Home > ରାଷ୍ଟ୍ରୀୟ
LOCରେ କିଛିବି କଲେ ବୁଦ୍ଧି ଶିଖେଇ ଦେବୁ : ବିପିନ ରାୱତ
Khabar Odisha:national-odisha-army-chief-general-bipin-rawat-if-adversary-wants-to-activate-the-loc-that-s-his-choice
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡିଶା) :

 ଜମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଉତ୍ତେଜିତ ହୋଇଛି । ତେବେ ପାକିସ୍ତାନର ଏହି ଉତ୍ତେଜନା ଏଲଓସିରେ ଦେଖିବାକୁ ମିଳୁଛି । ଲଦାଖ ନିକଟରେ ସ୍କର୍ଦୂ ଏୟାରବେସ୍ ଉପରେ ପାକିସ୍ତାନ ଯୁଦ୍ଧ ବିମାନ ନିୟୋଜିତ କରିଛି । ଫଳରେ ଭାରତୀୟ ସେନା ପ୍ରମୁଖ ବିପିନ ରାୱତ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । 

ସେନା ପ୍ରମୁଖ ଜେନେରାଲ ବିପିନ ରାୱତ ଭାରତୀୟ ସେନାକୁ ହାଇ ଆଲର୍ଟ ରହିବା ପାଇଁ କହିଛନ୍ତି ଏବଂ କହିଛନ୍ତି କି, ଯଦି ପାକିସ୍ତାନ ଏଲଓସିରେ କୌଣସୀ ଆତଙ୍କୀ କାର୍ଯ୍ୟକଳାପ କରେ ତେବେ ତାକୁ କଡା ଜବାବ ମିଳିବ । ଜମ୍ମୁ କାଶ୍ମୀରର ସ୍ଥିତି ଏବେ ସାମାନ୍ୟ ରହିଛି । ଆମେ ଲୋକମାନଙ୍କ ସହ ବିନା ବନ୍ଧୁକରେ ସାକ୍ଷାତ କରିଛୁ ବୋଲି ବିପିନ ରାୱତ କହିଛନ୍ତି । 

ସୂତ୍ର ଅନୁଯାୟୀ, ପାକିସ୍ତାନ ଶନିବାରକୁ ତିନ ସି-୧୩୦ ଟ୍ରାନ୍ସପୋର୍ଟ ଏୟାରକ୍ରାପ୍ଟ ପଠାଇଥିଲେ । ଏହା ଜରିଆରେ ଫାଇଟର ଏୟାରକ୍ରାପ୍ଟର ଉପକରଣ ଅଣାଯାଇଥିଲା । ତେବେ ପାକିସ୍ତାନ ଜେଏଫ-୧୭ ପାଇଟର ପ୍ଲେନ ଏଠାକୁ ପଠାଇ ପାରେ ବୋଲି ଆଶଙ୍କା କରାଯାଇଛି । ପାକିସ୍ତାନ ଏହାକୁ ସୀମାରେ ଆର୍ମି ଅପରେଶନକୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରେ । ପାକିସ୍ତାନୀ ବାୟୁସେନା ଏଠାରେ ଅଭ୍ୟାସ କରିବାକୁ ଯୋଜନା କରୁଥାଇ ପାରେ ବୋଲି କୁହାଯାଉଛି । ଏଥିରେ ଇମରାନ ଖାନଙ୍କର ପୂର୍ଣ୍ଣ ସହେଯାଗ ଥାଇପାରେ ବୋଲି କୁହାଯାଉଛି । ପାକିସ୍ତାନର ଗତିବିଧିକୁ ଅନୁଧ୍ୟାନ କଲେ ଜଣା ପଡୁଛି ସେ ନିଶ୍ଚୟ କିଛି ଆତଙ୍କୀ ଆକ୍ରମଣ ପାଇଁ ଯୋଜନା କରୁଛି ।