ଭୁବନେଶ୍ଵର, ନଭେମ୍ଵର ୨୨ (ଖବର ଓଡିଶା) :
ସୀମା ସୁରକ୍ଷା ବାହିନୀ ଏବଂ କେନ୍ଦ୍ର ଔଦୋଗିକ ସୁରକ୍ଷା ବାହିନୀରେ ଭର୍ତ୍ତିକୁ ନେଇ ଝିଅମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଗୁରୁବାର ବିଏସଏଫର ପେନ୍ଥୀ କ୍ୟାମ୍ପସରେ ଭର୍ତ୍ତି ଆରମ୍ଭ ହୋଇଛି। ଏଥିରେ କଠୁଆ ଓ ସାମ୍ବା ଜିଲ୍ଲାର ଝିଅମାନେ ଭାଗ ନେଇଛନ୍ତି।
ରାଲିରେ ୧୭୨୭ ଜଣ ଝିଅ ପଞ୍ଜୀକରଣ କରିଛନ୍ତି। ଗୁରୁବାର ପ୍ରଥମ ଦିନରେ ୪୪୩ ଜଣ ଝିଅ ଶାରୀରିକ ପରୀକ୍ଷାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୪୭ ଜଣ ପାସ୍ କରିଛନ୍ତି ଏବଂ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ତେବେ ଆଗକୁ ସ୍ଵାସ୍ଥ୍ୟ ଏବଂ ଲିଖିତ ପରୀକ୍ଷା ହେବ। ବିଏସଏଫରେ ଭର୍ତ୍ତି ହେବା ପାଇଁ ଆସିଥିବା କେତେକ ଯୁବତୀ କହିଛନ୍ତି ଯେ, ସେନାରେ ଭର୍ତ୍ତି ହେବା ପାଇଁ ପିଲାଦିନରୁ ସେମାନଙ୍କର ଉତ୍ସାହ ଥିଲା। ଜଣେ ମହିଳା ଭାବରେ ସେନାର ବର୍ଦି ପିନ୍ଧିବା ତାଙ୍କ ପାଇଁ ଗର୍ବର ବିଷୟ। ତେବେ ଏହି ପରୀକ୍ଷାରେ ପାସ୍ ହେବା ପରେ ତାଙ୍କ ସ୍ଵପ୍ନ ସାକାର ହେଲା ଭଳି ଲାଗୁଛି।