Home > ରାଷ୍ଟ୍ରୀୟ
ଅଯୋଧ୍ୟା ବିବାଦ: ସୁନ୍ନି ଓ୍ଵାକଫକୁ ବାଦ୍ ଦେଲେ ବାକି ସବୁ ପକ୍ଷଙ୍କୁ ମଞ୍ଜୁର ନୁହଁ ରାଜିନାମା
Khabar Odisha:national-odisha-ayodhya-dispute-muslim-litigants-say-no-compromise-amid-supreme-court-verdict-countdown
ନୂଆଦିଲ୍ଲୀ,ଅକ୍ଟୋବର୧୮(ଖବର ଓଡ଼ିଶା):

ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟରେ ଶୁଣାଣି ସମାପ୍ତ ହୋଇ ସାରିଛି। କୋର୍ଟ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ନଭେମ୍ବର ୧୭ ପୂର୍ବରୁ କେବେ ବି ଅଦାଲତ ଦେଶର ସବୁଠୁ ଏହି ପୁରୁଣା ସମ୍ବେଦନଶୀଳ ବିବାଦରେ ନିଜର ରାୟ ଦେଇ ପାରନ୍ତି। ଏହା ମଧ୍ୟରେ ମୁସଲିମ ପକ୍ଷକାର ସୁନ୍ନି ଓ୍ଵାକଫ ବୋର୍ଡ ବ୍ୟତୀତ ଆମକୁ କୌଣସି ପ୍ରକାରର ରାଜିନାମା ମଞ୍ଜୁର ନୁହଁ ବୋଲି ସ୍ପଷ୍ଟ କରିଛି। ପକ୍ଷକାର ମଧ୍ୟସ୍ଥତା କମିଟି  ସହିତ ହୋଇଥିବା ଆଲୋଚନାକୁ ଜାଣି ଶୁଣି ଲିକ୍ କରାଯାଇଥିବା ଆରୋପ ଲଗାଇଛି।

ମୁସଲିମ ପକ୍ଷକାର କହିଛନ୍ତି ଯେ, ଆମେ ଏହି ରାଜିନାମା ପାଇଁ ପ୍ରସ୍ତୁତ ନୁହଁ। ସୁପ୍ରିମକୋର୍ଟରେ ମାମଲା ଅନ୍ତିମ ପର୍ଯ୍ୟାୟରେ ରହିଛି। ସୁନ୍ନି ଓ୍ଵାକଫ ବୋର୍ଡ ବ୍ୟତୀତ କୌଣସି ମୁସଲିମ ପକ୍ଷକାରଙ୍କୁ ରାଜିନାମା ମଞ୍ଜୁର ନୁହଁ। 

ମୁସଲିମ ପକ୍ଷକାରଙ୍କ ପକ୍ଷରୁ ଛଅ ପ୍ରତିନିଧି ମିଳିତ ବୟାନ ଜାରି କରି କହିଛନ୍ତି, ରାଜିନାମାରେ ଥିବା ଯେଉଁ ସବୁ ସର୍ତ୍ତ ଲିକ୍  ହୋଇଛି, ଆମକୁ ତାହା ମଞ୍ଜୁର ନୁହଁ। ଏହା ସହିତ ମଧ୍ୟସ୍ଥତା ପାଇଁ ଆପଣାଯାଇଥିବା ପ୍ରକ୍ରିୟାକୁ ମଧ୍ୟ ଆମେ ଖଣ୍ଡନ କରୁଛୁ। ରାଜିନାମା ପାଇଁ ଜମି ଉପରୁ ଓହରିଯିବା ସର୍ତ୍ତ ଆମକୁ ମଞ୍ଜୁର ନୁହଁ।

ଏହା ମଧ୍ୟରେ ବାବ୍ରୀ ମସଜିଦ ଆକ୍ସନ କମିଟିର ସଂଯୋଜକ ଓ ମୁସଲିମ ପକ୍ଷର ଆଡଭୋକେଟ୍ ଜଫରୟାବ ଜିଲାନୀ ବିଶ୍ଵାସ କରିଛନ୍ତି ଯେ କୋର୍ଟରଙ୍କ ରାୟ ତାଙ୍କ ସପକ୍ଷରେ ଆସିବ। ସେ କହିଛନ୍ତି ଯେ, ଯେଉଁ ନକ୍ସାକୁ ସୁପ୍ରିମକୋର୍ଟରେ ଚିରା ଯାଇଛି, ତାହା ୧୯୮୬ରେ ପ୍ରକାଶିତ ଏକ ପୁସ୍ତକ, ଯାହାକୁ ସୁପ୍ରିମକୋର୍ଟ ମଧ୍ୟ ମାନେ ନାହିଁ।

ଉଲ୍ଲେଖଯୋଗ୍ୟ, ଆସନ୍ତା ମାସ ୧୭ରେ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କାର୍ୟ୍ୟତରୁ ଅବସର ନେଉଛନ୍ତି। ତେଣୁ ଆଶା କରାଯାଉଛି ଯେ ଏହା ପୂର୍ବରୁ ଅଯୋଧ୍ୟା ମାମଲାର ରାୟ ଆସିପାରେ। ବୁଧବାର ଦୀର୍ଘ ୪୦ ଦିନ ଧରି ଚାଲିଥିବା ଶୁଣାଣିର ପରସମାପ୍ତି ଘଟିଥିଲା। ସିଜେଆଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ସାମ୍ବିଧାନିକ ପୀଠ ସମ୍ବନ୍ଧିତ ପକ୍ଷଙ୍କୁ ମୋଲ୍ଡିଂ ଅଫ ରିଲିଫରେ ଲିଖିତ ଯୁକ୍ତି ଦେବାକୁ ୩ ଦିନର ସମୟ ଦେଇଛନ୍ତି।

  • Tags: