Home > ରାଷ୍ଟ୍ରୀୟ
ପଞ୍ଚଭୂତରେ ବିଲୀନ ହେଲେ ଶୀଲା ଦୀକ୍ଷିତ
Khabar Odisha:national-odisha-former-cm-of-delhi-shiela-dikshits-last-rites-takes-place-in-delhi
ନୂଆଦିଲ୍ଲୀ, ଜୁଲାଇ ୨୧ (ଖବର ଓଡିଶା) :

 ତିନି ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, କେରଳର ରାଜ୍ୟପାଳ ଏବଂ କଂଗ୍ରେସର ଅଧ୍ୟକ୍ଷ ପଦରେ ଥିବା ଶୀଲା ଦୀକ୍ଷିତଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି । ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏହି ସମୟରେ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ନିଗମବୋଧ ଘାଟରେ ପହଁଚିଥିଲେ । 

ଶୀଲା ଦୀକ୍ଷିତ ଶନିବାର ଦ୍ୱିପ୍ରହର ୩ଟା ୫୫ରେ ଫୋର୍ଟିସ୍ ଏସ୍କର୍ଟସ ହାର୍ଟ ଇନଷ୍ଟିଟ୍ୟୁଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ନିଧନରେ ସମ୍ପୂର୍ଣ୍ଣ ଦିଲ୍ଲୀ ଶୋକ ସାଗରରେ ବୁଡି ଯାଇଛି । ସେ ଜଣେ ଆଗ ଧାଡିର ବରିଷ୍ଠ ନେତ୍ରୀ ଥିଲେ । ରାଜନୀତିରେ ତାଙ୍କର ସ୍ଥାନ ଅପୂରଣୀୟ । ତେବେ ତାଙ୍କର ଏହି ଅନ୍ତିମ ଯାତ୍ରାରେ କଂଗ୍ରେସ ନେତାଙ୍କ ବ୍ୟତୀତ ବହୁ ବିରୋଧୀ ଦଳର ନେତାମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।