Home > ରାଷ୍ଟ୍ରୀୟ
ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ପ୍ରଶଂସା, କହିଲେ ମୋଦୀ ଥିଲେ ସବୁ ସମ୍ଭବ
Khabar Odisha:national-odisha-america-minister-maik-pampio-praised-narendra-modi
ନିଆଳି, ଜୁନ ୧୩(ଖବର ଓଡିଶା):

ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ କାର୍ଯ୍ୟ ପ୍ରଣାଳୀକୁ ପ୍ରଶଂସା କରିଛନ୍ତି । ପାମ୍ପିଓ ବିଜେପିର ନିର୍ବାଚନୀ ସ୍ଲୋଗାନକୁ (ମୋଦୀ ହେ ତୋ ମୁମକିନ୍ ହେ) ମନେପକାଇବା ସହ ମୋଦୀ ଥିଲେ ସବୁ ସମ୍ଭବ ବୋଲି କହିଛନ୍ତି ।

ଗତକାଲି ପାମ୍ପିଓ ନରେନ୍ଦ୍ର ମୋଦୀଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍ଗରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ମୋଦୀ କିପରି ଭାବେ ଦୁଇ ଦେଶ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ କରିବେ ତାହାକୁ ଦେଖିବାକୁ ହେବ । ଭାରତର ନୂଆ ସରକାର ସହ ଆମେରିକା ଆଲୋଚନା ଜାରି ରଖିବ । ମୋଦୀ ନିଜ ନିର୍ବାଚନୀ ଭାଷଣରେ ମୋଦୀ ଥିଲେ ସବୁ ସମ୍ଭବ ବୋଲି କହିଥିଲେ । ଏବେ ସେ କିଭଳି ଭାବେ ଅନ୍ୟ ଦେଶ ସହ ସଂପର୍କ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଆମେରିକା ସହ ଥିବା ସଂପର୍କକୁ ସେ ଆହୁରି ମଜବୁତ କରିବେ ବୋଲି ଆଶା କରାଯାଉଛି । ଭାରତର ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ସେ ପାଳନ କରିବେ ।

ଏହାସହ ସେ ଏସ ଜୟଶଙ୍କରଙ୍କ ସହ ସାକ୍ଷାତ କରିବାକୁ ମନରେ ବହୁତ ଉତ୍ସାହ ରହିଥିବା କହିଛନ୍ତି । ଏପରିକି ଜୟଶଙ୍କର ଜଣେ ଉତ୍ତମ ବନ୍ଧୁ ବୋଲି ପାମ୍ପିଓ କହିଛନ୍ତି ।

  • Tags: