Home > ରାଷ୍ଟ୍ରୀୟ
ଆମକୁ କେବଳ ହିନ୍ଦୁ ମହିଳା ଦରକାର, ପୁରୁଷ ନୁହେଁ; କାଶ୍ମୀରର ମସଜିଦରୁ ଜାନୁଆରୀ ୧୯, ୧୯୯୦ ରାତିରେ ଶୁଭୁଥିଲା ଏହି ଶବ୍ଦ
Khabar Odisha:national-odisha-columnist-recalls-kashmiri-pandits-nightmare-says-grandfather-wanted-to-kill-me-save-from-worse
ନୂଆଦିଲ୍ଲୀ, ନଭେମ୍ବର ୧୫(ଖବର ଓଡିଶା):

ଆମେରିକା ସଂସଦରେ ଗତକାଲି ଜମ୍ମୁ-କାଶ୍ମୀରରେ ମାନବାଧିକାର ସ୍ଥିତି ଉପରେ ଶୁଣାଣି ହୋଇଛି । ଯେଉଁଥିରେ ସ୍ତମ୍ଭକାର ସୁନନ୍ଦା ବଶିଷ୍ଠ ଭାରତର ପକ୍ଷ ରଖିଥିଲେ । ସେ କହିଥିଲେ ଯେ, କାଶ୍ମୀର ସେବେଠାରୁ ଇସଲାମିକ ଷ୍ଟେଟ୍ ଭଳି ଆତଙ୍କବାଦୀ ଓ କ୍ରୁରତାକୁ ସାମ୍ନା କରୁଛି ଯେତେବେଳେ ପଶ୍ଚିମ ଦେଶମାନେ ଆତଙ୍କବାଦ ବାବଦରେ କିଛି ଜାଣିନଥିଲେ । ଭାରତର ଲୋକତାନ୍ତ୍ରିକ ପ୍ରକ୍ରିୟା ବହୁତ ଭଲ । ଦେଶ ପଂଜାବ ଓ ପୂର୍ବୋତର ରାଜ୍ୟରେ ଆତଙ୍କବାଦକୁ ବିନାଶ କରିଛି । 

ସୁନନ୍ଦା ଗତକାଲି ୱାଶିଂଟନରେ ଟାମ୍ ଲେଟୋସ ଏଚଆର କମିଶନ ଦ୍ୱାରା ଆୟୋଜିତ ମାନବାଧିକାର ଉପରେ କଂଗ୍ରେସର ଶୁଣାଣିରେ କହିଥିଲେ, ଆମେ ଆଇଏସ ସ୍ତର ଭଳି ଭୟ ୩୦ ବର୍ଷ ପୂର୍ବରୁ ଦେଖିଆସୁଛୁ । ସେତେବେଳେ ଅନ୍ୟ ଦେଶମାନେ ଆଇଏସ ବାବଦରେ ଜାଣିନଥିଲେ । ଏହା ଖୁସିର ସମୟ କାରଣ ଶୁଣାଣି ଏଠାରେ ହେଉଛି । ମୋ ଭଳି ଅନେକ ବ୍ୟକ୍ତି ପରିବାର ଓ ବାସ ହରାଇଛନ୍ତି । ସେତେବେଳେ ବିଶ୍ୱ ଏହା ଉପରେ ଚୁପ ରହିଥିଲା । ସେତେବେଳେ ମାନବାଧିକାର ଓକିଲ କେଉଁଠି ଥିଲେ ବୋଲି ସୁନନ୍ଦା ପ୍ରଶ୍ନ କରିଛନ୍ତି । ସେମାନେ ୧୯୯୦ ଜାନୁଆରୀ ୧୯ରେ କେଉଁଠି ଥିଲେ । ସେତେବେଳେ ସମସ୍ତ ମସଜିଦରୁ କେବଳ ଗୋଟିଏ ଶବ୍ଦ ଶୁଭୁଥିଲା । ସେମାନେ କାଶ୍ମୀରରେ କେବଳ ହିନ୍ଦୁ ମହିଳା ଚାହୁଁଥିଲେ ପୁରୁଷ ନୁହେଁ । ସେତେବେଳେ ସେହି ପରିସ୍ଥିତିର ସାମ୍ନା ପାଇଁ ତାଙ୍କର ମା ଓ ତାଙ୍କୁ ମାରିବା ପାଇଁ ଜେଜେ ବାପା ଏକ ରୋସେଇ ଛୁରୀ ଓ କଟୁରୀ ଧରି ଛିଡା ହୋଇଥିଲେ । 

ସେ ଆହୁରି କହିଛନ୍ତି ଯେ, ସେହି ସମୟରେ ତାଙ୍କ ପରିବାରକୁ ଆତଙ୍କବାଦୀ ମାନେ ତିନୋଟି ବିକଳ୍ପ ଦେଉଥିଲେ । ତାହା ଥିଲା ଏଠାରୁ ଚାଲି ଯାଅ କିମ୍ବା ଧର୍ମାନ୍ତିକରଣ କର ନଚେତ ସେମାନଙ୍କୁ ମାରି ଦିଆଯିବ । ପ୍ରାୟ ୪ଲକ୍ଷ କାଶ୍ମୀର ହିନ୍ଦୁ ସେହି କାଳରାତ୍ରରେ ଘାଟିରୁ ବାହାରିବା ପାଇଁ ବାଧ୍ୟ ହୋଇଥିଲେ । ଯେଉଁମାନଙ୍କୁ ହତ୍ୟା କରାଯାଇନଥିଲା ସେମାନେ ବଂଚିଥିଲେ । ଆଜି ବି ୩୦ ବର୍ଷ ପରେ କାଶ୍ମୀର ସ୍ଥିତ ଘରେ ତାଙ୍କୁ ସ୍ୱାଗତ କରାଯାଏ ନାହିଁ । ଏପରିକି ଘାଟିରେ ତାଙ୍କୁ ତାଙ୍କ ନିଜ ଧର୍ମ ପାଳନ କରିବା ପାଇଁ ଅନୁମତି ନାହିଁ । ତାଙ୍କ ନିଜ ଘରକୁ କେହି ବେଆଇନ ଭାବେ କବଜା କରିଛି । ଏହି ସ୍ଥିତି ତାଙ୍କ ସମୁଦାୟର ଅନ୍ୟ ଲୋକଙ୍କ ସହ ମଧ୍ୟ ଘଟିଛି । ଭାରତ କେବେ ବି କାଶ୍ମୀର ଉପରେ କବଜା କରିନାହିଁ । ଏହା ଭରତର ହିଁ ଅଙ୍ଗ ଥିଲା ଓ ରହିବ । କାଶ୍ମୀର ବିନା ଭାରତ କିମ୍ବା ଭାରତ ବିନା କାଶ୍ମୀର ସମ୍ଭବ ନୁହେଁ । 

  • Tags: