Home > ରାଷ୍ଟ୍ରୀୟ
ଅନ୍ୟ ଧର୍ମରେ ବିବାହ, ସୁପ୍ରିମକୋର୍ଟ କହିଲେ ହୁଅନ୍ତୁ ମହାନ ପ୍ରେମିକ
Khabar Odisha:national-odisha--inter-religion-marriage-be-a-great-lover-supreme-court-to-muslim-man
ନୂଆଦିଲ୍ଲୀ,ସେପ୍ଟେମ୍ବର୧୧(ଖବର ଓଡ଼ିଶା):

ସୁପ୍ରିମକୋର୍ଟ ଆନ୍ତଃ ଧାର୍ମିକ ବିବାହ ଅର୍ଥାତ ଅନ୍ୟ ଧର୍ମରେ ବିହାରର ଏକ ମାମଲାରେ ଶୁଣାଣି ସମୟରେ ଜଣେ ଯୁବକଙ୍କୁ ମହାନ ପ୍ରେମିକ ହେବାକୁ ପରାମର୍ଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ  ସେ ଅନ୍ୟ ଧର୍ମରେ କିମ୍ବା ଅନ୍ୟ ଜାତିରେ ବିବାହ ବିରୋଧରେ ନାହାନ୍ତି, ମାତ୍ର ତାଙ୍କୁ କେବଳ ଯୁବତୀଙ୍କ ଭବିଷ୍ୟତକୁ ନେଇ ଚିନ୍ତା ରହିଛି।

ସର୍ବୋଚ୍ଚ ନ୍ୟାୟାଳୟରେ ବୁଧବାର ଛତିଶଗଡ଼ର ଆନ୍ତଃ ଧାର୍ମିକ ବିବାହର ଏକ ମାମଲାର ଶୁଣାଣି ହୋଇଛି। ଏହି ମାମଲା ଜଣେ ହିନ୍ଦୁ ମହିଳା ଜଣେ ମୁସଲିମ ଯୁବକଙ୍କ ସହ ବିବାହ ସମ୍ବନ୍ଧିତ ରହିଛି। ଯୁବକଙ୍କ କହିବା କଥା ତାଙ୍କୁ ମହିଳାଙ୍କ ପରିବାର ଦ୍ଵାରା ସ୍ଵୀକାର କରିବା ପରେ ସେ ହିନ୍ଦୁ ଧର୍ମ ଆପଣେଇଛନ୍ତି। କିନ୍ତୁ ମହିଳା ପରିବାରଙ୍କ ଆରୋପ ଏହା ଯେ ଧର୍ମ ପରିବର୍ତ୍ତନକୁ ନେଇ ଯୁବକ ମିଛ କହୁଛନ୍ତି।

ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ କହିଛନ୍ତି ଯେ, ଆମେ କେବଳ ଯୁବତୀଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ।  ଆମେ ଆନ୍ତଃ-ଧର୍ମ କିମ୍ବା ଆନ୍ତଃ ଜାତି ବିବାହ ବିରୋଧରେ ନୁହଁ। କୋର୍ଟ କହିଛନ୍ତି ବ୍ୟକ୍ତିଙ୍କୁ ଜଣେ ବିଶ୍ଵାସଯୋଗ୍ୟ ସ୍ଵାମୀ ଏବଂ ମହାନ ପ୍ରେମୀ ହେବା ଉଚିତ୍। ମହିଳାଙ୍କ ପିତାଙ୍କ ଓକିଲ ଜୋର ଦେଇ କହିଛନ୍ତି ଯେ ଏହା ଯୁବତୀଙ୍କୁ ଫସାଇବାର ଏକ ଷଡ଼ଯନ୍ତ୍ର।

ସର୍ବୋଚ୍ଚ ନ୍ୟାୟାଳୟ ମୁସଲିମ ଯୁବକଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। କୋର୍ଟ ବ୍ୟକ୍ତିଙ୍କୁ ପ୍ରଶ୍ନ କରିଛନ୍ତି ଯେ କଣ  ସେ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିବା ପରେ କଣ ନାମ ପରିବର୍ତ୍ତନ କରିଛନ୍ତି। କଣ ନାମ ପରିବର୍ତ୍ତନ ପାଇଁ ଜରୁରୀ ପଦକ୍ଷେପ ଉଠାଇଛନ୍ତି। ଏହା ସହିତ କୋର୍ଟ କହିଛନ୍ତି ଆମେ ଚାହୁଁଛୁ ଯେ ଯୁବତୀଙ୍କ ଭବିଷ୍ୟତ ସୁନିଶ୍ଚିତ ହେବା ଉଚିତ୍। ମହିଳାଙ୍କ ପିତାଙ୍କ ଓକିଲ କହିଛନ୍ତି ମହିଳାଙ୍କୁ କୌଣସି ପ୍ରକାରର ସୁରକ୍ଷାର ଆବଶ୍ୟକତା ନାହିଁ।