Home > ରାଷ୍ଟ୍ରୀୟ
ସମ୍ବିଧାନ କିମ୍ବା ଇଶ୍ୱର ନୁହେଁ ଜଗନମୋହନଙ୍କ ନାମରେ ଶପଥ ନେଲେ ଆନ୍ଧ୍ର ବିଧାୟକ
Khabar Odisha:national-odisha-andhra-mla-took-oath-in-the-name-of-cm-jagan-mohan-reddy
ବିଜୟୱାଡା, ଜୁନ ୧୩(ଖବର ଓଡିଶା):

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସର ଅଧ୍ୟକ୍ଷ ଜଗନ ମୋହନ ରେଡିଙ୍କ ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଆନ୍ଧ୍ରର ଜଣେ ନବ ନିର୍ବାଚିତ ବିଧାୟକ ମୁଖ୍ୟମନ୍ତ୍ରୀ ଜଗନଙ୍କ ନାମରେ ଶପଥ ନେଇଛନ୍ତି । ଏପରିକି ସେ ଜଗନଙ୍କୁ ଇଶ୍ୱରଙ୍କ ମାନ୍ୟତା ଦେଇଛନ୍ତି ।

ନେଲ୍ଲୋର ଗ୍ରାମୀଣ ଅଂଚଳର ନବ ନିର୍ବାଚିତ ବିଧାୟକ ଶ୍ରୀଧର ରେଡ୍ଡି ଗତ ରବିବାର ଦିନ ଜଗନଙ୍କ ପ୍ରତି ଆନୁଗତ୍ୟ ଦେଖାଇବାର ସମସ୍ତ ସୀମା ଟପିଛନ୍ତି । ସେ ଜଗନ ମୋହନ ରେଡ୍ଡିଙ୍କୁ ଇଶ୍ୱର ମାନି ଶପଥ ନେଇଥିଲେ । ଯାହା ସେଠାରେ ଉପସ୍ଥିତ ଥିବା ସମସ୍ତ ବିଧାୟକ ଏବଂ ବାଚସ୍ପତି ଆପଲ୍ଲା ନାଇଡୁଙ୍କୁ ଚକିତ କରିଥିଲା । ଏହାକୁ ନେଇ ଆପଲ୍ଲା ଆପତି ପ୍ରକାଶ କରିବା ସହ ଆଉଥରେ ଶପଥ ନେବା ପାଇଁ କହିଥିଲେ । ତେବେ ପରେ ଶ୍ରୀଧର ନିଜ ଭୁଲ ମାନିଥିଲେ । ଏହାସହ ଜଗନଙ୍କ ପାଇଁ ସେ ଏକ ଗରୀବ ପରିବାରରୁ ଆସି ବିଧାୟକ ହୋଇଛନ୍ତି ବୋଲି କହିଥିଲେ 

ସେ ଆହୁରି କହିଛନ୍ତି ଯେ, ଜଗନଙ୍କୁ ଇଶ୍ୱର ମାନିବାରେ କେଉଁଠି ଭୁଲ ରହିଲା ସେ ଜାଣନ୍ତି ନାହିଁ । ଶପଥ ନେବା ପଛରେ କୌଣସୀ ପଦପଦବୀର ଲାଳସା ତାଙ୍କର ନାହିଁ । ଗତ ୫ ବର୍ଷ ଧରି ମିଳିଥିବା ସମସ୍ତ ଦରମା ସେ ଗରିବଙ୍କୁ ଦାନ କରିଥିବା କହିଛନ୍ତି ।

ସୂଚନାଯୋଗ୍ୟ କି, ବିଧାୟକମାନେ ସମ୍ବିଧାନର ଧାରା ୧୮୮ ଅନୁସାରେ ଶପଥ ନେଇଥାନ୍ତି । ଏହି ଆଧାରରେ ସେମାନେ ଇଶ୍ୱର କିମ୍ବା ସମ୍ବିଧାନ ନାମରେ ଶପଥ ନେଇଥାନ୍ତି ।

  • Tags: