Home > ରାଷ୍ଟ୍ରୀୟ
କଂଗ୍ରେସ ଆତ୍ମଚିନ୍ତନ କରିବା ଆବଶ୍ୟକ- ଜ୍ୟୋତିରାଦିତ୍ୟ ସିନ୍ଧିଆ
Khabar Odisha:national-odisha-congress-should-realise-said-jyotiraditya-sindhia
ଗ୍ୱାଲିଅର, ଅକ୍ଟୋବର ୧୦(ଖବର ଓଡିଶା):

ରାହୁଲ ଗାନ୍ଧୀଙ୍କ ଇସ୍ତଫା ଓ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ହେବା ପରେ ମଧ୍ୟ ଦଳର ଅବସ୍ଥା ସୁଧୁରିବାର ନାଁ ନେଉନାହିଁ । ପୂର୍ବରୁ ସଲମାନ ଖୁର୍ସିଦ କଂଗ୍ରେସକୁ ଦୁର୍ବଳ କହିଥିଲେ । ଏବେ ରାଷ୍ଟ୍ରୀୟ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଦଳକୁ ଆତ୍ମଚିନ୍ତନର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଗ୍ୱାଲିଅରରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସିନ୍ଧିଆ ଏହା କହିଛନ୍ତି ।

କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କହିବାନୁସାରେ, କଂଗ୍ରେସକୁ ଆତ୍ମଚିନ୍ତନର ଆବଶ୍ୟକତା ରହିଛି । ବର୍ତମାନ କଂଗ୍ରେସର ଯାହା ସ୍ଥିତି ରହିଛି ତାହାକୁ ଗୁରୁତର ସହ ନେବା ଦରକାର । ସିନ୍ଧିଆ ଗ୍ୱାଲିଆରରେ ସଲମାନ ଖୁର୍ସିଦଙ୍କ ସେହି ବୟାନ ଉପରେ ପ୍ରତିକ୍ରିୟା ରଖିଥିଲେ ଯେଉଁଥିରେ ସେ ମହାରାଷ୍ଟ୍ର ଓ ହରିୟାଣାରେ ଦଳର ବିଜୟୀ ହେବା ଆଶା କମ ବୋଲି କହିଥିଲେ ।

ସିନ୍ଧିଆ ଆହୁରି କହିଥିଲେ ଯେ, ମହାରାଷ୍ଟ୍ରରେ ସେ ଟିକେଟ୍ ବିତରଣ କାମରେ ଥିଲେ । ବାକି କାମ ସେଠାରେ ସଂଗଠନ ଦେଖୁଛି । କଂଗ୍ରେସ ଭଲ କରିବ । ଏଠାରେ ଚାରିଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ବରିଷ୍ଠ ନେତା ନିର୍ବାଚନର ନେତୃତ୍ୱ ନେଉଛନ୍ତି ।

  • Tags: