Home > ରାଷ୍ଟ୍ରୀୟ
ଭାରତୀୟ ସେନାର କଡା ଜବାବ, ୩ ପାକ୍ ପୋଷ୍ଟ ଧ୍ୱଂସ, ଜଣେ ପାକିସ୍ତାନୀ ସୈନିକ ନିହତ
Khabar Odisha:national-odisha-3-pak-post-collapsed-and-one-soldier-died-in-pakistan
ଶ୍ରୀନଗର, ଅକ୍ଟୋବର ୧୦(ଖବର ଓଡିଶା):

କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଏକ ପ୍ରକାର ବିଚଳିତ ହୋଇପଡିଛି । ଲଗାତାର ଭାବେ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ହୀନ ପ୍ରୟାସ କରୁଛି । କିନ୍ତୁ ଭାରତୀୟ ସେନା ଏହାର ଉଚିତ ଜବାବ ଦେଉଛି । ଆଜି ସେନାର ଗୁଳିରେ ପାକିସ୍ତାନର ତିନୋଟି ସେନା ପୋଷ୍ଟ ଧ୍ୱଂସ ହୋଇଛି ।

ଗତ କିଛିଦିନ ଧରି ଲଗାତାର ଭାବେ ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରୁଛି । ସୀମା ଆରପଟୁ ଗୁଳି ସହ ମୋର୍ଟାର ମଧ୍ୟ କରୁଛି । ଆଜି ମଧ୍ୟ ପାକିସ୍ତାନ ସେନା ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରିଥିଲା । ତେବେ ଭାରତ ଏହାର ମୁହଁତୋଡ ଜବାବ ଦେଇଛି । ଭାରତୀସ ସେନାର ଗୁଳିରେ ପାକିସ୍ତାନର ୩ଟି ପୋଷ୍ଟ ଧ୍ୱଂସ ହୋଇଯାଇଛି । ଏହାସହ ଜଣେ ପାକ୍ ସୈନିକ ମଧ୍ୟ ନିହତ ହୋଇଛନ୍ତି । ସେହିପରି ଆହୁରି ୭ଜଣ ସୈନିକ ଗୁରୁତର ଆହତ ହୋଇଛନ୍ତି ।

  • Tags: