Home > ରାଷ୍ଟ୍ରୀୟ
ଶିବସେନାରୁ ଇସ୍ତଫା ଦେଲେ ୨୬ ନେତାଙ୍କ ସହ ୩୦୦ କାର୍ଯ୍ୟକର୍ତା
Khabar Odisha:national-odisha-300-workes-left-sivsena-before-election
ମୁମ୍ବାଇ, ଅକ୍ଟୋବର ୧୦(ଖବର ଓଡିଶା):

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ଏକ ବଡ ଝଟକା ଲାଗିଛି । ଦଳର ୨୬ଜଣ ନେତାଙ୍କ ସହ ୩୦୦ କାର୍ଯ୍ୟକର୍ତା ଇସ୍ତଫା ଦେଇଛନ୍ତି । ଟିକେଟ୍ ବଂଟନକୁ ନେଇ ଅସନ୍ତୁଷ୍ଟ ଥିବା ଏହି ନେତା ଓ କର୍ମୀମାନେ ଦଳ ଛାଡିବା ସହ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ରହିଛି । ଏଥିପାଇଁ ଅକ୍ଟୋବର ୨୧ରୁ ମତଦାନ ହେବ । ଉଦ୍ଧବ ଠାକରେଙ୍କ ଶିବସେନା ଭାରତୀୟ ଜନତା ପାର୍ଟି ସହ ମେଂଟ କରିଛି । ୨୮୮ରୁ ୧୫୦ଟି ଆସନରେ ବିଜେପି ନିର୍ବାଚନ ଲଢୁଛି । ଶିବସେନାକୁ ୧୨୪ଟି ଆସନ ମିଳିଛି । ଅନ୍ୟ ୧୪ଟି ଆସନରେ ଅନ୍ୟ ସହଯୋଗୀ ଦଳମାନେ ନିର୍ବାଚନ ଲଢୁଛନ୍ତି ।

୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମଧ୍ୟରେ ମେଂଟ ହୋଇପାରି ନଥିଲା । ଦୁଇ ଦଳ ପୃଥକ ଭାବେ ନିର୍ବାଚନ ଲଢୁଥିଲେ । ପରେ ଶିବସେନା ବିଜେପିକୁ ସମର୍ଥନ କରିଥିଲା । ଚଳିତ ଥର ମେଂଟ ପୂର୍ବରୁ ବହୁତ ଚର୍ଚ୍ଚା ହେଉଥିଲା । କିନ୍ତୁ ମିଳିତ ଭାବେ ଦୁଇ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ।

  • Tags: