Home > ରାଷ୍ଟ୍ରୀୟ
ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ବୋବଡେ
Khabar Odisha:national-odisha-cji-ranjan-gogoi-writes-letter-to-govt-recommending-justice-s-a-bobde-as-his-successor
ନୂଆଦିଲ୍ଲୀ, ଅକ୍ଟୋବର ୧୮ (ଖବର ଓଡିଶା) :

ପ୍ରଧାନ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ ନଭେମ୍ବର ୧୭ରେ ଅବସର ନେବାକୁ ଯାଉଛନ୍ତି। ତାଙ୍କ ପରେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ  ନ୍ୟାୟାଧୀଶ ଶରଦ ଅରବିନ୍ଦ ବୋବଡେଙ୍କ ନାମ ସୁପାରିଶ କରାଯାଇଛି। ସିଜେଆଇ ରଞ୍ଜନ ଗୋଗୋଇ କେନ୍ଦ୍ର ସରକାରଙ୍କୁ ପରବର୍ତ୍ତୀ ପ୍ରଧାନ ନ୍ୟାୟାଧୀଶ ପାଇଁ ପତ୍ର ଲେଖିଛନ୍ତି। ଯଦି ବୋବଡେ ଚିଫ୍ ଜଷ୍ଟିସ୍ ହୁଅନ୍ତି ତେବେ ସେ ୪୭ତମ ମୁଖ୍ୟ ନ୍ୟାୟାଧୀଶ ଭାବେ ନଭେମ୍ବର ୧୮ରେ ଶପଥ ଗ୍ରହଣ କରିବେ। ଏହାପରେ ୨୦୨୧ ଅପ୍ରେଲ ୨୩ ଯାଏଁ ତାଙ୍କର କାର୍ଯ୍ୟକାଳ ରହିବ।

୧୯୫୬ ଅପ୍ରେଲ ୨୬ରେ ନାଗପୁରରେ ଜନ୍ମଗ୍ରହଣ କରିଥିବା ବୋବଡେ ସୁପ୍ରିମକୋର୍ଟରେ ଜଜ ଅଛନ୍ତି। ଏହା ସହ ସେ ମହାରାଷ୍ଟ୍ର, ନ୍ୟାସନାଲ ଲ ୟୁନିଭରସିଟି, ମୁମ୍ବାଇ ଓ ମହାରାଷ୍ଟ୍ର ନ୍ୟାସନାଲ ୟୁନିଭରସିଟି, ନାଗପୁରର ଚାନସେଲର ମଧ୍ୟ ଅଛନ୍ତି। ତାଙ୍କ ପିତାଙ୍କ ନାମ ଅରବିନ୍ଦ ଶ୍ରୀନିବାସ ବୋବଡେ। ଶରଦ ଅରବିନ୍ଦ ନାଗପୁର ବିଶ୍ଵବିଦ୍ୟାଳୟରୁ ବିଏ ଏବଂ ଏଲଏଲବି ଡିଗ୍ରୀରେ ପାସ୍ କରିଛନ୍ତି। ଏହାପରେ ଶରଦ ଅରବିନ୍ଦ ବୋବଡେ ଆଡିଶନାଲ ଜଜ ଭାବରେ ୨୦୦୦ ମସିହା ମାର୍ଚ୍ଚ ୨୯ରେ ବମ୍ବେ ହାଇକୋର୍ଟର ଖଣ୍ଡପୀଠର ଜଣେ ସଦସ୍ୟ ଥିଲେ। 

୨୦୧୨ ମସିହା ଅକ୍ଟୋବର ୧୬ରେ ଜଷ୍ଟିସ୍ ବୋବଡେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବରେ ଶପଥ ନେଇଥିଲେ। ଏହାପରେ ୨୦୧୩ ଅପ୍ରେଲ ୧୨ରେ ଭାରତର ସୁପ୍ରିମକୋର୍ଟରେ ଭାରତ ଉଚ୍ଚ ନ୍ୟାୟାଳୟରେ ତାଙ୍କର ପଦୋନ୍ନତି କରାଗଲା। ଜଷ୍ଟିସ୍ ବୋବଡେଙ୍କ କାର୍ଯ୍ୟକାଳ ୨୦୨୧ ଅପ୍ରେଲ ୨୩ରେ ଶେଷ ହେବାକୁ ଯାଉଛି। ସେ ସୁପ୍ରିମକୋର୍ଟରେ ୮ ବର୍ଷ ଧରି କାର୍ଯ୍ୟରତ ଅଛନ୍ତି।