Home > ରାଷ୍ଟ୍ରୀୟ
ଅଯୋଧ୍ୟା ବିବାଦ: ମନ୍ଦିର ନକ୍ସା ଚିରିବା ଅଭିଯୋଗରେ ରାଜୀବ ଧାୱନଙ୍କ ବିରୋଧରେ ମାମଲା ରୁଜୁ
Khabar Odisha:national-odisha-ayodhya-case-complaint-filed-in-delhi-against-lawyer-rajeev-dhawan-fore-tearing-temple-map
ନୂଆଦିଲ୍ଲୀ, ଅକ୍ଟୋବର ୧୮ (ଖବର ଓଡିଶା) :

ବହୁ ଚର୍ଚ୍ଚିତ ରାମ ମନ୍ଦିର ଏବଂ ବାବ୍ରୀ ମସଜିଦ ମାମଲାରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳୁଛି। ଆଜି ଅଯୋଧ୍ୟା ମାମଲରେ ମୁସଲିମଙ୍କ ପକ୍ଷରୁ ଦାବି ଉପସ୍ଥାପନ କରୁଥିବା ରାଜୀବ ଧାୱନଙ୍କ ବିରୋଧରେ ଅଭିଯୋଗ ଆଗତ ହୋଇଛି। ବିଜେପି ପୂର୍ବାଞ୍ଚଳ ମୋର୍ଚ୍ଚାର ସଂଯୋଜକ ସଂସଦ ମାର୍ଗ ଥାନାରେ ଅଭିଯୋଗ କରିଛନ୍ତି। ଶୁଣାଣିର ଶେଷ ଦିନ ରାଜୀବ କୋର୍ଟରେ ମନ୍ଦିରର ନକ୍ସ ଫାଡିଥିବାରୁ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଛି। 

ସୂଚନାନୁଯାୟୀ, ଅଯୋଧ୍ୟା ମାମଲାରେ ଶୁଣାଣି ସମୟରେ ମୁସଲିମ ପକ୍ଷର ଓକିଲ ରାଜୀବ ଧାୱନ ମନ୍ଦିରର ନକ୍ସା ଫାଡିଥିଲେ। ଅଖିଳ ଭାରତୀୟ ହିନ୍ଦୁ ମହାସଭାର ବରିଷ୍ଠ ଓକିଲ ବିକାସ ସିଂହ ଅଦାଲତରେ ଏହି ନକ୍ସା ଉପସ୍ଥାପନ କରାଯାଇଥିଲା।

ନକ୍ସା ଉପସ୍ଥାପନ କରିବା ସମୟରେ ବିକାସ କହିଥିଲେ କି, ଏହାଦ୍ଵାରା ଜନ୍ମସ୍ଥାନର ସଠିକ୍ ସ୍ଥାନ ନିରୂପଣ ହୋଇ ପାରିବ। ଜନ୍ମସ୍ଥାନ ବିବାଦୀୟ ସ୍ଥାନର ଗମ୍ଵୁଜ ତଳେ ରହିଛି। ଏହି ନକ୍ସା ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ କିଶୋର କୁଣାଲଙ୍କ ପୁସ୍ତକ ଅଯୋଧ୍ୟା ରିଭିଜିଟେଡରୁ ନିଆଯାଇଥିଲା। ଏହାପରେ ନକ୍ସାକୁ ନେଇ ସୁନ୍ନୀ ୱକ୍ଫ ବୋର୍ଡର ଓକିଲ ରାଜୀବ ଧାୱନ ଆପତ୍ତି ଜାଗ୍ରତ କରିଥିଲେ। 

ଧାୱନ କହିଥିଲେ କି, ସେ ଏହି ନକ୍ସକୁ ମାନିବେ ନାହିଁ। ଏହାପରେ ପ୍ରଧାନ ବିଚାରପତି କହିଥିଲେ କି, ଆପଣ ନମାନଙ୍କୁ ତାହାପରେ ଧାୱନ କହିଲେ କି ଏହାକୁ ଫୋପାଡିବାକୁ ଚାହୁଁଛି କହି ନକ୍ସାକୁ ଅଦାଲତରେ ଫାଡି ଦେଇଥିଲେ। ଯାହାପରେ ଚିଫ୍ ଜଷ୍ଟିସ୍ କହିଥିଲେ କି, ଆପଣ ଏହାକୁ ଅଧିକ ଟୁକୁଡା କରିପାରିବେ। ଏହା ଶୁଣିବା ପରେ ଧାୱନ ନକ୍ସାକୁ ଟୁକୁଡା ଟୁକୁଡା କରି ଦେଇଥିଲେ। ଅନ୍ୟ ଜଣେ ଓକିଲଙ୍କ ମୁତାବକ, ଏହା ପ୍ରଥମ ଥର ପାଇଁ ହୋଇଛି। ଅଦାଲତରେ କୋଣସି ଦସ୍ତାବିଜ ଏଭଳି ଚିରନ୍ତି ନାହିଁ। ଫଳରେ କିଛି ସମୟ ପରେ ମୁଖ୍ୟ ନ୍ୟାୟାଧୀଶ ଅଦାଲତରେ ଏବଳି ଅପ୍ରିତୀକର ସ୍ଥିତି ଦେଖି ଖପ୍ପା ହୋଇଥିଲେ ଓ ଆଗକୁ ଏପରି ଚାଲିଲେ ଶୁଣାଣି ଶେଷ କରିଦେବେ ବୋଲି ଚେତାବନୀ ଦେଇଥିଲେ।