Home > ରାଷ୍ଟ୍ରୀୟ
ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ, ୩୦୦ କିମି ଦୂର ଲକ୍ଷ୍ୟଭେଦକୁ ସଫଳତାର ସହ କଲା ଧ୍ଵସ୍ତ
Khabar Odisha:national-odisha-brahmos-surface-to-surface-missile-achieved-direct-hit-on-the-target-that-was-300-km-away
ଆଣ୍ଡାମାନ ନିକୋବର, ଅକ୍ଟୋବର୨୨(ଖବର ଓଡ଼ିଶା):

ଭାରତୀୟ ବାୟୁସେନା ଗତ ଦୁଇ ଦିନ ହେବ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଅକ୍ଟୋବର ୨୧ ଓ ୨୨ରେ ନିକ୍ଷେପ ଏହି ଦୁଇ  କ୍ଷେପଣାସ୍ତ୍ର ୩୦୦ କିମି ଦୂର ସ୍ଥିତ ନିଜର ଲକ୍ଷ୍ୟଭେଦକୁ ସଠିକ ନିଶାଣ କରି ଏହାକୁ ଧ୍ଵସ୍ତ କରିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ଏହି କ୍ଷେପଣାସ୍ତ୍ରକୁ ଆଣ୍ଡାମାନ ନିକୋବରର ଟ୍ରାକ ଦ୍ଵୀପରୁ ପରୀକ୍ଷଣ  କରାଯାଇଛି। 

ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଦେଶର ସବୁଠୁ ସଫଳ ଏବଂ ଲକ୍ଷ୍ୟଭେଦକୁ ସଠିକ୍ ନିଣାଣ କରୁଥିବା କ୍ଷେପଣାସ୍ତ୍ର କୁହାଯାଏ। ଏହା ମଧ୍ୟମ ଦୂରଗାମୀର ଏମିତି ଏକ ସୁପରସୋନିକ ମିସାଇଲ ଯାହାକୁ କୌଣସି ଏୟାରକ୍ରାଫ୍ଟ,  ଜାହାଜ କିମ୍ବା ଛୋଟ ପ୍ଲାଟଫର୍ମରୁ ମଧ୍ୟ ନିକ୍ଷେପ କରାଯାଇ ପାରିବ। ବ୍ରହ୍ମୋସ ମିସାଇଲର ଏହି ପରୀକ୍ଷଣ ରୁଟିନ୍ ଅପରେସନ ଟ୍ରେନିଂର ଅଂଶ ଥିଲା। 

ଅକ୍ଟୋବର ୨୧ ଓ ୨୨ରେ ବାୟୁସେନାର ହୋଇଥିବା ଏହି ବ୍ରୋହ୍ମସ ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ଏହି ମିସାଇଲ ଭାରତୀୟ ବାୟୁସେନାର କ୍ଷମତାକୁ ବୃଦ୍ଧି କରିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ ମାମଲାରେ ବାୟୁସେନା ପୂର୍ବାପେକ୍ଷା ଅଧିକ ସଶକ୍ତ ହୋଇଛି।