Home > ରାଷ୍ଟ୍ରୀୟ
କଂଗ୍ରେସ ସାଂସଦଙ୍କ ପତ୍ନୀଙ୍କ ବିବାଦୀୟ ବୟାନ, କହିଲେ ଭାଗ୍ୟ ବଳାତ୍କାର ପରି, ଯଦି ଆପଣ ଏହାକୁ ରୋକି ପାରୁ ନାହାନ୍ତି ତେବେ ଆନନ୍ଦ ଉଠାନ୍ତୁ
Khabar Odisha:national-odisha-fate-is-like-rape-if-you-cant-resist-it-then-try-to-enjoy-it-says-kerala-mp-wife
ତିରୁଅନନ୍ତପୁରମ,ଅକ୍ଟୋବର୨୨(ଖବର ଓଡ଼ିଶା):

କେରଳର କଂଗ୍ରେସ ସାଂସଦ  ହିବି ଇଡନଙ୍କ ପତ୍ନୀ ଫେସବୁକରେ ବଳାତ୍କାର ପରି ଜଘନ୍ୟ ଅପରାଧର ମହିମାମଣ୍ଡନ କରିଛନ୍ତି। ଏଥିପାଇଁ ସେ ଏବେ ସାମାଜିକ ମିଡିଆରେ ଲୋକଙ୍କ ନିଶାଣରେ ଅଛନ୍ତି। ସାଂସଦଙ୍କ ପତ୍ନୀ ଆନ୍ନା ଇଡନ ମଙ୍ଗଳବାର ନିଜ  ପୋଷ୍ଟରେ ଭାଗ୍ୟକୁ ବଳାତ୍କାର ସହ ତୂଳନା କରିଛନ୍ତି। ସେ ଲେଖିଛନ୍ତି ଯେ ଭାଗ୍ୟ ବଳାତ୍କାର ପରି ହୋଇଥାଏ। ଯଦି ଆପଣ ଏହାକୁ ରୋକି ପାରୁନାହାନ୍ତି ତେବେ ଏହାର ମଜା ନିଅନ୍ତୁ। ମାତ୍ର ସାମାଜିକ ଗଣମାଧ୍ୟମରେ ଏହା ବଡ଼ ରୂପ ନେବାର କିଛି ସମୟ ପରେ ସେ ଏହି ପୋଷ୍ଟକୁ ହଟାଇ ଦେଇଥିଲେ।

କଂଗ୍ରେସ ସାଂସଦଙ୍କ ପତ୍ନୀ ଆନ୍ନା ଲିଣ୍ଡା ଇଡନ ପୋଷ୍ଟ କରି ଲେଖିଛନ୍ତି ଯେ, ଭାଗ୍ୟ ବଳାତ୍କାର ପରି  ହୋଇଥାଏ, ଯଦି ଆପଣ ଏହାର ବିରୋଧ କରି ପାରୁନାହାନ୍ତି ତେବେ ଏହାର ଆନନ୍ଦ ଉଠାଇବାକୁ ଚେଷ୍ଟା କରନ୍ତୁ। ଏହି ପୋଷ୍ଟ ସହିତ ସେ ଦୁଇଟି ଛୋଟ ଭିଡ଼ିଓ କ୍ଲିପ ମଧ୍ୟ ସେୟାର କରିଥିଲେ।  ଗୋଟିଏ କ୍ଲିପ ତାଙ୍କ ଘରେ ବର୍ଷା ପାଣି ପଶିବା ପରେ ସେଠାରୁ ପିଲାଙ୍କୁ କାଢିବାକୁ ନେଇ ଥିଲା।

ଗୋଟିଏ ଭିଡ଼ିଓରେ ସେ ନିଜେ ସିଲଜରର ଆନନ୍ଦ ଉଠାଉଥିବା ଦେଖିବାକୁ ମିଳୁଛି। ସୋମବାର ହୋଇଥିବା ଭୀଷଣ ବର୍ଷାରେ କୋଚିରେ ବନ୍ୟା ସ୍ଥିତି ଉପୁଜିଥିଲା ଏବଂ ପୂରା ସହରେ ଗୁରୁତର ଟ୍ରାଫିକ ଜାମ ହୋଇଥିଲା। 

ଉଲ୍ଲେଖଯୋଗ୍ୟ, ହିବି ଇଡନ ବିଧାୟକ ପଦରୁ ଇସ୍ତଫା ଦେଇ କଂଗ୍ରେସ ଟିକେଟରୁ ଏର୍ଣ୍ଣାକୁଲମ ଲୋକସଭା ଆସନରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହି କ୍ଷେତ୍ରକୁ କେରଳର ଗଢ ବୋଲି କୁହାଯାଏ। ହିବିଙ୍କ ପତ୍ନୀ ଆନ୍ନା ରେଡିଓ ମ୍ୟାଙ୍ଗୋ ୯୧.୯ ଏଫରେ କାମ କରୁଛନ୍ତି। ସେ ସର୍ବଦା ସାମାଜିକ ଗଣମାଧ୍ୟମରେ  ଭିଡ଼ିଓ ପୋଷ୍ଟ କରନ୍ତି। ମଙ୍ଗଳବାର ଯେଉଁ ଭିଡ଼ିଓରେ ବିବାଦ ହୋଇଛି ତାହା ଏହି ସିରିଜର ଅନ୍ତିମ ଭିଡ଼ିଓ ଥିଲା।