Home > ରାଷ୍ଟ୍ରୀୟ
ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ- ହାଇଦ୍ରାବାଦ ଗଣଦୁଷ୍କର୍ମ ପୀଡିତାଙ୍କ ପିତା
Khabar Odisha:national-odisha-father-of-woman-veterinarian-on-accused-killed-in-encounter-says-now-her-soul-must-be-at-peace
ହାଇଦ୍ରାବାଦ, ଡିସେମ୍ବର ୦୬ (ଖବର ଓଡିଶା) :

ହାଇଦ୍ରାବାଦର ପଶୁ ଡାକ୍ତରାଣୀଙ୍କୁ ଗଣବଳାତ୍କାର କରି ହତ୍ୟା କରିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ଆଜି ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଛି। ଏହାକୁ ନେଇ ପୀଡିତାଙ୍କ ପିତା ପ୍ରତିକ୍ରିୟା ଦେଇଛନ୍ତି। ପୀଡିତାଙ୍କ ପିତା ସରକାର ଓ ପୁଲିସକୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ଏବେ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ। ହାଇଦ୍ରାବାଦ ଘଟଣାକୁ ନେଇ ପୁରା ଦେଶ ଆକ୍ରୋଶ ପ୍ରକାଶ କରିଥିଲା। ଆଜି ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିବା ପରେ ଲୋକମାନେ ଉତ୍ସବ ପାଳନ କରୁଛନ୍ତି। 

ବଳାତ୍କାରୀ ପୀଡିତାଙ୍କ ପିତା ଏନକାଉଣ୍ଟରକୁ ନେଇ କହିଛନ୍ତି ଯେ, ମୋ ଝିଅ ମରିବାର ୧୦ ଦିନ ହୋଇ ଗଲାଣି। ପୋଲିସର ଆଜିର ପଦକ୍ଷେପ ପାଇଁ ମୁଁ ପୁଲିସ ଏବଂ ସରକାରଙ୍କୁ ଆଭାର ବ୍ୟକ୍ତ କରୁଛି। ଏବେ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ। 

ନଭେମ୍ଵର ୨୭ରେ ହାଇଦ୍ରାବାଦରେ ଜଣେ ପଶୁ ଡାକ୍ତରାଣୀଙ୍କ ଗାଡି ଠିକ୍ କରିଦେବାକୁ ସାହାଯ୍ୟ କରିବା ବାହାନାରେ ୪ ଜଣ ଦୁବୃତ୍ତ ଏକ ଶୂନଶାନ୍ ସ୍ଥାନକୁ ନେଇଯାଇଥିଲେ। ସେଠାରେ ଏହି ୪ ରାକ୍ଷସମାନେ ପ୍ରଥମେ ବଳାତ୍କାର କରିଥିଲେ ଏବଂ ଏହାପରେ ପୀଡିତାଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ଦେଶ ଆକ୍ରୋଶ ପ୍ରକାଶ କରିଥିଲା। ନିର୍ଭୟା କାଣ୍ଡକୁ ମନେ ପକାଉଥିବା ଏହି ଘଟଣାକୁ ନେଇ ଲୋକମାନେ ତୀବ୍ର ବିରୋଧ କରି ରାସ୍ତାକୁ ଉହ୍ଲାଇଥିଲେ। ଏପରିକି ବଳାତ୍କାରୀଙ୍କୁ ଫାଶୀ ଦେବା ପାଇଁ ଦାବି କରାଯାଉଥିଲା। ଆଜି ଅଭିଯୁକ୍ତକାରୀଙ୍କ ଏନକାଉଣ୍ଟର ପରେ ଲୋକମାନଙ୍କ ମଧ୍ୟରେ ଖୁସୀର ମାହୋଲ ଦେଖାଯାଇଛି।