Home > ରାଷ୍ଟ୍ରୀୟ
ଦିଲ୍ଲୀବାସୀଙ୍କୁ ଏବେ 2130ରେ ସିୱର ଓ ଫ୍ରିରେ ପିଇବା ପାଣି କନେକ୍ସନ- କେଜରିୱାଲ
Khabar Odisha:national-odisha-delhi-cm-arvind-kejriwal-big-announcement-regarding-water-and-sewer-connection
ନୂଆଦିଲ୍ଲୀ, ନଭେମ୍ଵର ୨୨ (ଖବର ଓଡିଶା) :

 ଦିଲ୍ଲୀ ସରକାର ସିୱର କନେକ୍ସନ ପରେ ଏବେ ପାଣି କନେକ୍ସନ ମାଗଣାରେ ଦେବେ। ଦିଲ୍ଲୀର ଜଳ ବୋର୍ଡ ବୈଠକରେ ଶୁକ୍ରବାର ଏନେଇ ବୈଠକ ହୋଇଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି ଯେ, ଦିଲ୍ଲୀବାସୀଙ୍କୁ ପାଣି କନେକ୍ସନ ଏବଂ ସିୱର କନେକ୍ସନ ନେବା ଦ୍ଵାରା ଏକ ଲକ୍ଷ ଟଙ୍କାରୁ ଅଧିକ ସଞ୍ଚୟ ହେବ। 

କେଜରିୱାଲ କହିଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ ବହୁ ଅଞ୍ଚଳରେ ପାଣି ପାଇପ ବିଛା ଯାଇଛି କିନ୍ତୁ ଅଧିକ ଶୁକ୍ଳ କାରଣରୁ ଲୋକମାନେ କନେକ୍ସନ ନେଇ ନାହାଁନ୍ତି। ଏମିତିରେ ଲୋକମାନଙ୍କୁ ଏହି ବୋଝରୁ ମୁକ୍ତ କରିବା ପାଇଁ ଜଳ ବୋର୍ଡ ଏପରି ନିଷ୍ପତ୍ତି ନେଇଛି। ତେବେ ସିୱେଜ କନେକ୍ସନ ନନେବା ପଛରେ କାରଣ ରହିଛି। ଭିନ୍ନ ଭିନ୍ନ ପ୍ରକାରର ଶୁକ୍ଳ କାରଣରୁ ଲୋକମାନେ କନେକ୍ସନ ନେଉ ନଥିଲେ। ତେଣୁ ଏବେ ମିଟର ପିଛା ୫୦୦ ଟଙ୍କା ହ୍ରାସ କରି ୧୦୦ ଟଙ୍କା କରାଯାଇଛି। ଏହାଦ୍ଵାରା ଲୋକମାନେ ଆଗକୁ ଆସିବେ। 

ଆଗରୁ ୨୦୦ ମିଟର ଫ୍ଲାଟରେ ରହୁଥିବା ଲୋକଙ୍କୁ ୧,୧୪,୧୧୦ ଟଙ୍କା ଏବଂ ୩୦୦ ମିଟର ଫ୍ଲାଟରେ ରହୁଥିବା ଲୋକଙ୍କୁ ୧,୨୪,୧୧୦ ଟଙ୍କା ଦେବାକୁ ପଡୁଥିଲା। ଏବେ ଶୁକ୍ଳ ହ୍ରାସ କରିବା ପରେ ସେମାନଙ୍କୁ ଆଶ୍ଵସ୍ତୀ ମିଳିବ। ଏଣିକି ଲୋକମାନଙ୍କୁ ସିୱର କନେକ୍ସନ ପାଇଁ ୨୩୧୦ ଟଙ୍କା ଦେବାକୁ ପଡିବ। ତେବେ ପାଣିକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ। ଦିଲ୍ଲୀ ଲୋକଙ୍କ ନିକଟରେ ସ୍ଵଚ୍ଛ ପାଣି ପହଁଚାଇବା ମୋର ଉଦ୍ଦେଶ୍ୟ ବୋଲି କେଜରିୱାଲ କହିଛନ୍ତି।