ର ଶାସିତ ଅଂଚଳ ଯଥା ଜାମ୍ମୁକାଶ୍ମୀର, ଲଦାଖ ଓ ଦିଲ୍ଲୀରେ ମଧ୍ୟ ଏହି ନୂତନ ମୋଟରଯାନ ନିୟମ ଲାଗୁ ହୋଇ ନାହିଁ । ଏହି ନିୟମରେ ଜୋରିମାନା ବହୁତ ଅଧିକ ଥିବାରୁ ଏହି ସବୁ ସ୍ଥାନରେ ନିୟମ ଲାଗୁ ହୋଇପାରି ନାହିଁ ।

ଜୋରିମାନା କୋହଳ ନେଇ କେନ୍ଦ୍ର ସହ କଥା ହେବ ଓଡ଼ିଶା

ଓଡ଼ିଶାରେ ଏହି ନୂଆ ଆକ୍ଟ ଲାଗୁ ହୋଇଥଲେ ମଧ୍ୟ ବର୍ତ୍ତମାନ ନୂତନ ମୋଟର ଯାନ ଆକ୍ଟର ଜୋରିମାନା କମ କରିବାକୁ ଚେଷ୍ଟା ଜାରି କରିଛି । ଅତ୍ୟଧିକ ଜୋରିମାନା କାରଣରୁ ଲୋକଙ୍କ ରୋଷ ଓ ଅସନ୍ତୋଷ ପାଇଁ ଓଡ଼ିଶା ମୁଖ୍ୟୃମନ୍ତ୍ରୀ ନବୀନ ପଟ୍ଟନାୟକ ୩ମାସ ଯାଏଁ ଏହି ନିୟମ କୋହଳ କରିବା ପାଇଁ ଘୋଷଣା କରିବା ସହ ପୋଲିସ କର୍ମଚାରୀଙ୍କୁ ମଧ୍ୟ କଠୋର ନ ହୋଇ ଲୋକଙ୍କୁ ସଚେତନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ନୂତନ ମୋଟରଯାନ ଆକ୍ଟ ଜୋରିମାନା କମ କରିବାକୁ କେନ୍ଦ୍ର ସହ ମଧ୍ୟ ମୁଖ୍ୟମନ୍ତ୍ରୀ କଥାବର୍ତ୍ତା କରିବେ ବୋଲି ଜଣାପଡ଼ିଛି ।

  • Tags: