Home > ରାଷ୍ଟ୍ରୀୟ
୨ ଦିନରେ ୮ ଘଟଣା : ଦୁର୍ଗାମୂର୍ତ୍ତି ଭାଙ୍ଗିଲେ, ଆଭୁଷଣ ଚୋରାଇଲେ, ପଥର ଫୋପାଡି ରକ୍ତାକ୍ତ କଲେ ମୁସଲିମ ସମୁଦାୟ
Khabar Odisha:national-odisha-8-events-of-stone-pelting-on-hindus-during-durga-idol-immersion-and-vandalising-durga-idol
ଭୁବନେଶ୍ଵର, ଅକ୍ଟୋବର ୧୦ (ଖବର ଓଡିଶା) :

 ଆମ ଦେଶରେ ଦୁର୍ଗାପୂଜା ବେଶ୍ ଧୁମଧାମରେ ପାଳନ କରାଯାଏ। ସମ୍ପୂର୍ଣ୍ଣ ଶ୍ରଦ୍ଧା ଏବଂ ଭକ୍ତିର ସହ ହିନ୍ଦୁମାନେ ମାଙ୍କର ପର୍ବକୁ ପାଳନ କରିଥାନ୍ତି। କିନ୍ତୁ ମୁସଲିମ ସମ୍ପ୍ରଦାୟର ଲୋକମାନେ ଦୁର୍ଗାପୂଜା ଅବସରରେ ହିଂସାତ୍ମକ କାଣ୍ଡ ଘଟାଇ ହିନ୍ଦୁଙ୍କର ଆସ୍ଥାକୁ ଗମ୍ଭୀର ପ୍ରହାର କରିଛନ୍ତି। କହିବାକୁ ଗଲେ ଏହି ଧାର୍ମିକ ପର୍ବର ୨ ଦିନ ମଧ୍ୟରେ ମୁସଲମାନମାନେ ଇଟା ପଥର ଫୋପଡା, ଅସ୍ତ୍ର ଉଠାଇବା, ଆକ୍ରମଣ କରିବା, ମୂର୍ତ୍ତି ଭାଙ୍ଗିବା ଆଦି ଜଘନ୍ୟ କାମ କରିଛନ୍ତି। କେବଳ ସେତିକି ନୁହେଁ ଦେବୀ ମାତାଙ୍କ ବିସର୍ଜନ ସମୟରେ ସେମାନେ ରାସ୍ତାରେ ମାଂସର ଟୁକୁଡା ପକାଇଛନ୍ତି।

୧-ବଳରାମପୁରରେ ପାକିସ୍ତାନ ଜିନ୍ଦାବାଦର ନାରା, ୮ ଗିରଫ

ଉତ୍ତର ପ୍ରଦେଶର ବଳରାମପୁରରେ ଏକ ମୁସଲିମ ପ୍ରଧାନ ଅଞ୍ଚଳରେ ମାତା ଦୁର୍ଗାଙ୍କ ବିସର୍ଜନ ସମୟରେ ପଥର ଫୋପଡା ଘଟଣା ସାମ୍ନାକୁ ଆସିଛି। ତଲୱାର ସମେତ ଅନ୍ୟ ଅସ୍ତ୍ର ମଧ୍ୟ ଉଠାଯାଇଛି। ଏହାଦ୍ଵାରା ବିସର୍ଜନ କରିବାକୁ ଯାଇଥିବା ହିନ୍ଦୁମାନେ ଆହତ ହୋଇଛନ୍ତି। ମୁସଲମାନମାନେ ଦେବୀଙ୍କ ବିଗ୍ରହକୁ ଅଳିଆ ପକାଇ ଅପବିତ୍ର କରିଥିଲେ। ଏହାପରେ ମସଜିଦର ଛାତ ଉପରେ ଚଢି ହିନ୍ଦୁମାନଙ୍କ ଉପରକୁ ପଥର ଫୋପାଡିଥିଲେ ଓ ଲାଠି ଚଳାଇଥିଲେ। ଏହି ସମୟରେ ସେମାନେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ। 

୨-ବିସର୍ଜନ ରାସ୍ତାରେ ଫୋପାଡିଲେ ମାଂସ ଟୁକୁଡା, ୪୦୦ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ

ଉତ୍ତରପ୍ରଦେଶର ଗୋରଖପୁରର ବସ୍ତୀ ଜିଲ୍ଲାରେ ମୂର୍ତ୍ତି ବିସର୍ଜନ ସମୟରେ ରାସ୍ତାରେ ମୁସଲିମମାନେ ମାଂସ ଟୁକୁଡା ପକାଇଥିଲେ। ଏହି ମାମଲାରେ ଏଯାଏଁ ୪୦୦ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଁଚି ଲୋକମାନଙ୍କୁ ଆୟତ୍ତ କରିଛି। 

୩-ବନ୍ଦାୟୁର ମନ୍ଦିରରେ ମୂର୍ତ୍ତି ଭଙ୍ଗା ଘଟଣା

ଉତ୍ତର ପ୍ରଦେଶର ବନ୍ଦାୟୁରେ ନବରାତ୍ରୀର ଶେଷ ଦିନରେ କିଛି ଲୋକ ଶିବ ମନ୍ଦିରରେ ଭଙ୍ଗାରୁଜା କରିଥିଲେ। ଅକ୍ଟୋବର ୬ରେ ରାତ୍ରୀରେ ଲୋକମାନେ ପୂଜାର୍ଚ୍ଚନା ସାରି ନିଜ ନିଜ ଘରକୁ ଫେରି ଯାଇଥିଲେ। ଏହି ସମୟରେ ସବୁ ପ୍ରତିମା ସୁରକ୍ଷିତ ଥିଲେ। କିନ୍ତୁ ପର ଦିନ ସକାଳୁ ଦେବାଦେବୀ ପ୍ରତିମା ଗୁଡିକ କ୍ଷତିଗ୍ରସ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲେ। 

୪-ଆସାମରେ ମନ୍ଦିରରେ ନିଆଁ ଲଗାଇ ଗହଣା ଲୁଟ

ଆସାମର ବାରପେଟାରେ ଅକ୍ଟୋବର ୮ରେ ରଫିକୁଲ ଅଲ୍ଲୀ ତିଳକ ଲଗାଇ ମା ଲକ୍ଷ୍ମୀଙ୍କ ମନ୍ଦିରରେ ନିଆଁ ଲଗାଇ ଦେଇଛି। ମୁସଲିମ ଆକ୍ରମଣକାରୀମାନେ ମାତାଙ୍କ ମୂର୍ତ୍ତି ଭାଙ୍ଗି ଆଭୂଷଣ ଚୋରାଇବା କାମ କରିଛନ୍ତି। ସ୍ଥାନୀୟ ମିଡିଆ ଅନୁସାରେ ଏହି ଘଟଣାପରେ ଲୋକମାନେ ଆକ୍ରମଣକାରୀଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି। 

୫- ଅରୁଣାଚଳ ପ୍ରଦେଶରେ ପୂଜା ପେଣ୍ଡାଲ ଭଙ୍ଗାରୁଜା 

ଅରୁଣାଚଳର ଦୋଇମୁଖ ବଜାରରେ ମା ଦୁର୍ଗାଙ୍କ ସମେତ ବହୁ ମୂର୍ତ୍ତି ଭଙ୍ଗାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଦୋଇମୁଖ ବଜାରର ୱେଲଫେୟାର କମିଟିର ପୂଜା ପେଣ୍ଡାଲରେ ଏହି ଭଙ୍ଗାରୁଜା କରାଯାଇଛି। କମିଟିର ଅଧ୍ୟକ୍ଷ ଡୋବମ ରୋବି ଏହି ଘଟଣାର ନିନ୍ଦା କରି ଲୋକମାନଙ୍କୁ ଶାନ୍ତି ସ୍ଥାପନ କରିବାକୁ ଅପିଲ କରିଛନ୍ତି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। 

୬- ବଙ୍ଗାଳର କେତୁଗ୍ରାମରେ ଦୁର୍ଗାମାତାଙ୍କର ମସ୍ତକ ଓ ଆଭୂଷଣ ଗାଏବ

ବଙ୍ଗାଳର କେତୁଗ୍ରାମ ସ୍ଥିତ ଶ୍ରୀରାମପୁର ଗ୍ରାମରେ କିଛି ଲୋକମାନେ ଏକାଦଶୀ ଦିନ ଦୁର୍ଗାମାତାଙ୍କର ମସ୍ତକ ଓ ଆଭୂଷଣ ଗାଏବ ହୋଇଥିବା ଦେଖିଥିଲେ। ଏହାପରେ ଦେବୀ ମାଙ୍କ ଖଣ୍ଡବିଖଣ୍ଡିତ ମସ୍ତକ ଏକ ପୋଖରୀରେ ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ରାତ୍ରୀରେ କବାଟ ବନ୍ଦ ଥିଲା କିନ୍ତୁ ସକାଳେ କବାଟ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା।

୭- ବିହାରରେ ପାକିସ୍ତାନ ନାମରେ ନାରାବାଜି, ଥାନାଧ୍ୟକ୍ଷଙ୍କ ଅମର‌୍ୟ୍ୟାଦିତ ଭାଷାର ପ୍ରୟୋଗ

ବିହାରର ଗୟାରେ ମୂର୍ତ୍ତି ବିସର୍ଜନ ସମୟରେ କିଛି ମୁସଲମାନମାନେ ପାକିସ୍ତାନ ନାମରେ ନାରାବାଜି କରି ହିନ୍ଦୁମାନଙ୍କ ଉପରକୁ ପଥର ଫୋପାଡିଥିଲେ। ଏହି ସମୟରେ ସ୍ଥିତି ସମ୍ଭାଳିବାକୁ ଯାଇ କୋତବାଲୀ ଥାନାଧ୍ୟକ୍ଷ ସଞ୍ଜୟ କୁମାର ଅମର‌୍ୟ୍ୟାଦିତ ଭାଷାର ପ୍ରୟୋଗ କରିଥିଲେ। କିଛି ଆକ୍ରମଣକାରୀମାନେ ପଥର ମଧ୍ୟ ଫୋପାଡିଥିଲେ। 

୮- ବିହାରର ଜହାନାବାଦରେ ମୂର୍ତ୍ତି ବିସର୍ଜନ ସମୟରେ ପଥର ଫୋପଡା ଘଟଣା

ବିହାରର ଜହାନାବାଦରେ ମୂର୍ତ୍ତି ବିସର୍ଜନ ସମୟରେ ମନ୍ଦିର ନିକଟରେ ପଥର ଫୋପଡା ଯାଇଥିଲା। ଏହି ସମୟରେ ୪ଜଣ ପୁଲିସ କର୍ମୀ ଓ ୧୦ଜଣ ଲୋକ ଆହତ ହୋଇଥିଲେ। ଫଳରେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ଲୋକମାନେ ଆକ୍ରମଣକାରୀଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ଦାବୀ କରିଛନ୍ତି।