Home > ରାଷ୍ଟ୍ରୀୟ
ହାଇଦ୍ରାବାଦ ଗଣବଳାତ୍କାରର ଅଭିଯୁକ୍ତକାରୀଙ୍କୁ ଏନକାଉଣ୍ଟର ଘଟଣା, ଭଗବାନ ନ୍ୟାୟ କରିଛନ୍ତି- ତେଲେଙ୍ଗାନା ଆଇନ ମନ୍ତ୍ରୀ
Khabar Odisha:national-odisha-hyderabad-rape-murder-case-telangana-law-minister-says-god-did-justice
ହାଇଦ୍ରାବାଦ, ଡିସେମ୍ବର ୦୬ (ଖବର ଓଡିଶା) :

ହଇଦ୍ରାବାଦର ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ଟଳିବା ପରେ ତେଲେଙ୍ଗାନାର ଆଇନ ମନ୍ତ୍ରୀ ଏହାକୁ ଭଗବାନଙ୍କ ନ୍ୟାୟ ବୋଲି କହିଛନ୍ତି। ଆଇନ ମନ୍ତ୍ରୀ ଇନ୍ଦ୍ରକରଣ ରେଡୀ କହିଛନ୍ତି ଯେ, ଏହି ମାମଲାରେ ନ୍ୟାୟ ହୋଇଛି। ଯାହା ହୋଇଛି ଠିକ୍ ହୋଇଛି। 

ହାଇଦ୍ରାବାଦ ପଶୁ ଡାକ୍ତରାଣୀଙ୍କ ସହ ଗଣବଳାତ୍କାର କରି ହତ୍ୟା କରିଥିବା ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ କ୍ରାଇମ୍ ସିନ୍ ରିକ୍ରିଏଶନ ପାଇଁ ନିଆଯାଇଥିଲା। କିନ୍ତୁ ସେମାନେ ପୋଲିସର ଅସ୍ତ୍ର ଧରି ଫେରାର ହେବାକୁ ଚେଷ୍ଟା କରିଥିଲେ। ଏହାପରେ ପୋଲିସର ଜବାବମୂଳକ କାର୍ଯ୍ୟାନୁଷ୍ଠାନରେ ୪ ବଳାତ୍କାରୀ ପ୍ରାଣ ହରାଇଛନ୍ତି। 

ଏହି ଘଟଣାକୁ ନେଇ ଶମଶାବାଦର ଡିସିପି ପ୍ରକାଶ ରେଡି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପୋଲିସର ବନ୍ଧୁକ ଛଡାଇ ବଳାତ୍କାରୀମାନେ ଫେରାର ହେବାକୁ ବସିଥିଲେ। ଏହାପରେ ପୋଲିସର କ୍ରସ୍ ଫାଇରିଂରେ ଅଭିଯୁକ୍ତକାରୀମାନେ ପ୍ରାନ ହରାଇଛନ୍ତି।